Jump to content

କହ୍ନେୟାଲାଲ ମିଶ୍ର ପ୍ରଭାକର

ଉଇକିପିଡ଼ିଆ‌ରୁ
କହ୍ନେୟାଲାଲ ମିଶ୍ର ପ୍ରଭାକର
ଜନ୍ମ(1906-05-29)୨୯ ମଇ ୧୯୦୬
ଦେଓବନ୍ଦ, ସହାରନପୁର, ଉତ୍ତର ପ୍ରଦେଶ, ବ୍ରିଟିଶ ଭାରତ
Died୯ ମଇ ୧୯୯୫(1995-05-09) (ବୟସ ୮୮)
ଦେଓବନ୍ଧ, ସହାରନପୁର, ଉତ୍ତର ପ୍ରଦେଶ
ପେଷାsସାମ୍ବାଦିକ
ଲେଖକ
ସ୍ୱାଧୀନତା ସଂଗ୍ରାମୀ
Childrenହର୍ଷ ପ୍ରଭାକର
ୟଶ ପ୍ରଭାକର
ପୁରସ୍କାରପଦ୍ମଶ୍ରୀ (୧୯୯୦)

କହ୍ନେୟାଲାଲ ମିଶ୍ର ପ୍ରଭାକର (୨୯ ମଇ ୧୯୦୬ – ୯ ମଇ ୧୯୯୫) ଜଣେ ଭାରତୀୟ ହିନ୍ଦୀ ସାହିତ୍ୟିକ, ସାମ୍ବାଦିକ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୧] ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଏକାଧିକ ଥର କାରାବରଣ କରିଥିଲେ । ହିନ୍ଦୀ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୧୯୯୦ ମସିହାରେ ଭାରତ ସରକାର ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।[୨]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ୨୯ ମଇ ୧୯୦୬ରେ ଉତ୍ତର ପ୍ରଦେଶର ସହାରନପୁର ଜିଲ୍ଲାସ୍ଥିତ ଦେଓବନ୍ଦ ସହରରେ ଜନ୍ମଗ୍ରହଣ କରିଥିଲେ ।[୩] ଛାତ୍ର ଜୀବନରୁ ହିଁ ସେ ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଇଥିଲେ ଏବଂ ଅହିଂସା ଉପାୟରେ ସ୍ୱଦେଶୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲେ ।[୧]

ସାହିତ୍ୟିକ ଓ ସାମ୍ବାଦିକ ଜୀବନ

[ସମ୍ପାଦନା]

ପ୍ରଭାକର ହିନ୍ଦୀ ଗଦ୍ୟ ସାହିତ୍ୟର ଜଣେ ପ୍ରାବନ୍ଧିକ, ରେଖାଚିତ୍ରକାର ତଥା ସଂସ୍ମରଣ ଲେଖକ ଥିଲେ । ସେ ଏନ୍‌ଲାଇଟେନ୍‌ମେଣ୍ଟ ଓ ବିକାଶ ପରି ପତ୍ରିକାର ସମ୍ପାଦନା କରିଥିଲେ ।[୧] ତାଙ୍କ ରଚନାରେ ଜୀବନର ମୂଲ୍ୟବୋଧ, ଦେଶପ୍ରେମ ଓ ସମାଜ ସଂସ୍କାରର ବାର୍ତ୍ତା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥାଏ ।[୪]

ପ୍ରମୁଖ କୃତିସମୂହ

[ସମ୍ପାଦନା]
  • ଦୀପ ଜଲେ ଶଙ୍ଖ ବାଜେ
  • ମାଟି ହୋ ଗଇ ସୋନା
  • ଜିନ୍ଦଗୀ ମୁସ୍କୁରାଇ
  • ବାଜେ ପାୟଲିୟା କେ ଘୁଙ୍ଗୁରୁ
  • ନୟୀ ପିଢ଼ୀ ନୟେ ବିଚାର
  • ଆକାଶ କେ ତାରେ, ଧରତୀ କେ ଫୁଲ୍[୫]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ମୃତ୍ୟୁ

[ସମ୍ପାଦନା]

୯ ମଇ ୧୯୯୫ରେ ୮୮ ବର୍ଷ ବୟସରେ ସହାରନପୁରଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୬]

  1. 1 2 3 "Bharat Darshan profile". Bharat Darshan. 2015. Retrieved 25 September 2015.
  2. 1 2 "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
  3. ↑ "kanhaiyaalaal Mishra Prabhakar". Hindi Samay. 2015. Archived from the original on 26 September 2015. Retrieved 25 September 2015.
  4. ↑ "Pustak profile". Pustak. 2015. Archived from the original on 26 September 2015. Retrieved 25 September 2015.
  5. ↑ "Kanhaiyalal Mishra 'Prabhakar'". Education Free. 2015. Archived from the original on 26 September 2015. Retrieved 25 September 2015.
  6. ↑ "Prabhakar Mishra kanhaiyaalaal". Hindi Samay. 2015. Archived from the original on 26 September 2015. Retrieved 25 September 2015.