କହ୍ନେୟାଲାଲ ଇସ୍ରାନୀ
କହ୍ନେୟାଲାଲ ଇସ୍ରାନୀ (ଜନ୍ମ: ୨୦ ମାର୍ଚ୍ଚ ୧୯୩୩) ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧][୨]
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]ଜଷ୍ଟିସ୍ କହ୍ନେୟାଲାଲ ଇସରାନୀଙ୍କ ଜନ୍ମ ସିନ୍ଧ (ପାକିସ୍ତାନ)ରେ ୨୦ ମାର୍ଚ୍ଚ ୧୯୩୩ ତାରିଖରେ ହୋଇଥିଲା । ୧୯୪୭ରେ ଭାରତ ବିଭାଜନ ପରେ ସେ ଭାରତକୁ ଆସିଥିଲେ । B.A. ଏବଂ LL.B. ଡିଗ୍ରୀ ହାସଲ କରିବା ପରେ, ସେ ୧୯୬୦ରେ ଆଇନ ବୃତ୍ତିରେ ଏକ ପ୍ଲିଡର ଭାବରେ ଯୋଗଦେଲେ ଏବଂ ଭୋପାଲରେ ତାଙ୍କ ଜେଷ୍ଠ ଭାଇ, ବରିଷ୍ଠ ଆଇନଜୀବୀ ଶ୍ରୀ ଉତ୍ତମଚନ୍ଦ ଇସରାନୀଙ୍କ ସହିତ ଆଇବ ବ୍ୟବସାୟ ଆରମ୍ଭ କରିଥିଲେ । ସେ ୧୯୬୨ରେ Advocates Act, 1961 ଅନୁସାରେ ଏକ ଆଇନଜୀବୀ ଭାବରେ ନାମଭୂକ୍ତ ହୋଇଥିଲେ । ୧୯୬୫ରେ ସେ ତାଙ୍କର ଆଇନ ବ୍ୟବସାୟ ଜବଲପୁରକୁ ସ୍ଥାନାନ୍ତର କରିଥିଲେ ।
ଜଷ୍ଟିସ୍ ଇସ୍ରାଣୀ ସରକାରୀ ଆଡଭୋକେଟ୍, ରେଲୱେ ଆଡଭୋକେଟ୍ ସହ ବିଭିନ୍ନ ବ୍ୟାଙ୍କ, ଭାରତ ଭାରୀ ବିଦ୍ୟୁତ ନିର୍ମାଣ, ୟୁନିଅନ୍ କାର୍ବାଇଡ୍, ଭୋପାଲ ଏବଂ ଅନ୍ୟାନ୍ୟ କମ୍ପାନୀଗୁଡ଼ିକର ବିଧି ଉପଦେଷ୍ଟା ଭାବରେ ମଧ୍ୟ କାମ କରିଥିଲେ । ସେ ୨୦ ବର୍ଷ ଧରି ଲଗାତାର ଜବଲପୁର ସିନ୍ଧୀ ସମାଜର ଅଧ୍ୟକ୍ଷ ଥିଲେ । ସେ ଜବଲପୁର ପ୍ରେସ୍ କ୍ଲାବର ସଦସ୍ୟ ରହିଥିଲେ ।
ସେ ୨୮.୦୭.୧୯୯୦ରେ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ[୨] ଏବଂ ୨୮.୦୪.୧୯୯୪ରୁ ୨୦.୦୩.୧୯୯୫ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ ସଂପାଦନ କରିଥିଲେ।[୧]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-14.
- ↑ ୨.୦ ୨.୧ "Judge's Profile | High Court of Madhya Pradesh". mphc.gov.in. Retrieved 2025-01-14.