Jump to content

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ

Coordinates: 12°58′40″N 77°35′33″E / 12.9779°N 77.5926°E / 12.9779; 77.5926
ଉଇକିପିଡ଼ିଆ‌ରୁ
କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ
Karnāṭaka Ućća Nyāyālaya
ସ୍ଥାପିତ1884
ସ୍ଥାନPrincipal bench
Additional benches
ଭୌଗଳିକ ଦିଗବାରେଣି12°58′40″N 77°35′33″E / 12.9779°N 77.5926°E / 12.9779; 77.5926
ସଂରଚନାPresidential appointment on advice of the Chief Justice of India and the Governor of Karnataka.
ଅଧିକାର ପ୍ରାପ୍ତConstitution of India
ବିଚାରପତି କାର୍ଯ୍ୟକାଳMandatory retirement at age 62
ସଦସ୍ଯତା ସଂଖ୍ଯା62
Websitehttps://judiciary.karnataka.gov.in
Chief Justice
ବର୍ତ୍ତମାନValluri Kameswar Rao (Acting)
ନିଯୁକ୍ତି ଦିନ30 May 2025

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ (IAST: Karnāṭaka Ućća Nyāyālaya), ଯାହା ପୂର୍ବରୁ ମହୀଶୁର ହାଇକୋର୍ଟ ନାମରେ ପରିଚିତ, ଏକ ଭାରତୀୟ ରାଜ୍ୟ କର୍ଣ୍ଣାଟକର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା । ଏହି ନ୍ୟାୟାଳୟର ମୁଖ୍ୟ ବେଞ୍ଚ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅବସ୍ଥିତ, ଏବଂ ଅନ୍ୟାନ୍ୟ ଦୁଇଟି ସ୍ଥାୟୀ ବେଞ୍ଚ ହୁବ୍ଲି-ଧାରୱାଡ଼ ଓ କଲବୁରଗୀରେ ଅଛି । ବେଙ୍ଗାଲୁରୁରେ ଏହି ଉଚ୍ଚ ନ୍ୟାୟାଳୟ "ଅତ୍ତାରା କାଚେରୀ" ନାମକ ଲାଲ ରଙ୍ଗର ପଥର ଓ ଇଟାରେ ତିଆରି ହୋଇଥିବା ଭବନରେ କାର୍ଯ୍ୟ କରିଆସୁଛି, ଯାହା କର୍ଣ୍ଣାଟକର ବିଧାନସଭା "ବିଧାନ ସୌଧ" ର ସାମ୍ନାରେ ଅବସ୍ଥିତ ।[]

ନ୍ୟାୟିକ ସଂରଚନା

[ସମ୍ପାଦନା]

ଏହି ଉଚ୍ଚ ନ୍ୟାୟାଳୟରେ କର୍ଣ୍ଣାଟକର ମୁଖ୍ୟ ବିଚାରପତି ଓ ଅନ୍ୟାନ୍ୟ ବିଚାରପତିମାନେ ଥାଆନ୍ତି, ଯେଉଁମାନେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି । ଫେବୃଆରୀ ୨୦୨୨ ଅବଧି ସୁଦ୍ଧା ଏହି ନ୍ୟାୟାଳୟରେ ୪୫ ଜଣ ବିଚାରପତି ରହିଥିଲେ, ଯଦ୍ୟପି ଏହି ଉଚ୍ଚ ନ୍ୟାୟାଳୟର ମଞ୍ଜୁରିପ୍ରାପ୍ତ ସର୍ବାଧିକ ବିଚାରପତି ସଂଖ୍ୟା ୬୨ ଜଣ । ବଲ୍ଲୁରି କାମେଶ୍ୱର ରାଓ ୩୦ ମଇ ୨୦୨୫ ରୁ କାର୍ଯ୍ୟବାହି ମୁଖ୍ୟ ବିଚାରପତି ଭାବେ ଅଛନ୍ତି ।

ଶକ୍ତି ଓ ଅଧିକାରକ୍ଷେତ୍ର

[ସମ୍ପାଦନା]

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ, ରାଜ୍ୟର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ଭାବରେ ସମସ୍ତ ଜିଲ୍ଲା ଓ ନ୍ୟାୟିକ ସଂସ୍ଥା (tribunals) ଉପରେ ନିର୍ଦ୍ଦେଶନାଧିକାର ରଖେ (ସେନା ନ୍ୟାୟାଳୟ ବ୍ୟତୀତ) । ଜିଲ୍ଲା ନ୍ୟାୟାଳୟ, ସିଭିଲ କୋର୍ଟ ବା ସେସନ କୋର୍ଟ ର ଫୈସଲା ଉପରେ ଅପିଲ ଏଠି ଶୁଣାଯାଏ । ଏହି ଉଚ୍ଚ ନ୍ୟାୟାଳୟର ରାୟ ବିରୁଦ୍ଧରେ ଆପିଲ ଭାରତର ସୁପ୍ରିମ କୋର୍ଟରେ ହିଁ ହୋଇପାରିବ।

ଏହି ଉଚ୍ଚ ନ୍ୟାୟାଳୟ ଏକ "କୋର୍ଟ ଅଫ୍ ରେକର୍ଡ" ଯାହାର ସ୍ୱୟଂ ଉପରେ ଅଦାଲତ ଅବମାନନା ଅଭିଯୋଗ ଶୁଣାଣି କରିପାରିବା ଅଧିକାର ରହିଅଛି ।

ସ୍ଥାୟୀ ବେଞ୍ଚ

[ସମ୍ପାଦନା]

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଦୁଇଟି ସ୍ଥାୟୀ ବେଞ୍ଚ ଯାହାକି ହୁବ୍ଲି-ଧାରୱାଡ଼ ଓ କଲବୁରଗୀରେ ଅଛି । ହୁବ୍ଲି-ଧାରୱାଡ଼ ବେଞ୍ଚ ୨୪ ଅଗଷ୍ଟ ୨୦୧୩ ରେ କାର୍ଯ୍ୟକ୍ଷମ ହେଲା, ଓ କଲବୁରଗୀ ବେଞ୍ଚ ୩୧ ଅଗଷ୍ଟ ୨୦୧୩ ରେ । ତା'ପୂର୍ବରୁ, ୨୦୦୮ ରୁ ଏହି ସ୍ଥାନଗୁଡ଼ିକରେ ଏକ ସର୍କିଟ ବେଞ୍ଚ ଚାଲୁ ରହିଥିଲା । ହୁବ୍ଲି-ଧାରୱାଡ଼ ବେଞ୍ଚ ମୁଖ୍ୟ ବିଚାରପତି ଶ୍ରୀ କେ.ଜି. ବାଳକୃଷ୍ଣନ ଦ୍ୱାରା ୪ ଜୁଲାଇ ୨୦୦୮ ରେ ଉଦ୍‌ଘାଟିତ ହୋଇ, ୭ ଜୁଲାଇ ୨୦୦୮ ରୁ କାର୍ଯ୍ୟକ୍ଷମ ହୋଇଥିଲା ।[]

ଅତ୍ତାରା କାଚେରୀ — ବେଙ୍ଗାଲୁରୁରେ ଅବସ୍ଥିତ ଏହି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବେଞ୍ଚ ଇଟା ଓ ପଥରରେ ନିର୍ମିତ ଏକ ଦ୍ଵିତଳ ଭବନ, ଯାହା ଲାଲ ରଙ୍ଗରେ ରଙ୍ଗିତ, ଏବଂ ନିଓକ୍ଲାସିକ୍ ଶୈଳୀରେ ନିର୍ମିତ। ଏହି ଭବନ ୧୮୬୪ ରୁ ୧୮୬୮ ମଧ୍ୟରେ ତିଆରି ହୋଇଥିଲା ଓ ବେଙ୍ଗାଲୁରୁର କବ୍‌ବନ ପାର୍କ ଅଞ୍ଚଳରେ ଅବସ୍ଥିତ ।[]

୧୯୮୨ ମସିହାରେ ଏହି ଭବନକୁ ଧ୍ଵଂସ କରି ଏକ ନୂତନ ଭବନ ନିର୍ମାଣ କରିବା ପ୍ରସ୍ତାବ ଆସିଥିଲା ।[] ଏହା ବିରୁଦ୍ଧରେ ଏକ ଜନସ୍ଵାର୍ଥ ମାମଲା (PIL) ଉଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିଲା, ଏହା ହେଉଛି ଉକ୍ତ ଉଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ପ୍ରଥମ ଜନସ୍ଵାର୍ଥ ମାମଲା । ଏହି ମାମଲା ସେହି ଭବନରେ ଶୁଣାଯାଇଥିଲା, ଯାହାକି ଧ୍ଵଂସ କରିବା ପ୍ରସ୍ତାବ ଥିଲା । ଉଚ୍ଚ ନ୍ୟାୟାଳୟ ଏହି ଅନୁରୋଧକୁ ଖାରଜ କଲେ ମଧ୍ୟ, ୧୯୮୫ ରେ ଭାରତ ସୁପ୍ରିମ କୋର୍ଟ ରାଜ୍ୟ ସରକାରକୁ ଏହି ଧ୍ଵଂସ ପ୍ରସ୍ତାବ ପୁନଃବିଚାର କରିବା ନିର୍ଦ୍ଦେଶ ଦେଲାପରେ ଏହି ପ୍ରସ୍ତାବକୁ ରଦ୍ଦ କରାଗଲା ।

  1. "History". judiciary.karnataka.gov.in. Retrieved 10 July 2025.[permanent dead link]
  2. "Dharwad high court bench all set to celebrate its 10th anniversary". The Times of India. 2018-07-04. ISSN 0971-8257. Retrieved 2025-07-10.
  3. "Attara Kacheri: Building that housed 18 public departments made way for Karnataka High Court". The Economic Times. 2015-08-28. ISSN 0013-0389. Retrieved 2025-07-10.
  4. bgsug. "The Hindu : Metro Plus Bangalore / Heritage : The battle for Attara Kacheri". www.hindu.com. Archived from the original on 2006-09-12. Retrieved 2025-07-10.