Jump to content

କହୁଣୀ ସ୍ଥାନଚ୍ୟୁତି

ଉଇକିପିଡ଼ିଆ‌ରୁ
କହୁଣୀ ସ୍ଥାନଚ୍ୟୁତି
Lateral X ray of a dislocated right elbow.
ବିଭାଗOrthopedics
ଲକ୍ଷଣElbow deformity and pain[][]
କାରଣInjury such as a fall[]
ରୋଗ ନିର୍ଣ୍ଣୟ ପଦ୍ଧତିSupported by X-rays[]
ସଠିକ ରୋଗ ନିର୍ଣ୍ଣୟDistal humerus fracture, epiconyle fracture, ulna fracture[]
ଚିକିତ୍ସାJoint reduction, surgery[]
ପୁନଃପୌନିକUncommon[]

କହୁଣୀ ସ୍ଥାନଚ୍ୟୁତି କୁହାଯାଏ ଯେତେବେଳେ ‌କ‌ହୁଣୀରେ ହ୍ୟୁମରସ ଅସ୍ଥି ସ‌ହିତ ଅଲନା ଅସ୍ଥିର ସଂସ୍ପର୍ଶ ଲୋପ ପାଏ ।[] ଏହାର ଲକ୍ଷଣରେ କହୁଣୀରେ ବିକୃତି ଦେଖାଯାଏ ଏବଂ ଗୁରୁତର ଯନ୍ତ୍ରଣା ହୁଏ ।[] [] ଜଟିଳତାରେ କହୁଣୀର ପ୍ରଚଳନ କମିଯାଏ ଓ ଶକ୍ତ ହୋଇପାରେ। [] []

କାରଣରେ ସାଧାରଣତଃ ପଡ଼ିଯିବା ଆଘାତ ଯୋଗୁ ହୁଏ ।[] କୁସ୍ତି ଏବଂ ଜିମ୍ନାଷ୍ଟିକ କ୍ରୀଡା ସମୟରେ ହୋଇପାରେ ।[] କହୁଣୀ ଗଣ୍ଠି ଚାରିପାଖରେ ଥିବା ଲିଗାମେଣ୍ଟରେ ଆଘାତ ଯୋଗୁ ଏହା ହୁଏ ।[] ଏକ୍ସ-ରେ ଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥିତ ହୁଏ ।[] ପ୍ରକାରଗୁଡ଼ିକ ମଧ୍ୟରେ ସାଧାରଣତଃ ସରଳ (୭୫%) ଯେଉଁଥିରେ କୌଣସି ଭଙ୍ଗା ନଥାଏ ଏବଂ ଜଟିଳ ଯେତେବେଳେ ଏକ ଅସ୍ଥି ଭଙ୍ଗା ଥାଏ । [] []

ପ୍ରାରମ୍ଭିକ ଚିକିତ୍ସାରେ ଗଣ୍ଠି ପୁନସ୍ଥାପନ କରାଯାଏ ।[] ଏହା ପରେ କହୁଣୀକୁ ୯୦ ଡିଗ୍ରୀରେ ରଖି କ‌ହୁଣୀ ପଛ ପାଖରେ ସ୍ଲାବ କିମ୍ବା ସ୍ଲିଙ୍ଗରେ ରଖାଯାଇପାରେ ।[] ଯଦି ଗଣ୍ଠି ପୁନସ୍ଥାପନ ପରେ ପୁନଃବିଚ୍ଛିନ୍ନ ହୁଏ କିମ୍ବା ଏକ ଭଙ୍ଗା ଥାଏ, ତେବେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[] ପ୍ରାରମ୍ଭିକ ଗତି ବ୍ୟାୟାମ ସୁପାରିଶ କରାଯାଏ। []

କହୁଣୀ ସ୍ଥାନଚ୍ୟୁତି ସାଧାରଣ ନୁହେଁ ।[] ଏହା ଏକ ବଡ଼ ସନ୍ଧିଚ୍ୟୁତିର ଦ୍ୱିତୀୟ ସବୁଠାରୁ ସାଧାରଣ ଅବସ୍ଥା ଅଟେ ଓ ପ୍ରତି ବର୍ଷ ପ୍ରାୟ ୨୦,୦୦୦ ଲୋକଙ୍କ ମଧ୍ୟରୁ ଜଣଙ୍କଠାରେ ଘଟେ ।[] [] ଏଗୁଡ଼ିକ ପ୍ରାୟତଃ ୧୦ରୁ ୨୦ ବର୍ଷ ବୟସର ଲୋକଙ୍କଠାରେ ଦେଖାଯାଏ ଓ ପୁରୁଷମାନେ ସାଧାରଣତଃ ଅଧିକ ପ୍ରଭାବିତ ହୁଅନ୍ତି ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Elbow Dislocation - OrthoInfo - AAOS". www.orthoinfo.org. Archived from the original on 21 March 2023. Retrieved 3 July 2023.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Rezaie, N; Gupta, S; Service, BC; Osbahr, DC (July 2020). "Elbow Dislocation". Clinics in sports medicine. 39 (3): 637–655. doi:10.1016/j.csm.2020.02.009. PMID 32446580.
  3. ୩.୦ ୩.୧ ୩.୨ ୩.୩ Layson, J; Best, BJ (January 2023). "Elbow Dislocation". StatPearls. PMID 31747224.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Elbow Dislocation: Signs and Treatment | The Hand Society". www.assh.org. Archived from the original on 26 March 2023. Retrieved 18 July 2023.