କଳି ଅନ୍ଧଣା

ଉଇକିପିଡ଼ିଆ‌ରୁ

କଳି ଅନ୍ଧଣା-ଶ୍ରୀଅଙ୍ଗକୁ ବାନ୍ଧି ରଖିବାର ଏକ ବସ୍ତ୍ର । ଗମ୍ଭୀରା ଭିତରେ ରହିଛି ରତ୍ନସିଂହାସନ । ଆଉ ସେହି ସିଂହାସନ ଉପରେ ବିରାଜିଛନ୍ତି ଚାରିମୂର୍ତି । ଚାରିମୂର୍ତିଙ୍କୁ ସିଂହାସନରେ ସୁଦୃଢ଼ କରି ବସାଇବା ପାଇଁ ଏକ ଡୋରୀ ରହିଛି । ଏହା ଏକ ଶିକୁଳୀ ଭଳି କାମ କରିଥାଏ । ପତବସ୍ତ୍ରର ଏହି ଶିକୁଳୀ ହେଉଛି କଳି ଅନ୍ଧଣା । ଏହ ହେଉଛି ଏକ ଷୋହଳ ହାତିଆ ଲୁଗା । ଠାକୁରଙ୍କ ପେଟରେ ବନ୍ଧାହୋଇ ସିଂହାସନର ରସିକ(ରୂପା ଶିକୁଳା ) ଓ ଶୁଆ ଥଣ୍ଟିଆ ଉପରେ ଗୁଡାଯାଏ । ଏହାଦ୍ୱାରା ରସିକ ଓ ଶୁଆ ଥଣ୍ଟିଆ ଦୃଢ଼ ଭାବରେ ଲାଗି ହୋଇ ରହେ । ଯାହାଦ୍ୱାରା ଠାକୁର ସିଂହାସନରେ ଦୃଢ଼ ଭାବରେ ଥାନ୍ତି । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ରନ୍ଥ ଅନୁଯାୟୀ, ରତ୍ନସିଂହାସନରେ ରହିଛି ଚକା । ୩ ଛକରେ ବିଜେ କରିଛନ୍ତି ୩ ଠାକୁର । ଏହି ଚକା ଉପରେ ବିଜେ କରିବା ପରେ ତାଙ୍କୁ ରତ୍ନସିଂହାସନରେ ରୁନ୍ଧା ଯାଏ । 'କଳି ଅନ୍ଧଣା' ଠାକୁର ସିଂହାସନରେ ରୁନ୍ଧା ନିମନ୍ତେ ବ୍ୟବହାର ହେଉଥିବା ଶିକୁଳୀ ବୋଲି କୁହାଯାଏ । 'ସିଂହାସନ ବାଡ ପଛ ପଟେ ଖଞ୍ଜା ହୋଇଥିବା ସୁନାଶିଙ୍କୁଳୀ ଅନ୍ଧଣା ତିନିଗୋଟି । ଶ୍ରୀବଳଦେବଙ୍କର ସାତସରିଆ ଶିଙ୍କୁଳୀ । ଏହି ଅନ୍ଧଣା ଗୋଟାକୁ ସାତ ଶ' କୋଡିଏ ମାଢେ । ଦେବୀ ସୁଭଦ୍ରାଙ୍କର ପାଞ୍ଚସରିଆ ଅନ୍ଧଣା । ଗୋଟିକୁ ଚାରି ଶ' ଅଶି ମାଢେ । ଜଗନ୍ନାଥଙ୍କ ନବସରିଆ ଅନ୍ଧଣା । ତିନିଗୋଟାକୁ ଏକୋଇଶି ଶ' ଷାଠିଏ ମାଢେ ' ।

ଆଧାର[ସମ୍ପାଦନା]

  • ପ୍ରମେୟ,ପୃଷ୍ଠା- ,ତା-