Jump to content

କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ

ଉଇକିପିଡ଼ିଆ‌ରୁ
କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ
ଜନ୍ମ ଓ ଜନ୍ମସ୍ଥାନ (1959-06-16) ୧୬ ଜୁନ ୧୯୫୯ (ବୟସ ୬୬)
ନୟା ସଙ୍ଗଡ଼ା, କଟକ
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ଜୀବନସାଥୀରତ୍ନାକର ଜେନା
ପିତାମାତାଦରି ସ୍ୱାଇଁ, ସଜନୀ ସ୍ୱାଇଁ

କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ (ଜନ୍ମ: ୧୬ ଜୁନ ୧୯୫୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଆଧୁନିକ କବି, କଥାକାର ଓ ବୈଜ୍ଞାନିକ । ନିଜ ସାହିତ୍ୟିକ କୃତିତ୍ୱ ପାଇଁ ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର ସମେତ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଜୟନ୍ତୀ କଟକ ଜିଲ୍ଲାର ନୟା ସଙ୍ଗଡ଼ା ଠାରେ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ବିଜ୍ଞାନର ଛାତ୍ର ଭାବେ ରେଭେନସାରେ ପଢ଼ିଥିଲେ । ପରେ ସେ ଇଲେକ୍ଟ୍ରୋନିକ୍ସରେ ଏ ଏମାଆଇଇ କରିଥିଲେ । ୧୯୮୫ରେ ସେ ISRO ଉପଗ୍ରହ କେନ୍ଦ୍ରରେ ବୃତ୍ତିଗତ ଜୀବନ ଆରମ୍ଭ କରି ୨୦୧୯ ପର୍ଯ୍ୟନ୍ତ ବିଭିନ୍ନ ଉପଗ୍ରହ ପ୍ରଣାଳୀ ଲାଗି ଗବେଷଣା ଓ ପରୀକ୍ଷଣରେ ନିୟୋଜିତ ଥିଲେ । ବିଶେଷଜ୍ଞ ଭାବେ ମହାକାଶ ପରିବେଶ ଓ ଉପଗ୍ରହ ବସ୍ତୁ ଭାବରେ ଏହାର ପ୍ରଭାବ ଓ ସୁରକ୍ଷା, ଉପଗ୍ରହ ପ୍ରେରଣର ପ୍ରଣାଳୀ ଓ ସେହି ସମ୍ୱନ୍ଧୀୟ ସମସ୍ତ କାର୍ଯ୍ୟର ଗୁଣବତ୍ତା ପରୀକ୍ଷଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଚନ୍ଦ୍ରାୟନ - ୧, ଚନ୍ଦ୍ରାୟନ - ୨ ପ୍ରକଳ୍ପ ସହିତ ସେ ସଂପୃକ୍ତ ଥିଲେ । ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଥିବା ଗଭୀର ଅନୁରାଗ ପାଇଁ ସେ ୨୦୨୧ରେ ଓଡ଼ିଆ ଭାଷା ସାହିତ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରରୁ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ । ୨୦୧୧ରୁ ଲେଖାଲେଖିରେ ହାତ ଦେଇ ଏପର୍ଯ୍ୟନ୍ତ ସାହିତ୍ୟର ପ୍ରାୟ ସବୁ ବିଭାଗରେ ଅର୍ଦ୍ଧ ଶତାଧିକ ଗ୍ରନ୍ଥ ପ୍ରଣୟନ କରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]

ଉପନ୍ୟାସ

[ସମ୍ପାଦନା]
  • ମହାକାଶର ମହାଭାରତ (ବିଜ୍ଞାନ ଉପନ୍ୟାସ)

ଶିଶୁ ସାହିତ୍ୟ

[ସମ୍ପାଦନା]
  • ଚାଲ ବୁଲିଯିବା ବିଶ୍ୱ ବ୍ରହ୍ମାଣ୍ଡ
  • ରକେଟ ଓ ଉପଗ୍ରହଙ୍କ କାହାଣୀ
  • ମୋ ପୃଥିବୀର ଭାଷା

ସମ୍ମାନ

[ସମ୍ପାଦନା]
  • ଶାନ୍ତାନୁ କୁମାର ଆଚାର୍ଯ୍ୟ ଫାଉଣ୍ଡେସନ ପୁରସ୍କାର
  • ନାରାୟଣ ପ୍ରସାଦ ସାହିତ୍ୟ ସମ୍ମାନ
  • ସୁଲେଖା ସାହିତ୍ୟ ସମ୍ମାନ
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର
  • କଥାକଳିକା ଗଳ୍ପ ସମ୍ମାନ
  • ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପକ୍ଷରୁ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ସମ୍ମାନ
  • ଉତ୍କଳ ସାରସ୍ୱତ ସମ୍ମାନ
  • ରବି ରାୟ ଉତ୍କର୍ଷ ସମ୍ମାନ
  • ଇସ୍ରୋ ଏକ୍ସିଲେନ୍ସି ସମ୍ମାନ