କର୍ଲାପାଟ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ

କର୍ଲାପାଟ ଅଭୟାରଣ୍ୟ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତ ଏକ ଅଭୟାରଣ୍ୟ ।[୧] ଏହି ପର୍ଯ୍ୟଟନସ୍ଥଳୀକୁ ସାରା ଭାରତରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକମାନେ ଆସିଥାନ୍ତି । କଳାହାଣ୍ଡିର ସଦର ମହକୁମା ଭବାନୀପାଟଣା ସହରରୁ କର୍ଲାପାଟର ଦୁରତ୍ୱ ୩୫ କିଲୋମିଟର ।[୨]

ଗମନାଗମନ ଓ ରହଣି ସୁବିଧା[ସମ୍ପାଦନା]

ଅକ୍ଟୋବର ମାସରୁ ମେ  ମାସ ଯାଏଁ କର୍ଲାପାଟ ଭ୍ରମଣ ପାଇଁ ସୁବିଧା ସମୟ । ଭବାନୀପାଟଣା ପର୍ଯ୍ୟନ୍ତ ରେଳ ଓ ରାଜପଥ ଦେଇ ଯାଇ ହୁଏ । ଏହା ନିକଟରେ ରାଇପି ନାମକ ପାସେଞ୍ଜର ହଲ୍ଟ ମଧ୍ୟ ରହିଛି । ରାତ୍ରରହଣି ପାଇଁ ଭବାନୀପାଟଣାରେ ସରକାରୀ ପାନ୍ଥନିବାସ ସହ ହଟେଲ ମାନ ମଧ୍ୟ ଉପଲବ୍ଧ । ଏହି ଅଭୟାରଣ୍ୟ ମଧ୍ୟରେ ଏକ ପାନ୍ଥନିବାସ ମଧ୍ୟ ଅଛି । ଆଗରୁ ବୁକିଙ୍ଗ କରି ସେଠାରେ ମଧ୍ୟ ରାତ୍ର ଯାପନ ସୁବିଧା ଅଛି । ରାତ୍ରକାଳରେ ଜୀବଜନ୍ତୁ ଦେଖିବାର ସୁବିଧା ମଧ୍ୟ ଉପଲବ୍ଧ ।

ଜୀବଜନ୍ତୁ ଓ ଅରଣ୍ୟ[ସମ୍ପାଦନା]

ଅଭୟାରଣ୍ୟଟି ୨୫୫ ବର୍ଗକିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ପୂର୍ବୀୟ ମାଳଭୂମି ଅଚଳର ନିଘଞ୍ଚ ଅରଣ୍ୟ ଏହି ଇଲାକାରେ ରହିଥାଏ । ବିଭିନ୍ନ ମୂଲ୍ୟବାନ ବୃକ୍ଷ ରାଜି ସହ ଜାଳେଣୀ କାଠ ମଧ୍ୟ ପ୍ରଚୁର ପରିମାଣରେ ଏହି ଅରଣ୍ୟରେ ଉପଲବ୍ଧ ହୁଏ । ଏହାର ଅରଣ୍ୟାଞ୍ଚଳରେ ବାଘ , ଚିତା ବାଘ , ହରିଣ, ସଂଭର ନୀଳ ଗାଈ , ଓ ବହୁ ପ୍ରକାର ପକ୍ଷୀ , ସରୀସୃପ ବସାବାସ କରିଥାଆନ୍ତି ।[୩]  

KARLAPAT CHECK GATE
KARLAPAT ROAD

ଆଧାର[ସମ୍ପାଦନା]

  1. "Karlapat Wildlife Sanctuary". kalahandi.nic.in. କଳାହାଣ୍ଡି ଜିଲ୍ଲା ପ୍ରଶାସନ. Retrieved 27 August 2019.
  2. http://www.indianholiday.com/wildlife-india/karlapat-wildlife-sanctuary.html
  3. "Karlapat Sanctuary". www.wildlife.odisha.gov.in. ଓଡ଼ିଶା ସରକାର. Retrieved 27 August 2019.