କାଳୀକା ଭଗବତୀ ମନ୍ଦିର
Baglung Kalika Bhagawati Temple बाग्लुङ कालिका भागवती मन्दिर | |
---|---|
![]() Kalika Bhagwati Temple, Baglung | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Baglung |
Province | Gandaki |
ଦେବାଦେବୀ | Durga |
Festivals | Navaratri, Teej, Chaite Dashain |
Location | |
ସ୍ଥାନ | Baglung |
Country | Nepal |
Location in Nepal | |
ଭୌଗଳିକ ଅବସ୍ଥିତି | 28°15′21.24″N 83°36′48.88″E / 28.2559000°N 83.6135778°E |
Architecture | |
Type | Pagoda |
କାଳୀକା ଭଗବତୀ ମନ୍ଦିର, ବାଗଲୁଙ୍ଗ କାଳିକା ଭଗବତୀ ମନ୍ଦିର ଭାବରେ ମଧ୍ୟ ଜଣାଶୁଣା, ଏକ ଉଲ୍ଲେଖନୀୟ ହିନ୍ଦୁ ମନ୍ଦିର ଯାହା ପଶ୍ଚିମ ନେପାଳର ଦକ୍ଷିଣ ପୂର୍ବ ଦିଗରେ ଥିବା ବାଗଲୁଙ୍ଗ ଟାଉନରେ ଅବସ୍ଥିତ ।[୧] ଏହା କାଳୀ ଗଣ୍ଡକୀ ନଦୀର (Kali Gandaki River|) ଦକ୍ଷିଣ ତୀରରେ ଅବସ୍ଥିତ ।
କାଳିକା ମନ୍ଦିରରେ ଥିବା ଠାକୁରାଣୀ ଶିବଙ୍କର ପତ୍ନୀ କାଳୀ ତାଙ୍କର ଭୟଙ୍କର ରୂପରେ ପ୍ରତିଷ୍ଠିତ ହୋଇଛନ୍ତି । ଶୈବ ଅନୁଗାମୀ ଲୋକଙ୍କର ମୁଖ୍ୟ ଦେବୀମାନଙ୍କ ମଧ୍ୟରୁ କାଳିକା ଅନ୍ୟତମ ।
ମନ୍ଦିର ମଧ୍ୟକୁ ଯିବା ନିମନ୍ତେ ଚାରୋଟି ଦ୍ୱାର ଚାରି ଦିଗରେ ଅଛି । ମନ୍ଦିର ପରିସରରେ ଶିବ, ଲକ୍ଷ୍ମୀ ନାରାୟଣ, ରାଧା କୃଷ୍ଣଙ୍କର ଛୋଟ ଛୋଟ ମନ୍ଦିର ଅଛି ।[୨]
ଚୈତ୍ର ଶୁକ୍ଳପକ୍ଷର ଅଷ୍ଟମୀ ଦିନ ମନ୍ଦିରରେ ଏକ ବିରାଟ ପର୍ବ ପାଳନ କରାଯାଏ,[୩] ଓ ହଜାର ହଜାର ଭକ୍ତଙ୍କର ସେଠାରେ ସମାଗମ ହୁଏ । ସେଠାରେ ପ୍ରଦୀପ ଜଳେଇ[୪] ଭକ୍ତମାନେ ପୂଜା କରନ୍ତି ଓ ଦେବୀଙ୍କର ଆଶୀର୍ବାଦ ପାଇବା ବିଶ୍ୱାସରେ ବିବାହ କରନ୍ତି ।[୫] ଅନ୍ୟ ଏକ ମୁଖ୍ୟ ପର୍ବର ନାମ ଦଶଇନ (Dashain) ଯାହା ଆଶ୍ୱିନ ଶୁକ୍ଲପକ୍ଷରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଏ ।[୬]
ଜନଶ୍ରୁତି ଅନୁସାରେ ରାଜା ମଣିମୁକୁନ୍ଦ ସେନଙ୍କ କନ୍ୟାର ପାଣିଗ୍ରହଣ କରିବା ଉପଲକ୍ଷେ ପର୍ବତ ଜିଲ୍ଲାର ରାଜା ପ୍ରତାପ ନାରାୟଣ ସିଂହ ମଲ୍ଳ ଏକ ଦେବୀ କାଳିକାଙ୍କର ମୂର୍ତ୍ତି ଯୌତୁକ ଆକାରରେ ପାଇଥିଲେ । ବିବାହ ସମ୍ପନ୍ନ ହେବା ପରେ ବରଯାତ୍ରୀମାନେ ଫେରୁଥିବା ସମୟରେ ବାଟରେ ଏକ ଜଙ୍ଗଲରେ ଆଶ୍ରା ନେଇଥିଲେ । ତା’ପରଦିନ ସେହି ମୂର୍ତ୍ତିକୁ କେହି ସ୍ଥାନଚ୍ୟୁତ କରି ନ ପାରିବାରୁ ରାଜା ସେଠାରେ ଏକ ମନ୍ଦିର ତୋଳେଇ ଦେଲେ ।[୭]
ପରମ୍ପରା କ୍ରମେ ସେଠାରେ ଜୀବନ୍ତ ପଶୁମାନଙ୍କୁ ବଳି ଦିଆଯାଉଥିଲା । ତେର ଅପ୍ରେଲ ୨୦୧୬ ଦିନ ପାରା ବଳି ନିଷିଦ୍ଧ କରାଗଲା ଯେହେତୁ ସେମାନେ ଶାନ୍ତିର ପ୍ରତୀକ ଥିଲେ ।[୮]
ଗ୍ୟାଲେରୀ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Amātya, Sāphalya (2014). Cultural Tourism in Nepal. Ministry of Culture, Tourism & Civil Aviation. p. 123.
- ↑ "Baglung Kalika Temple: Place to Get Siddhi (Knowledge)". Nepalya Times. 19 December 2018. Archived from the original on 31 December 2018. Retrieved 3 January 2019.
- ↑ Nepal Yearbook. Kathmandu, Nepal: Institute for Integrated Development Studies. 2000. p. 99.
- ↑ "Baglung Kalika". The Himalayan Times. 9 October 2016. Archived from the original on 4 January 2019. Retrieved 2 January 2019.
- ↑ "Baglung Kalika Temple". Boss Nepal Online. Archived from the original on 18 November 2018. Retrieved 2 January 2019.
- ↑ "Huge number of devotees flock Kalika temple in Baglung". ImageKhabar. 17 October 2018. Archived from the original on 3 January 2019. Retrieved 3 January 2019.
- ↑ Magar, Sangam Gharti (28 March 2018). "Charm of Resham Baglung Kalika". My Republica. Retrieved 2 January 2019.[permanent dead link]
- ↑ Samiti, Rastriya Samachar (15 March 2016). "Pigeon sacrifice to be banned at Baglung Kalika temple". The Himalayan Times. Retrieved 2 January 2019.