Jump to content

କଳ୍ପନା ମୋରପାରିଆ

ଉଇକିପିଡ଼ିଆ‌ରୁ
କଳ୍ପନା ମୋରପାରିଆ
CEO, South and Southeast Asia, JPMorgan
କାର୍ଯ୍ୟକାଳ
2008 – 2021[]
ପର ଅଧିକାରୀLeo Puri
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-05-30) ୩୦ ମଇ ୧୯୪୯ (ବୟସ ୭୬)
ଶିକ୍ଷାନୁଷ୍ଠାନSophia College for Women
ବୃତ୍ତିCEO, JP Morgan

କଳ୍ପନା ମୋରପାରିଆ ଜଣେ ଭାରତୀୟ ବ୍ୟାଙ୍କର। ସେ ୩୩ ବର୍ଷ ଧରି ICICI ବ୍ୟାଙ୍କରେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ JP Morgan India ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଅଟନ୍ତି।[][] କଳ୍ପନା ମୋରପାରିଆ ଭାରତର ଅନେକ ପ୍ରମୁଖ କମ୍ପାନୀର ବୋର୍ଡରେ ସ୍ୱାଧୀନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ବମ୍ବେ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହୋଇଛନ୍ତି ଏବଂ ଭାରତ ସରକାର ଦ୍ୱାରା ଗଠିତ ଅନେକ ସମିତିରେ ସେବା ପ୍ରଦାନ କରିଛନ୍ତି। ୨୦୧୮ ମସିହାରେ ଫର୍ଚ୍ୟୁନ୍ ପତ୍ରିକା ଦ୍ୱାରା ତାଙ୍କୁ ଆନ୍ତର୍ଜାତୀୟ ବ୍ୟବସାୟର ୫୦ ଜଣ ସର୍ବାଧିକ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ଦିଆଯାଇଛି ।[][][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ତଙ୍କ ପରିବାରରେ ତିନି ଭଉଣୀଙ୍କ ମଧ୍ୟରୁ କଳ୍ପନା ମୋରପାରିଆ ସବୁଠୁ ଛୋଟ ଥିଲେ। ତାଙ୍କ ଜନ୍ମ ୩୦ ମେ ୧୯୪୯ ମସିହାରେ ଭବାଣ୍ଡା ଏବଂ ଲକ୍ଷ୍ମୀବେନ୍ ତନ୍ନାଙ୍କ ଲୋହାନା ପରିବାରରେ ହୋଇଥିଲା। ଛୋଟ ବୟସରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ୧୬ ବର୍ଷ ବୟସରେ ସେ ନିଜ ସ୍କୁଲ ଶିକ୍ଷା ସମାପ୍ତ କରି ସୋଫିଆ କଲେଜ ଫର୍ ଉମେନ୍‌ରେ ବିଜ୍ଞାନ ଶିକ୍ଷା ପାଇଁ ଭର୍ତ୍ତି ହୋଇଥିଲେ ଏବଂ ୧୯୭୦ ମସିହାରେ ରସାୟନ ବିଷୟରେ BSc ଡିଗ୍ରୀ ହାସଲ କରିଥିଲେ । ପରେ ସେ ଆଇନ ଡିଗ୍ରୀ ଅର୍ଜନ କରିଥିଲେ।

ବୃତ୍ତିଜୀବନ

[ସମ୍ପାଦନା]

ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ କଳ୍ପନା ଅଧ୍ୟାପନା କାର୍ଯ୍ୟ ଆରମ୍ଭ କରିଥିଲେ, କିନ୍ତୁ କହିବା ସମ୍ପର୍କିତ ଜଟିଳତା ହେତୁ ସେ ୧୧–୧୨ ମାସ ପାଇଁ ଅବକାଶ ନେବାକୁ ବାଧ୍ୟ ହୋଇଥିଲେ ଏବଂ ଘରେ ରହିଥିଲେ। ତାଙ୍କ ବଡ଼ ଭଉଣୀ ପାରୁଲ ଠକ୍କର ଆଇନ ପଢ଼ିଥିଲେ ଏବଂ ଏକ ଆଇନ ଫର୍ମ ସହିତ ଜଡିତ ଥିଲେ। ସେହି ପଥକୁ ଅନୁସରଣ କରିବାକୁ କଳ୍ପନା ଏକ ଆଇନ କଲେଜରେ ଭର୍ତ୍ତି ହୋଇଥିଲେ । ଏହି ସମୟ ମଧ୍ୟରେ ସେ ଜୟସିଂହଙ୍କ ସହ ବିବାହ କରିଥିଲେ। ସେ ଆଇନ ଡିଗ୍ରୀ ସମାପ୍ତ କରି ୧୯୭୪ ମସିହାରେ ମାତୁଭାଇ ଜମିଆତରାମ ଏବଂ ମ୍ୟାଡେନ୍ ନାମକ ଏକ ଆଇନ ଫର୍ମରେ (ଯାହା ଅବୈତନିକ ଥିଲା) କାର୍ଯ୍ୟ ଆରମ୍ଭ କରିଥିଲେ।

୧୯୭୫ ମସିହାରେ ସେ ICICI ର ଆଇନ ବିଭାଗରେ କାମ କରିବା ପାଇଁ ଯୋଗ ଦେଲେ। ସଂସ୍ଥା ପକ୍ଷରୁ ତାଙ୍କୁ କ୍ରମେ ବିଭିନ୍ନ ଦାୟିତ୍ୱ ଦିଆଯାଇଥିଲା । ୧୯୯୧ ମସିହାରେ ପୁଞ୍ଜି ବଜାର ଅଧ୍ୟୟନ ପାଇଁ ସଂସ୍ଥା ତାଙ୍କୁ ଯୁକ୍ତରାଷ୍ଟ୍ରକୁ ପଠାଇଥିଲା, ଯେଉଁଠାରେ ସେ ନ୍ୟୁୟର୍କର ଡେଭିଡ୍ ପୋଲ୍କ ଏବଂ ୱାର୍ଡୱେଲ୍ ନାମକ ଆଇନ ଫର୍ମରେ ତିନି ମାସ କାମ କରିଥିଲେ।

ICICI ବ୍ୟାଙ୍କର ଗଠନ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ୧୯୯୯ ମସିହାରେ ଏହାକୁ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରାଇଥିଲେ। ୨୦୦୨ ମସିହାରେ ICICI ଲିମିଟେଡ୍ ସହ ICICI ବ୍ୟାଙ୍କର ବିଲୟକୁ ସହଜସାଧ୍ୟ କରିଥିଲେ।

ବ୍ୟବସାୟରେ ଉନ୍ନତି

[ସମ୍ପାଦନା]

୧୯୭୫ ରୁ ୧୯୯୪ ପର୍ଯ୍ୟନ୍ତ କଳ୍ପନା ICICI ର ଆଇନ ବିଭାଗରେ କାର୍ଯ୍ୟ କରିଥିଲେ । ୧୯୯୬ ମସିହାରେ ସେ ସଂସ୍ଥାର ମହାପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଥିଲେ। ଏହି ପଦବୀରେ ସେ ଆଇନ, ଯୋଜନା, ଟ୍ରେଜେରୀ ଏବଂ କର୍ପୋରେଟ୍ ଯୋଗାଯୋଗ ବିଭାଗର ଦାୟିତ୍ୱ ନିଭାଇଥିଲେ। ୧୯୯୮ ମସିହାରେ ସେ ICICI ର ବରିଷ୍ଠ ମହାପ୍ରବନ୍ଧକ ହୋଇଥିଲେ ଏବଂ ମେ ୨୦୦୧ ମସିହାରେ ICICI ର ନିର୍ଦ୍ଦେଶକ ମଣ୍ଡଳୀରେ ଯୋଗ ଦେଇଥିଲେ।

ମେ ୨୦୦୨ ମସିହାରେ ବୋର୍ଡ ତାଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲା। ଏପ୍ରିଲ୍ ୨୦୦୬ ମସିହାରେ ସେ ଉପ-ପ୍ରବନ୍ଧନ ନିର୍ଦ୍ଦେଶକ ଭାବେ ପୁନଃନିଯୁକ୍ତ ହୋଇଥିଲେ ଏବଂ ପରେ ସଂଯୁକ୍ତ ପ୍ରବନ୍ଧନ ନିର୍ଦ୍ଦେଶକ ହୋଇଥିଲେ। ସେହି ସମୟରେ ସେ ଥୋକ, ଖୁଦ୍ର, ଗ୍ରାମୀଣ ଓ ଆନ୍ତର୍ଜାତୀୟ ବ୍ୟାଙ୍କିଂ, ରଣନୀତି, ଆପଦା ପରିଚାଳନା, ଅନୁପାଳନ, ଅଡିଟ୍, ଆଇନ, ଅର୍ଥ, ରାଜକୋଷ, ସଚିବୀୟ, ମାନବ ସଂସାଧନ ପରିଚାଳନା, କର୍ପୋରେଟ୍ ଯୋଗାଯୋଗ, ଲେନଦେନ ପ୍ରକ୍ରିୟାକରଣ ଓ ପରିଚାଳନା ସହିତ କର୍ପୋରେଟ୍ କେନ୍ଦ୍ରର ଦାୟିତ୍ୱ ପରିଚାଳନା କରିଥିଲେ। ୧ ଜୁନ୍ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଅବଧି ପାଇଁ ସେ ମୁଖ୍ୟ ରଣନୀତି ଏବଂ ଯୋଗାଯୋଗ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଏକଦା ସେ JP Morgan ର CEO ପଦବୀରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ।[] ସେ ଡା. ରେଡିଜ୍ ଲ୍ୟାବୋରେଟରୀଜ୍, ବେନେଟ୍ ଏଣ୍ଡ କୋଲମ୍ୟାନ୍, ଏବଂ ଟାଟା କନସଲଟେନ୍ସି ସର୍ଭିସେସ୍‌ର CMC ଲିମିଟେଡ୍‌ର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେ ଏୟାରଟେଲ୍‌ର ସୁନୀଲ୍ ମିତ୍ତଲ୍‌ଙ୍କ ନେତୃତ୍ୱାଧୀନ ଭାରତୀ ଫାଉଣ୍ଡେସନ୍‌ର ଦାନଧର୍ମ କାର୍ଯ୍ୟକ୍ରମ ସଂପର୍କୀୟ ଦାୟୀତ୍ଵ ମଧ୍ୟ ବହନ କରୁଛନ୍ତି। ଏହି ସଂସ୍ଥା ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ତାମିଳନାଡୁରେ ବିଦ୍ୟାଳୟ ନିର୍ମାଣ ଏବଂ ଅବହେଳିତ ବିଦ୍ୟାଳୟଗୁଡ଼ିକର ପରିଚାଳନା ଭାର ଗ୍ରହଣ କରିନେବା ସହିତ ସଂପୃକ୍ତ।

ଉପଲବ୍ଧି

[ସମ୍ପାଦନା]
  • ଭାରତର ଦ୍ୱିତୀୟ ସର୍ବବୃହତ ବ୍ୟାଙ୍କ ଗଠନ ପାଇଁ ICICI ଗ୍ରୁପର ପ୍ରମୁଖ କର୍ପୋରେଟ୍ ଗଠନ ଉଦ୍ୟମ—ICICI ଲିମିଟେଡ୍ ସହ ICICI ବ୍ୟାଙ୍କର ବିଲୟ—କଳ୍ପନା ମୋରପାରିଆଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା।
  • ୨୦୦୮ ମସିହାରେ ଫର୍ଚ୍ୟୁନ୍ ପତ୍ରିକା ଦ୍ୱାରା ତାଙ୍କୁ “The 50 Most Powerful Women in International Business” ଭାବେ ସମ୍ମାନିତ କରାଯାଇଥିଲା।[2]
  • ଫର୍ଚ୍ୟୁନ୍ ଇଣ୍ଡିଆ (୨୦୧୮) ଅନୁସାରେ, ସେ ଭାରତର ୬୯ତମ ସର୍ବାଧିକ ପ୍ରଭାବଶାଳୀ ମହିଳା ଭାବେ ସ୍ଥାନ ପାଇଥିଲେ।[]
  • ବ୍ୟବସାୟ ତଥା ବ୍ୟାଙ୍କିଙ୍କ କ୍ଷେତ୍ରରେ ଅସାଧାରଣ ସଫଳତା ପାଇଁ ତାଙ୍କୁ ପଦ୍ମଶ୍ରୀ ସମାନରେ ସମ୍ମାନିତ କରାଯାଇଛି []
  1. "Leo Puri to take over as Chairman of JP Morgan". Business Line. Chennai. 27 May 2020. Retrieved 3 July 2021.
  2. "Hindustan Unilever Ltd appoints Kalpana Morparia an independent director". timesofindia-economictimes (in ଇଂରାଜୀ). Archived from the original on 2015-04-02. Retrieved 2026-02-05.
  3. ୩.୦ ୩.୧ ୩.୨ "Kalpana Morparia to retire from JPM". The Times of India. 2020-05-28. ISSN 0971-8257. Retrieved 2026-02-05.
  4. "Most Powerful Women 2018: This Year's Top Women in Business". Fortune India (in ଇଂରାଜୀ). Retrieved 2026-02-05.
  5. "Kalpana Morparia, an iconic banker, set to draw curtains on an illustrious career". Moneycontrol (in ଆମେରିକୀୟ ଇଂରାଜୀ). Retrieved 2026-02-05.
  6. "Most Powerful Women 2018: This Year's Top Women in Business". Fortune India (in ଇଂରାଜୀ). Retrieved 2026-02-05.
  7. "Wayback Machine" (PDF). www.padmaawards.gov.in. Retrieved 6 February 2026.