Jump to content

କରୁଣାବତୀ କାହାଣୀ (ବତ୍ରିଶ ସିଂହାସନ)

ଉଇକିପିଡ଼ିଆ‌ରୁ
1. Vikramaditya Memorial, Ujjain

କରୁଣାବତୀ କାହାଣୀ ବତ୍ରିଶ ସିଂହାସନର ଚବିଶତମ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[]

ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ଚବିଶତମ ଦିନ ଯେତେବେଳେ ସେହି ସିଂହାସନର ଚବିଶତମ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” କରୁଣାବତୀ ନାମକ ଚବିଶତମ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[]

ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ଚବିଶତମ ପ୍ରତିମା କରୁଣାବତୀ ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ଚବିଶତମ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[][]

ଚବିଶତମ କାହାଣୀ

[ସମ୍ପାଦନା]

ବତ୍ରିଶ ସଂହାସନର ଚବିଶତମ ପୁତ୍ତଳିକା କହିଥିବା କଥା ଏଭଳି ଥିଲା—ରାଜା ବିକ୍ରମାଦିତ୍ୟଙ୍କ ସମସ୍ତ ସମୟ ନିଜ ପ୍ରଜାଙ୍କ ଦୁଃଖ ଦୂର କରିବାରେ ବ୍ୟତୀତ ହୁଏ । ପ୍ରଜାର କୌଣସି ସମସ୍ୟାକୁ ସେ କେବେ ଅଣଦେଖା କରୁନଥିଲେ । ସମସ୍ତ ସମସ୍ୟାର ସୂଚନା ତାଙ୍କୁ ମିଳୁ, ଏହିପାଇଁ ସେ ରାତିରେ ବେଷ ବଦଳି ସମସ୍ତ ରାଜ୍ୟ ଘୁରି ବୁଲୁଥିଲେ; ଆଜି ଗୋଟିଏ ଅଞ୍ଚଳରେ ତ କାଲି ଅନ୍ୟ ଅଞ୍ଚଳରେ। ତାଙ୍କର ଏହି ଅଭ୍ୟାସ ବିଷୟରେ ଚୋର-ଡାକୁମାନେ ମଧ୍ୟ ଜାଣୁଥିଲେ, ତେଣୁ ରାଜ୍ୟରେ ଅପରାଧ ଘଟଣା ବହୁତ କମ୍‌ ଥିଲା । ବିକ୍ରମ ଚାହୁଁଥିଲେ ଯେ ଅପରାଧ ସମ୍ପୂର୍ଣ୍ଣ ଶେଷ୍ଯା ହୋଇଯାଉ, ଯାହାଦ୍ୱାରା ଲୋକେ ନିର୍ଭୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିପାରିବେ ଓ ଆରାମର ନିଦ୍ରା ନେଇପାରିବେ।

ଏହି କ୍ରମରେ ଏକ ରାତି ସେ ବେଶ ବଦଳି ରାଜ୍ୟର ଗୋଟିଏ ଅଞ୍ଚଳରେ ବୁଲୁଥିଲେ ।ସେତେବେଳେ, ଗୋଟିଏ ବଡ଼ ଭବନରୁ ଲଟକିଥିବା ଗୋଟିଏ ରସି ରାଜାଙ୍କ ନଜରରେ ପଡ଼ିଲା । ସେ ଭାବିଲେ — “ନିଶ୍ଚୟ ଏହି ରସି ଧରି କୌଣସି ଚୋର ଉପର ଘରକୁ ଯାଇଥିବ।” ସତ୍ୟ ଜାଣିବାପାଇଁ ସେ ମଧ୍ୟ ରସି ଧରି ଉପରେ ଚଡ଼ିଗଲେ । ତାଙ୍କ ହାତରେ ତରବାରୀର ଥିଲା, ଯେପରି ହଠାତ ଆକ୍ରମଣର ଶିକ୍କର ହେଲେ ଚୋରକୁ ମାରିପାରିବେ । ଏତିକିରେ ତାଙ୍କ କାନରେ ଗୋଟିଏ ମହିଳାର ଧୀର ସ୍ୱର ପଡ଼ିଲା । ବିକ୍ରମ ଭାବିଲେ, “ବୋଧେ ଚୋର ଗୋଟିଏ ନାରୀ ଅଟେ।” ସେ ସେହି କକ୍ଷର କବାଟ ପାଖରେ ନିରବରେ ଠିଆ ହେଲେ, ଯେଉଁଠାରୁ ଶବ୍ଦ ଆସୁଥିଲା । ସେହି ନାରୀ ପାଖର ଘରରେ ଥିବା କାହାକୁ ମାରିବା ପାଇଁ ଅନ୍ୟ ଜଣକୁ କହୁଥିଲା । ସେ କହୁଥିଲା, “ସେ ପୁରୁଷକୁ ମାରିଦିଅ, ନ ହେଲେ ମୁଁ ଅନ୍ୟ କାହା ସହ ସମ୍ପର୍କ ରଖିପାରିବି ନାହିଁ।” ତା’ପରେ ଗୋଟିଏ ପୁରୁଷ ସ୍ୱର ଶୁଣାଗଲା, ଯିଏ କହୁଥିଲେ, “ମୁଁ ଲୁଟେରା, ହେଲେ ଏକ ନିରପରାଧକୁ ମାରିପାରିବି ନାହିଁ ।” ସେ ମହିଳାକୁ ନିଜ ସହ ସୁଦୂର ସ୍ଥାନକୁ ଯିବାକୁ କହୁଥିଲେ ଏବଂ ତାକୁ ଏହି ଆଶ୍ଵାସନା ଦେଇ ନିଶ୍ଚିନ୍ତ କରାଇବାକୁ ଚେଷ୍ଟା କରୁଥିଲେ ଯେ ତାଙ୍କ ପାଖରେ ଏତେ ଧନ ଅଛି ଯେ ଜୀବନର ବାକି ଅଂଶ ସେମାନେ ମହା ସୁଖରେ କାଟିପାରିବେ । ଶେଷରେ ସେ ମହିଳା କହିଲେ, “ତୁମେ ଆସନ୍ତାକାଲି ଆସ, ମୋତେ ଧନ ସଂଗ୍ରହ କରିବାକୁ ଅନ୍ତତଃ ଚବିଶ ଘଣ୍ଟା ଲାଗିବ ।” ରାଜା ବୁଝିଗଲେ, ସେ ପୁରୁଷ ଏହି ମହିଳାର ପ୍ରେମୀ, ଓ ସେ ମହିଳା ଏହି ଭବନର ମାଲିକ ସେଠଙ୍କ ଜୀବନସାଥୀ । ସେଠ ପାଖ ଘରେ ଶୋଇଥିଲେ, ଓ ସେଠାଣି ନିଜ ପ୍ରେମୀକୁ ତାଙ୍କ ହତ୍ୟା ପାଇଁ ଉସୁକାଉଥିଲା । ଏହା ଦେଖି ରାଜା ରସି ଧରି ତଳକୁ ଆସିଲେ ଓ ପ୍ରେମୀକ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଲେ । କିଛି ସମୟ ପରେ ସେହି ପୁରୁଷ ରସି ଧରି ତଳକୁ ଆସିଲେ । ରାଜା ତରବାରୀ ତାଙ୍କ ଗଳା ଉପରେ ରଖି କହିଲେ, “ଚିହ୍ନିରଖ, ତୋର ସାମ୍ନାରେ ରାଜା ବିକ୍ରମ ଠିଆ ହୋଇ ଅଛନ୍ତି ।” ସେ ମଣିଷ ଭୟରେ ଥରିଗଲା, ମୃତ୍ୟୁଦଣ୍ଡର ଭୟରେ କଥା କହିପାରୁନଥିଲା । ରାଜା କହିଲେ — “ଯଦି ସତ୍ୟ କହିଦେବୁ, ତେବେ ମୁଁ ତୋତେ ମୃତ୍ୟୁଦଣ୍ଡ ଦେବି ନାହିଁ।” ତା’ପରେ ସେ ନିଜ କଥା ଏପରି କହିଲା "“ମୁଁ ଶୈଶବଠାରୁ ତାଙ୍କୁ ଭଲପାଉଥିଲି ଏବଂ ତାଙ୍କ ସହ ବିବାହ କରିବାର ସ୍ୱପ୍ନ ଦେଖୁଥିଲି। ମୋ ପାଖରେ ମଧ୍ୟ ବହୁତ ଧନ ଥିଲା, କାରଣ ମୋର ପିତା ଗୋଟିଏ ବହୁତ ବଡ଼ ବଣିକ ଥିଲେ। କିନ୍ତୁ ମୋ ଭବିଷ୍ୟତ୍ ସୁଖର ସମସ୍ତ ସ୍ୱପ୍ନ ଭାଙ୍ଗିଗଲା । କାରଣ ଗୋଟେ ଦିନ ମୋ ପିତାଙ୍କ ଧନରେ ଭରିଥିବା ଜହାଜକୁ ସମୁଦ୍ରରେ ଡାକୁମାନେ ଲୁଟିନେଲେ । ଏହି ଖବର ଶୁଣି ମୋ ପିତାଙ୍କ ହୃଦୟ ଏମିତି ଝଟକା ଖାଇଲା ଯେ ସେ ମୃତ୍ୟୁବରଣ କଲେ । ଆମେ ଗରିବ ହୋଇଗଲୁ । ମୁଁ ମୋର ସମସ୍ତ ବିପଦର କାରଣ ସେହି ସମୁଦ୍ର ଡାକୁମାନେ ବୋଲି ଭାବି, ସେମାନଙ୍କୁ ପ୍ରତିଶୋଧ ନେବା ପାଇଁ ବାହାରିଲି । ବର୍ଷ ବର୍ଷ ପର୍ଯ୍ୟନ୍ତ ଘୁରି ବୁଲିଲି ଏବଂ ଶେଷରେ ସେମାନଙ୍କ ଠିକଣା ଜାଣିଲି । ବହୁତ କଷ୍ଟରେ ସେମାନଙ୍କ ଭରସା ଜିତିଲି ଏବଂ ସେମାନଙ୍କ ଦଳରେ ଯୋଗ ଦେଲି । ସୁଯୋଗ ମିଳିଲେ ମୁଁ ଗୋଟେ ଗୋଟେ ଡାକୁକୁ ମାରିଦେଉଥିଲି । ଏଭଳି କରି ମୁଁ ସମସ୍ତ ଡାକୁ ଦଳକୁ ସମାପ୍ତ କରିଲି ଏବଂ ସେମାନେ ଯେ ଧନ ଲୁଟିଥିଲେ ସେସବୁ ନେଇ ଘରକୁ ଫେରିଲି । ଘରକୁ ଆସି ଜାଣିଲି ଯେ ଗୋଟିଏ ଧନୀ ସେଠଙ୍କ ସହ ମୋର ପ୍ରେମିକାର ବିବାହ ହୋଇଯାଇଛି ଏବଂ ସେ ତା ସ୍ୱାମୀ ସହିତ ଚାଲିଯାଇଛି । ମୋର ସମସ୍ତ ସ୍ୱପ୍ନ ଚୁରମାର୍‌ ହୋଇଗଲା । ଗୋଟେ ଦିନ ଶୁଣିଲି ଯେ ସେ ନିଜ ମା ଘରକୁ ଆସୁଛି, ମୁଁ ଖୁସି ହୋଇପଡିଲି । ସେ ଆସି ମୋ ସହ ମିଶିବା ଆରମ୍ଭ କଲା ଏବଂ ମୁଁ ତାକୁ ସମସ୍ତ ଘଟଣା କହିଦେଲି । ଗୋଟେ ଦିନ ସେ କହିଲେ — ‘ତୁମ ପାଖରେ ଯେ ବହୁତ ଧନ ଅଛି, ଏହାକୁ ମୁଁ କେବଳ ସେତେବେଳେ ବିଶ୍ୱାସ କରିବି ଯେତେବେଳେ ତୁମେ ମୋ ଗଳାରେ ନଉଲଖା ହାର ପିନ୍ଧାଇବ ।’ ମୁଁ ନଉଲଖା ହାର ନେଇକରି ଗଲି । ସେତେବେଳେ ସେ ସ୍ୱାମୀଙ୍କ ଘରକୁ ଫେରିଯାଇଥିଲେ। ମୁଁ ସେହି ହାରକୁ ତାଙ୍କ ସ୍ୱାମୀଙ୍କ ଘରରେ ଗୋପନରେ ପିନ୍ଧାଇଦେଲି, ତେବେ ସେ ମୋତେ ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ଉସୁକାଇଲେ। କିନ୍ତୁ ମୁଁ ତାଙ୍କ କଥା ଶୁଣିଲି ନାହିଁ, କାରଣ ମୁଁ ଭାବୁଥିଲି ଯେ ନିରପରାଧ ମଣିଷକୁ ମାରିବା ଭୟଙ୍କର ପାପ ।” ରାଜା ବିକ୍ରମାଦିତ୍ୟ ସେହି ପୁରୁଷଙ୍କ ସତ୍ୟବାଦିତାକୁ ପ୍ରଶଂସା କଲେ ଏବଂ ସମୁଦ୍ର ଡାକୁମାନଙ୍କୁ ସମାପ୍ତ କରିଥିବା ପାଇଁ ତାଙ୍କ ସାହସକୁ ସାବାସି ଦେଲେ। କିନ୍ତୁ ସେ ତା’ପରେ କହିଲେ — “ତୁମେ ନାରୀର ଚରିତ୍ରକୁ ଠିକଭାବେ ନ ବୁଝି ଭୁଲ କରିଛ । ପ୍ରକୃତ ପ୍ରେମିକା ସଦା ପ୍ରେମିକଙ୍କୁ ଭଲପାଏ, ତାଙ୍କ ଧନକୁ ନୁହେଁ । ତୁମ ପ୍ରେମିକା ତୁମର ଅପେକ୍ଷା କରିଲା ନାହିଁ, ଧନୀ ପୁରୁଷ ସହ ବିବାହ କଲା, ଏବଂ ପୁଣି ତା’ପରେ ସେ ନିଜ ସ୍ୱାମୀ ପ୍ରତି ଦ୍ରୋହ କରିବାରେ ଟିକିଏ ମଧ୍ୟ ଶଙ୍କା ନାହିଁ। ନଉଲଖା ହାର ମିଳିଗଲାପରେ ମଧ୍ୟ ତୁମ ସହ ଚାଲିବାକୁ ପ୍ରସ୍ତୁତ ହେଲା ନାହିଁ, ଓଲଟି ତୁମ ଅସ୍ୱୀକାର ସତ୍ତ୍ୱେ ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ତୁମକୁ ପ୍ରବର୍ତ୍ତାଉଛି। ଏହିପରି ନିଷ୍ଠୁର ଏବଂ ଚରିତ୍ରହୀନ ନାରୀ ସହ ପ୍ରେମ କେବଳ ବିନାଶ ଆଡକୁ ନେଇଯିବ ।” ସେ ପୁରୁଷ କାନ୍ଦି କାନ୍ଦି ରାଜାଙ୍କ ପାଦତଳେ ପଡ଼ିଲେ ଏବଂ ନିଜ ଅପରାଧ ପାଇଁ କ୍ଷମା ଚାହିଁଲେ। ରାଜା ମୃତ୍ୟୁଦଣ୍ଡ ଦେବାର ପରିବର୍ତ୍ତେ ତାଙ୍କୁ ସାହସ ଓ ସତ୍ୟବାଦିତା ପାଇଁ ଅନେକ ପୁରସ୍କାର ଦେଲେ । ସେହି ପୁରୁଷଙ୍କ ଆଖି ଖୋଲିଗଲା ।ପରବର୍ତ୍ତୀ ରାତିରେ ରାଜା ସେହି ପ୍ରେମିକଙ୍କ ବେଶ ଧରି ରସି ଧରି ସେହି ମହିଳାଙ୍କ ପାଖରେ ପହଞ୍ଚିଲେ । ତାଙ୍କୁ ଦେଖି ସେ ମହିଳା ତାଙ୍କୁ ନିଜ ପ୍ରେମିକ ଭାବି ସୁନା ଗହଣା ଭରା ଥଳି ଦେଇ କହିଲା, “ମୁଁ ବିଷ ଦେଇ ସେଠକୁ ମାରିଦେଲି ଏବଂ ସମସ୍ତ ସୁନା, ହୀରା ଏବଂ ମାଣିକ୍ୟ ଏହି ଥଳିରେ ଭରିଛି ।” ରାଜା କିଛି କହିଲେ ନାହିଁ। ସେ ମହିଳାଙ୍କୁ ସନ୍ଦେହ ହେଲା ଏବଂ ସେ ତାଙ୍କ ନକଲି ଦାଢ଼ି-ବେଶଭୁଷା ଖୋଲିଦେଲା । ଅଜଣା ଭକ୍ତିଙ୍କୁ ଦେଖି ସେ ତୁରନ୍ତ “ଚୋର! ଚୋର!” ବୋଲି ଚିତ୍କାର କରିଲା ଏବଂ ରାଜାଙ୍କୁ ନିଜ ସ୍ୱାମୀଙ୍କ ହତ୍ୟାକାରୀ ବୋଲି ଅଭିଯୋଗ କରି କାନ୍ଦିବା ଆରମ୍ଭ କଲା । ତଳେ ଲୁଚିଥିବା ରାଜାଙ୍କ ସିପାହି ଓ ନଗର କଟୁଆଳ ଦୌଡ଼ିଆସିଲେ ଏବଂ ରାଜାଙ୍କ ଆଜ୍ଞାରେ ସେହି ହତ୍ୟାକାରିଣୀ ଚରିତ୍ରହୀନା ନାରୀକୁ ଗିରଫ କରିଲେ । ସେ ବୁଝିଗଲା ଯେ ବେଶ ବଦଳି ଆସିଥିବା ପୁରୁଷ ଅସଲି ରାଜା ବିକ୍ରମ ଥିଲେ । ଲୋକ ଲଜ୍ଜ୍ୟାଅରୁ ବର୍ତ୍ତିବା ପାଇଁ ତୁରନ୍ତ ସେ ଗୋଟିଏ ବିଷର ଶିଶି ବାହାରି କରି ବିଷପାନ କରିଦେଲା।"[] []

ଗପଟି କହି ଚବିଶତମ ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ପରି ଜ୍ଞାନୀ, ଚତୁର ତଥା ପ୍ରଜାବତ୍ସଳ ହୋଇପାରିବେ? ଏହିପରି କହିବା ପରେ ଚବିଶତମ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା

  1. ୧.୦ ୧.୧ ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).{{cite book}}: CS1 maint: unrecognized language (link)
  2. WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
  3. samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.{{cite web}}: CS1 maint: numeric names: authors list (link)[permanent dead link]
  4. "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
  5. "Singhasan Battisi - The Story of 24th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-11.