କାଠଯୋଡ଼ି ପଥରବନ୍ଧ

ଉଇକିପିଡ଼ିଆ‌ରୁ
ପୁରୀଘାଟରୁ କାଠଯୋଡ଼ି ନଦୀବନ୍ଧର ଅର୍ଦ୍ଧାଂଶ ଓ କାଠଯୋଡ଼ି ନଦୀର ଦୃଶ୍ୟ

କାଠଯୋଡ଼ି ପଥରବନ୍ଧ ଓଡ଼ିଶାର କଟକ ସହରରେ ପ୍ରବାହିତ କାଠଯୋଡ଼ି ନଦୀ ଉପରେ ଥିବା ଏକ ନଦୀବନ୍ଧ । ଏହି ମୁଦି ସଦୃଶ ବନ୍ଧଟି କଟକ ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ଜଣେ ଓଡ଼ିଆ ସ୍ଥପତି ବାଇମୁଣ୍ଡିଙ୍କଦ୍ୱାରା ୯୮୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।[୧]

ଇତିହାସ[ସମ୍ପାଦନା]

ତିନୋଟି ନଦୀ (ମହାନଦୀ, କାଠଯୋଡ଼ି ଓ କୁଆଖାଇ)ର ତ୍ରିକୋଣଭୂମିରେ ଅବସ୍ଥିତ ଥିବାରୁ କଟକ ସହରରେ ବନ୍ୟାର ଆଶଙ୍କା ଅଧିକ । ଏହାକୁ ନିର୍ମାଣ କରିବା ନିମନ୍ତେ ବାଇମୁଣ୍ଡି ପ୍ରଥମେ ଚିନ୍ତା କରିଥିଲେ ହେଁ ତାଙ୍କ ପାଖରେ ସେତେ ଅଧିକ ଅର୍ଥରାଶୀ ନଥିଲା । ନିର୍ମାଣ ଖର୍ଚ୍ଚ ତୁଲାଇବା ନିମନ୍ତେ ସେ ନିଜ ରୋଜଗାରର କିଛି ଅଂଶ ପ୍ରତିଦିନ ସଞ୍ଚୟ କରି ରଖୁଥିଲେ । ଏହି ଭିତରେ ତାଙ୍କ ବୟସର ଅର୍ଦ୍ଧାଂଶ ବିତିଯାଇଥିଲା । ରାଜା ମର୍କତ କେଶରୀ ନଗର ପରିକ୍ରମା କରୁଥିବା ବେଳେ ପ୍ରୌଢ଼ ବାଇମୁଣ୍ଡି ନିଜ ପଇସା ମୁଣି ଧରି ରାଜାଙ୍କ ପାଖରେ ପହଞ୍ଚି ତାଙ୍କୁ ନିଜର ଯୋଜନା ବିଷୟରେ ଜଣାଇଥିଲେ ।[୨] ରାଜା, ବାଇମୁଣ୍ଡିଙ୍କ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇ ପଥର ବନ୍ଧର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।[୩][୪] ପରେ ମରହଟ୍ଟା ଓ ଇଂରେଜମାନେ ଏହି ପଥର ବନ୍ଧକୁ ଅଧିକ ଉଚ୍ଚ କରାଇଥିଲେ ।[୨] ରାଜାଙ୍କ ଅନୁମତି ଓ ପୃଷ୍ଠପୋଷକତା ପାଇ ସେ ଏହା ମୁଦି ସଦୃଶ ପଥର ବନ୍ଧଟି ସହର ଚାରିପାଖରେ ନିର୍ମାଣ କରିଥିଲେ । ମାଟି ଉପରେ ପଥର ବୋଝେଇ କରି ବନ୍ଧଟି ନିର୍ମାଣ କରାଯାଇଥିଲା । ପଥର ପାଣିକୁ ଲାଗି ରହୁଥିବା ହେତୁ ବନ୍ୟାରେ ବନ୍ଧର ନିର୍ମାଣ ପରେ ଧୋଇଯିବାର ଆଶଙ୍କା କମିଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Yojana. Publications Division. 1990.
  2. ୨.୦ ୨.୧ "Orissa salutes it's Luck makers". nilachakra.org. Archived from the original on 4 March 2016. Retrieved 18 December 2012. Old man Baimundi went to the king with few coins in hand and requested him to construct a stone revetment to protect Cuttack from Kathajodi floods.
  3. "The Hindu : Other States / Orissa News : Moat around Barabati fort to get facelift". hindu.com. 2006. Retrieved 18 December 2012. Baimundi had fervently requested the then king to construct a stone revetment around the city to protect it from swelling waters of the river Kathjodi
  4. ପିଲାଙ୍କ ସମ୍ବାଦ, ପୃ-୩, ୧୭ ଡିସେମ୍ବର ୨୦୧୨