Jump to content

କାଜି ମିସବାହୁନ ନାହାର

ଉଇକିପିଡ଼ିଆ‌ରୁ
କାଜି ମିସବାହୁନ ନାହାର
কাজী মিসবাহুন নাহার
Other nameକାଜି ମିସବାହୁନ ନାହାର ତମନ୍ନା
Citizenshipବାଂଲାଦେଶୀ
ପେଷାsଅଭିନେତ୍ରୀ, ଡାକ୍ତର
Parent(s)କାଜି ମହମ୍ମଦ ଇଦ୍ରିସ (ବାପା)
କାଜି ଅଜିଜା ଇଦ୍ରିସ (ମାଆ)
ପୁରସ୍କାରଇଣ୍ଡିପେଣ୍ଡେନ୍ସ ଡେ ଆୱାର୍ଡ଼ (୨୦୧୯)

କାଜି ମିସବାହୁନ ନାହାର ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ପେଷାରେ ଜଣେ ଡାକ୍ତର ଅଟନ୍ତି । ବଙ୍ଗଳାଦେଶୀ ଥିଏଟର ମଞ୍ଚରେ ସେ କାଜି ତମନ୍ନା ଭାବରେ ମଧ୍ୟ ଜଣାଶୁଣା ।[୧] ବାଂଲାଦେଶ ମୁକ୍ତି ସଂଗ୍ରାମରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୨୦୧୯ ମସିହାରେ ବାଂଲାଦେଶ ସରକାରଙ୍କ ସର୍ବୋଚ୍ଚ ବେସାମରିକ ସମ୍ମାନ ଇଣ୍ଡିପେଣ୍ଡେନ୍ସ ଡେ ଆୱାର୍ଡ଼ ପ୍ରଦାନ କରାଯାଇଥିଲା ।[୨]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ନାହାରଙ୍କ ବାପା କାଜି ମହମ୍ମଦ ଇଦ୍ରିସ ଜଣେ ସାମ୍ବାଦିକ ଥିଲେ ଏବଂ ତାଙ୍କ ମାତା କାଜି ଅଜିଜା ଇଦ୍ରିସ ଜଣେ ସମାଜସେବୀ ଥିଲେ ।[୩]

କର୍ମ ଜୀବନ

[ସମ୍ପାଦନା]

ନାହାର ଜଣେ ଡାକ୍ତର ଭାବରେ ବାଂଲାଦେଶ ମୁକ୍ତି ସଂଗ୍ରାମ ସମୟରେ ମୁକ୍ତିବାହିନୀର ସଂଗ୍ରାମୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ ।[୪] ଚିକିତ୍ସା ସେବା ବ୍ୟତୀତ ସେ ନାଟ୍ୟଦଳ ଥିଏଟର ସହିତ ସଂଶ୍ଳିଷ୍ଟ ଥିଲେ । ୧୯୬୯ ମସିହାର ପୂର୍ବ ପାକିସ୍ତାନ ଗଣ-ଆନ୍ଦୋଳନ ସମୟରେ ବାଂଲା ଏକାଡେମୀ ପରିସରରେ ପ୍ରଥମ ଥର ପାଇଁ ମଞ୍ଚସ୍ଥ ହୋଇଥିବା ରବୀନ୍ଦ୍ରନାଥ ଠାକୁରଙ୍କ ନାଟକ ରକ୍ତକରବୀରେ ସେ ନନ୍ଦିନୀ ଭୂମିକାରେ ଅଭିନୟ କରିଥିଲେ ।[୩]

ବାଂଲାଦେଶର ସ୍ୱାଧୀନତା ଆନ୍ଦୋଳନ ତଥା ମୁକ୍ତି ସଂଗ୍ରାମରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ୨୦୧୯ ମସିହାରେ ବାଂଲାଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ଇଣ୍ଡିପେଣ୍ଡେନ୍ସ ଡେ ଆୱାର୍ଡ଼ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।[୫]

  1. ↑ কাজী তামান্নার জন্য ভালোবাসা. Kaler Kantho (in Bengali). 30 March 2019. Retrieved 27 June 2019.
  2. ↑ "12 persons, 1 organisation receive Independence Award". The Daily Star (in ଇଂରାଜୀ). 2019-03-25. Retrieved 2020-07-18.
  3. 1 2 ড. কাজী মিসবাহুন নাহারকে থিয়েটারের সংবর্ধনা, সঙ্গে 'দ্রৌপদী পরম্পরা'. Ruposhi Bangla (in Bengali). 2019-03-29. Archived from the original on 2020-07-18. Retrieved 2020-07-18.
  4. ↑ কাজী তামান্নাকে থিয়েটারের সংবর্ধনা. Samakal (in Bengali). Retrieved 2020-07-18.
  5. ↑ "Misbahun Nahar felicitated". New Age (in ଇଂରାଜୀ). Archived from the original on 2020-07-18. Retrieved 2020-07-18.