କାନରେ ବାହ୍ୟ ପଦାର୍ଥ
| କାନରେ ବାହ୍ୟ ପଦାର୍ଥ | |
|---|---|
| Foreign object in the ear, external auditory canal foreign body | |
In red is the typical location of a foreign body in the ear | |
| ବିଭାଗ | ENT surgery |
| ଲକ୍ଷଣ | None, ear pain, ear discharge, decreased hearing[୧] |
| ରୋଗ ନିର୍ଣ୍ଣୟ ପଦ୍ଧତି | Examination[୧] |
| ଚିକିତ୍ସା | Pain management, removal, antibiotics[୨] |
| ପୁନଃପୌନିକ | Relatively common (children)[୩] |
କାନରେ ବାହ୍ୟ ପଦାର୍ଥ (ଇଂରାଜୀ ଭାଷାରେ Ear foreign body) ହେଉଛି ବାହ୍ୟ କାନ ନାଳରେ ଥିବା ବାହ୍ୟ ପଦାର୍ଥର ଉପସ୍ଥିତି ।[୨] ଲକ୍ଷଣରେ କିଛି ନ ଥିବାରୁ ଆରମ୍ଭ କରି କାନର ଯନ୍ତ୍ରଣା ଏବଂ ତା ମଧ୍ୟରୁ ତରଳ ପଦାର୍ଥ ନିର୍ଗତ ହେବା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ହୋଇପାରେ ।[୧] ଶ୍ରବଣଶକ୍ତି ମଧ୍ୟ ହ୍ରାସ ପାଇପାରେ ।[୧] ଜଟିଳତା ମଧ୍ୟରେ ରକ୍ତସ୍ରାବ କିମ୍ବା ଚର୍ମ ଭାଙ୍ଗିଯିବା ଅନ୍ତର୍ଭୁକ୍ତ ହୋଇପାରେ ।[୧]
କାନରେ ମିଳୁଥିବା ବାହ୍ୟ ବସ୍ତୁମାନଙ୍କ ମଧ୍ୟରେ ମାଳି, ତୁଳା ମୁଣ୍ଡା, କାଗଜ, ବାଲି, କୀଟପତଙ୍ଗ ଏବଂ ବଟନ୍ ବ୍ୟାଟେରୀ ଅନ୍ତର୍ଭୁକ୍ତ ହୋଇପାରେ ।[୪] [୩] କାନର ପିନ୍ନା ଉପାସ୍ଥି ଏବଂ ଖପୁରୀର ହାଡ଼ ମଧ୍ୟରେ ସଙ୍କୁଚିତ ସ୍ଥାନରେ ସାଧାରଣତଃ ବାହ୍ୟ ପଦାର୍ଥ ଲାଗି ରହିଥାଏ ।[୨] ସାଧାରଣତଃ ଓଟୋସ୍କୋପ୍ ସାହାଯ୍ୟରେ କାନର ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧]
କାନରୁ ବାହାର କରିବାକୁ ଚେଷ୍ଟା କରିବା ପୂର୍ବରୁ ଏହା ମଧ୍ୟରେ ୧ରୁ ୨% ଉଷ୍ମ ଲିଡୋକେନ୍ ତରଳ ପଦାର୍ଥ କାନରେ ରଖାଯାଇପାରେ। [୧] [୨] ପ୍ରକ୍ରିୟାକୁ ସହଜ କରିବା ପାଇଁ ଶାନ୍ତିକାରୀ ନିଦ୍ରା ଔଷଧ ମଧ୍ୟ ବ୍ୟବହାର କରାଯାଇପାରେ ।[୧] ଅପସାରଣ ପାଇଁ ଶୋଷଣ ବା ସକସନ, ଜଳସେଚନ ଏବଂ ଫୋରସେପ ସାହାଯ୍ୟରେ ବାହାର କରିବାର ଅନେକ କୌଶଳ ବ୍ୟବହାର କରାଯାଇପାରେ ।[୧] [୪] ଯଦି ଚର୍ମ ନଷ୍ଟ ହେବା ଲକ୍ଷଣ ଦେଖାଗଲେ ଆଣ୍ଟିବାୟୋଟିକ୍ କାନ ଡ୍ରପ୍ ବ୍ୟବହାର କରାଯାଇପାରେ ।[୨] କାଢ଼ିବା ଚେଷ୍ଟାର ଜଟିଳତାରେ କାନର ପରଦାରେ ଛିଦ୍ର ହୋଇଯାଇପାରେ ।[୧]
କାନରେ ବାହ୍ୟ ପଦାର୍ଥ ଥିବା ପ୍ରାୟ ଦେଖାଯାଏ ।[୩] ଏଗୁଡ଼ିକ ପ୍ରାୟ ପିଲାମାନଙ୍କଠାରେ ଦେଖାଯାଏ ଏବଂ ଏହି ବୟସ ଗୋଷ୍ଠୀରେ ଏହା ସବୁଠାରୁ ସାଧାରଣ ପ୍ରକାରର ବାହ୍ୟ ପଦାର୍ଥ ।[୫] [୩] ପ୍ରାଚୀନ ସାହିତ୍ୟରେ କାନରେ ବାହ୍ୟ ପଦାର୍ଥର ବର୍ଣ୍ଣନା ମିଳେ, ଯେଉଁଥିରେ ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ରେ ହିପୋକ୍ରେଟସ୍ ଙ୍କ ଲେଖା ମଧ୍ୟ ଦେଖିବାକୁ ମିଳେ ।[୬]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 10 Oyama, LC (February 2019). "Foreign Bodies of the Ear, Nose and Throat". Emergency medicine clinics of North America. 37 (1): 121–130. doi:10.1016/j.emc.2018.09.009. PMID 30454775.
- 1 2 3 4 5 "PEM Playbook - Foreign Bodies in the Head and Neck". emDOCs.net - Emergency Medicine Education (in ଇଂରାଜୀ). 30 March 2018. Archived from the original on 24 November 2020. Retrieved 8 May 2022.
- 1 2 3 4 Lotterman, S; Sohal, M (January 2022). "Ear Foreign Body Removal". StatPearls. PMID 29083719.
- 1 2 "How To Remove a Foreign Body From the External Ear - Ear, Nose, and Throat Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 8 May 2022.
- ↑ Heim, SW; Maughan, KL (15 October 2007). "Foreign bodies in the ear, nose, and throat". American family physician. 76 (8): 1185–9. PMID 17990843.
- ↑ The Journal of Ophthalmology, Otology, and Laryngology (in ଇଂରାଜୀ). 1915. p. 419. Archived from the original on 2022-05-10. Retrieved 2022-05-10.