କାମରାନ ଅକମଲ
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | କାମରାନ ଅକମଲ | |||||||||||||||||||||||||||||||||||
| ଜନ୍ମ | ୧୩ ଜାନୁଆରୀ ୧୯୮୨ ଲାହୋର, ପଞ୍ଜାବ, ପାକିସ୍ତାନ | |||||||||||||||||||||||||||||||||||
| ଉଚ୍ଚତା | 5 ft 6 in (1.68 m) | |||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | ଡାହାଣ ହାତରେ ବ୍ୟାଟିଂ | |||||||||||||||||||||||||||||||||||
| ବୋଲିଂ ପ୍ରକାର | ରାଇଟ ଆର୍ମ ମିଡିୟମ | |||||||||||||||||||||||||||||||||||
| ଭୂମିକା | ବିକେଟ କିପର, ବ୍ୟାଟିଂ | |||||||||||||||||||||||||||||||||||
| ସମ୍ପର୍କୀୟ | ଅନ୍ଦନ ଅକମଲ (ଭାଈ) ଅମର ଅକମଲ (ଭାଈ) ବାବର ଆଜମ (କଜନ) ସଫିର ଆଜମ (କଜନ) | |||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||
| National side | ||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap 172) | 9 ନଭେମ୍ବର 2002 v ଜିମ୍ବାୱେ | |||||||||||||||||||||||||||||||||||
| ଶେଷ ଟେଷ୍ଟ | 26 ଅଗଷ୍ଟ 2010 v ଇଂଲଣ୍ଡ | |||||||||||||||||||||||||||||||||||
| ପ୍ରଥମ ଦିନିକିଆ (cap 143) | 23 ନଭେମ୍ବର 2002 v ଜିମ୍ବାୱେ | |||||||||||||||||||||||||||||||||||
| ଶେଷ ଦିନିକିଆ | 11 ଏପ୍ରିଲ 2017 v ୱେଷ୍ଟଇଣ୍ଡିଜ | |||||||||||||||||||||||||||||||||||
| ଦିନିକିଆ ଜାମା ନମ୍ବର | 23 | |||||||||||||||||||||||||||||||||||
| ପ୍ରଥମ ଟି୨୦ (cap 3) | 28 ଅଗଷ୍ଟ 2006 v ଇଂଲଣ୍ଡ | |||||||||||||||||||||||||||||||||||
| ଶେଷ ଟି୨୦ | 2 ଏପ୍ରିଲ 2017 v ୱେଷ୍ଟଇଣ୍ଡିଜ | |||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||
| 2005–2012 | ଲହୋର ଲାୟନ୍ସ | |||||||||||||||||||||||||||||||||||
| 2012–2014 | ଲହୋର ଇଗଲ୍ସ | |||||||||||||||||||||||||||||||||||
| 2008 | ରାଜସ୍ଥାନ ରୟାଲ | |||||||||||||||||||||||||||||||||||
| 2015 | ମୁଲ୍ତାନ ଟାଇଗର୍ସ | |||||||||||||||||||||||||||||||||||
| 2015 | ତ୍ରିଂବେଗୋ ନାଇଟ ରାଇଡ଼ର୍ଶ | |||||||||||||||||||||||||||||||||||
| 2015 | ଚିଟଗାଁ ବାଇକିଙ୍ଗ | |||||||||||||||||||||||||||||||||||
| 2016–ବର୍ତ୍ତମାନ | ଜଲ୍ମୀ | |||||||||||||||||||||||||||||||||||
| 2017–ବର୍ତ୍ତମାନ | ସେଣ୍ଟ ଲୁସିୟା ଷ୍ଟାର୍ସ | |||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||
| ||||||||||||||||||||||||||||||||||||
Source: ଇଏସପିଏନ, 04 ନଭେମ୍ବର 2017 | ||||||||||||||||||||||||||||||||||||
କାମରାନ ଅକମଲ (ଉର୍ଦ୍ଦୁ: کامران اکمل ; ଜନ୍ମ 13 ଜାନୁଆରୀ 1982) ଜଣେ ପାକିସ୍ଥାନୀ କ୍ରିକେଟ ଖେଳାଳୀ ଅଟନ୍ତି, ଯିଏ ପାକିସ୍ଥାନ ପାଇଁ ଟେଷ୍ଟ କ୍ରିକେଟ, ଏକ ଦିବସିୟ ଅନ୍ତଃ ରାଷ୍ଟ୍ରୀୟ କ୍ରିକେଟ ଏବଂ 20-20 କ୍ରିକେଟରେ ବିକେଟ କିପର ଓ ବ୍ୟାଟ୍ସମ୍ୟାନ ରୂପେ ଖେଳନ୍ତି । ସେ ନଭେମ୍ବର 2002 ମସିହାରେ ଅନ୍ତଃ ରାଷ୍ଟ୍ରୀୟ କ୍ୟାରିଅରର ଆରମ୍ଭ ଏକ ଟେଷ୍ଟ କ୍ରିକେଟ ସହିତ କରିଥିଲେ, ସେଥିରେ ସେ ପାକିସ୍ତାନ ହରାରେ ସ୍ପୋଡ୍ସ କ୍ଳବରେ ମ୍ୟାଚ ଜିତିଥିଲେ ।[୧] ସେ 53ଟି ଟେଷ୍ଟ ମ୍ୟାଚରେ 2648 ରନ ବନେଇଥିଲେ, ଏହା ସହିତ 137 ODIs ମ୍ୟାଚରେ ପାଞ୍ଚ ଶତକ ସାହାଯ୍ୟରେ 2924 ରନ ବନେଇଥିଲେ । T20Isରେ ସେ 704 ରନ ବନେଇଥିଲେ । ୱିକେଟ କିପର ରୂପେ ସେ କ୍ରମଶଃ ଟେଷ୍ଟ, ଓଡ଼ିଆଇ ଏବଂ ଟି20ଆଇରେ 206, 169 ଓ 52 ବ୍ୟାଟ୍ସମ୍ୟାନଙ୍କୁ ବରଖାସ୍ତ କରିଦେଇଛନ୍ତି ।
ଜୀବନୀ
[ସମ୍ପାଦନା]ପାକିସ୍ତାନ କ୍ରିକେଟ ଟିମର ଏହି ବିକେଟ କିପର ଏବଂ ବ୍ୟାଟ୍ସମ୍ୟାନ କାମରାନ ଅକମଲଙ୍କ ଜନ୍ମ 23 ଜାନୁଆରୀ 1982 ମସିହାରେ ଲାହୋର, ପଞ୍ଜାବ (ପାକିସ୍ତାନ)ରେ ହୋଇଥିଲା । ସେ ନିଜ କ୍ରିକେଟ କ୍ୟାରିଅରର ଆରମ୍ଭ 2002 ମସିହାରେ କରିଥିଲେ । ଅକମଲଙ୍କ ଭାଈ "ଉମର ଅକମଲ" ଓ "ଅନ୍ଦନ ଅକମଲ" ମଧ୍ୟ କ୍ରିକେଟ ଖେଳାଳୀ ଅଟନ୍ତି, ତା'ସହିତ ବାବର ଆଜମ ଏବଂ ସଫୀର ଆଜମ ମଧ୍ୟ କ୍ରିକେଟର ଅଟନ୍ତି । ସେ 2006 ମସିହାରେ ଆଇଜାଙ୍କୁ ବିବାହ କରିଥିଲେ । ସେ ନିଜ ସ୍ତ୍ରୀ, ଝିଅ (ଲାଇବା) ଓ ପୁଅ (ଆୟାନ)ଙ୍କ ସହିତ ରହନ୍ତି । [୨] ସେ ବିକୋନ ହାଉସ ସିଷ୍ଟମ, ଗାର୍ଡେନ ଟାଉନ, ଲାହୋରରେ ନିଜ ସ୍ନାତକ ଶିକ୍ଷା ଶେଷ କରିଥିଲେ ।[୩].[୪]
କ୍ରିକେଟ କ୍ୟାରିଅର
[ସମ୍ପାଦନା]ଘରୋଇ କ୍ରିକେଟ କ୍ୟାରିଅର
[ସମ୍ପାଦନା]କ୍ରିକେଟର କାମରାନ ଅକମଲ ନିଜର ଘରୋଇ କ୍ରିକେଟ ମ୍ୟାଚ ଲାହୋର ଲାୟନ୍ସ ପାଇଁ[୫] ଖେଳିଥିଲେ ତା'ସହିତ ଇଣ୍ଡିଆନ ପ୍ରିମିଅର ଲିଗ (ଆଇପିଏଲ)ରେ 2008 ମସିହାର ସିଜିନରେ ରାଜସ୍ଥାନ ରୟାଲ ପାଇଁ ଖେଳିଥିଲେ । [୬]
ଅନ୍ତଃ ରାଷ୍ଟ୍ରୀୟ କ୍ରିକେଟ କ୍ୟାରିଅର
[ସମ୍ପାଦନା]କାମରାନ ଅକମଲ ନିଜର କ୍ରିକେଟ କ୍ୟାରିଅରର ଆରମ୍ଭ 9 ନଭେମ୍ବର 2002 ମସିହାରେ ହରାରେର କ୍ରିକେଟ ଗ୍ରାଉଣ୍ଡରେ ଜିମ୍ବାୱେ କ୍ରିକେଟ ଟିମ ବିରୁଦ୍ଧରେ ଟେଷ୍ଟ କ୍ରିକେଟ ମ୍ୟାଚ ଖେଳିଥିଲେ ଏବଂ ସେହି ଟେଷ୍ଟ [୭] ମ୍ୟାଚରେ ପାକିସ୍ତାନ କ୍ରିକେଟ ଟିମକୁ ଜିତାଇଥିଲେ । ସେ ନିଜ ଅନ୍ତିମ ଟେଷ୍ଟ ମ୍ୟାଚ 2010 ମସିହାରେ ଇଂଲଣ୍ଡ କ୍ରିକେଟ ଟିମ ବିରୁଦ୍ଧରେ ଖେଳିଥିଲେ ।
ଏହାପରେ ଅକମଲ ନିଜର ଏକ ଦିବସିୟ ଅନ୍ତଃ ରାଷ୍ଟ୍ରୀୟ କ୍ରିକେଟ କ୍ୟାରିଅରର ଆରମ୍ଭ 23 ନଭେମ୍ବର 2002 ମସିହାରେ ଜିମ୍ବାୱେ କ୍ରିକେଟ ଟିମ ବିରୁଦ୍ଧରେ କରିଥିଲେ । ସେ ନିଜ ୱାନଡେ କ୍ରିକେଟରେ ଏପ୍ରିଲ 2017 ପର୍ଯ୍ୟନ୍ତ 157ଟି ମ୍ୟାଚରେ 3236 ରନ ବନେଇ ସାରିଛନ୍ତି, ଯେଉଁଥିରେ 5 ଶତକ ମଧ୍ୟ ସାମିଲ ରହିଛି । ସେ ପାକିସ୍ଥାନର ସବୁଠାରୁ ଭଲ ୱିକେଟ କିପର ରୂପେ ଜଣାଯା'ନ୍ତି ।[୮]
ଅକମଲ ନିଜ 20-20 ଅନ୍ତଃ ରାଷ୍ଟ୍ରୀୟ କ୍ରିକେଟ କ୍ୟାରିଅରର ଆରମ୍ଭ 28 ଅଗଷ୍ଟ 2006 ମସିହାରେ ଇଂଲଣ୍ଡ କ୍ରିକେଟ ଟିମ ବିରୁଦ୍ଧରେ କରିଥିଲେ ।[୯]
ଅଗଷ୍ଟ 2012 ମସିହାରେ, ଅଷ୍ଟ୍ରେଲିଆ ବିରୁଦ୍ଧରେ ତିନି ଏକଦିବସିୟ (ODI) ଶୃଙ୍ଖଳା ପାଇଁ ଅକମଲଙ୍କୁ ପୁନର୍ବାର ଡ଼କାଯାଇଥିଲା ।[୧୦]
ଆଧାର
[ସମ୍ପାଦନା]- ↑ "Pakistan in Zimbabwe Test Series – 1st Test". ESPNcricinfo. Retrieved 7 July 2012.
- ↑ "Kamran Akmal Wedding Was Held In 2006". 24 July 2012. Archived from the original on 11 October 2017. Retrieved 28 November 2017.
- ↑ "Pak school kids 'make up' for cricket team's defeat". 2007-11-14. Archived from the original on 2008-10-09. Retrieved 2009-06-27.
- ↑ "Profile: Kamran Akmal". ESPNcricinfo. Retrieved 7 July 2012.
- ↑ HBL Pakistan Super League. ""PSL Playoff 3 Result : Kamran Akmal's Century powers Peshawar Zalmi to reach in PSL 2017 Final"". Archived from the original on 2017-11-21. Retrieved 5 नवम्बर 2017.
{{cite web}}: Check date values in:|accessdate=(help); no-break space character in|title=at position 22 (help) - ↑ ""Kamran Akmal Wedding Was Held In 2006"". Archived from the original on 2017-10-11. Retrieved 5 ନଭେମ୍ବର2017.
{{cite web}}: Check date values in:|accessdate=(help) - ↑ କ୍ରିକେଟ ଆର୍କଇବ. "Kamran Akmal profile". Retrieved 5 नवम्बर 2017.
{{cite web}}: Check date values in:|accessdate=(help) - ↑ ଇଏସପିଏନ. "Kamran Akmal profile". Retrieved 5 नवम्बर 2017.
{{cite web}}: Check date values in:|accessdate=(help) - ↑ Sportzwiki. "Kamran Akmal Full Profile". Retrieved 5 ନଭେମ୍ବର 2017.
- ↑ "Younis, Gul dropped from ODI squad".