କରିସ୍ମା ତନ୍ନା
କରିସ୍ମା ତନ୍ନା | |
|---|---|
Tanna in 2022 | |
| ଜନ୍ମ | ୨୧ ଡିସେମ୍ବର ୧୯୮୩ Mumbai, Maharashtra, India |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | 2001–present |
| ବୈବାହିକ-ସାଥୀ |
Varun Bangera (m. ୨୦୨୨) |
କରିସ୍ମା ତନ୍ନା (ଜନ୍ମ ୨୧ ଡିସେମ୍ବର ୧୯୮୩) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ, ମଡେଲ୍, ଟେଲିଭିଜନ୍ ଅଭିନେତ୍ରୀ ଓ ଉପସ୍ଥାପିକା। ସେ ଧାରାବାହିକ “କ୍ୟୁଙ୍କି ସାସ୍ ଭି କଭି ବହୁ ଥି” ରେ ଅଭିନୟ କରି ମାଧ୍ୟମ ଜଗତରେ ପ୍ରବେଶ କରିଥିଲେ। ୨୦୧୪ ମସିହାରେ ସେ “ବିଗ୍ ବସ୍” ପ୍ରତିଯୋଗିତାର ପ୍ରଥମ ରନର୍-ଅପ୍ ହୋଇଥିଲେ। ଏହା ସହିତ ସେ “ଜରା ନଚ୍କେ ଦିଖା” (୨୦୦୮), “ନଚ୍ ବଲିଏ” (୨୦୧୫) ଓ “ଝଲକ୍ ଦିଖଲା ଜା” (୨୦୧୬) ପରି ବାସ୍ତବ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଦେଖାଯାଇଥିଲେ। “ଗ୍ରାଣ୍ଡ ମସ୍ତି” ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍ରେ ଅଭିନୟ ଆରମ୍ଭ କରିବା ପରେ ୨୦୧୮ ମସିହାରେ ତାଙ୍କ ଅଭିନୀତ “ସଞ୍ଜୁ” ଚଳଚ୍ଚିତ୍ର ମୁକ୍ତି ପାଇଥିଲା।[୧] ୨୦୧୫ ମସିହାରେ ବାଙ୍ଗ୍ଲାଦେଶରୁ ଗୁଗୁଲରେ ସର୍ବାଧିକ ଖୋଜାଯାଇଥିବା ବ୍ୟକ୍ତିଙ୍କ ତାଲିକାରେ ସେ ଦଶମ ସ୍ଥାନରେ ଥିଲେ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]କରିଶ୍ମା ତନ୍ନାଙ୍କ ଜନ୍ମ ୨୧ ଡିସେମ୍ବର ୧୯୮୩ ରେ ଭାରତର ମୁମ୍ବାଇ ସହରରେ ଜଣେ ଗୁଜରାଟୀ ପରିବାରରେ ହୋଇଥିଲା ।[୨] ସେ ମୁମ୍ବାଇର ସିଡେନହାମ କଲେଜ୍ ଅଫ୍ କମର୍ସ ଏଣ୍ଡ ଇକନୋମିକ୍ସ ରେ ପଢ଼ାଶୁଣା କରିଥିଲେ। ସେଠାରେ ପଢ଼ୁଥିବା ସମୟରୁ ତାଙ୍କର ଅଭିନୟ ଓ ମଞ୍ଚ ପ୍ରଦର୍ଶନ ପ୍ରତି ରୁଚି ବିକଶିତ ହୋଇଥିଲା।[୨]
କର୍ମଜୀବନ
[ସମ୍ପାଦନା]ସେ “ଦୋସ୍ତି: ଫ୍ରେଣ୍ଡସ୍ ଫରେଭର୍” ଚଳଚ୍ଚିତ୍ରରେ ବଲିଉଡ୍ରେ ଅଭିନୟ ଆରମ୍ଭ କରିଥିଲେ। ୨୦୧୮ ମସିହାର ଏପ୍ରିଲ୍ରେ ସେ ALT Balaji ର “କର୍ଲେ ତୁ ଭି ମୋହବ୍ବତ” ରେ ଜୋୟା ହୁସେନ୍ ଭୂମିକାରେ ଦେଖାଯାଇଥିଲେ।[୩] ମେ ୨୦୧୮ ରେ ସେ Colors TV ର ଲୋକପ୍ରିୟ ଅଲୌକିକ ଧାରାବାହିକ “ନାଗିନ୍ ୩” ରେ ରୁହି ନାମକ କେମିଓ ଭୂମିକାରେ ଅଭିନୟ କରିଥିଲେ। ଜୁନ୍ ୨୦୧୮ ରେ ସେ ରାଜକୁମାର ହିରାଣୀଙ୍କ ଚଳଚ୍ଚିତ୍ର “ସଞ୍ଜୁ” ରେ ପିଙ୍କି ନାମକ ଚରିତ୍ରରେ ରଣବୀର କପୁର ଓ ବିକ୍କି କୌଶଳଙ୍କ ସହ ଅଭିନୟ କରିଥିଲେ।[୧] ସେହି ବର୍ଷ ସେ ଏକତା କପୁରଙ୍କ “କୟାମତ୍ କି ରାତ୍” ଧାରାବାହିକରେ ଗୌରୀ ଭୂମିକାରେ ମୁଖ୍ୟ ଅଭିନୟ କରିଥିଲେ।
୨୦୧୯ ମସିହାର ଫେବ୍ରୁଆରୀରେ ସେ କରଣ ଟାକରଙ୍କ ସହ “କିଚେନ୍ ଚ୍ୟାମ୍ପିୟନ୍ ୫” ରେ ଦେଖାଯାଇଥିଲେ ଓ ପରେ ମେ ୨୦୧୯ ରେ “ଖତ୍ରା ଖତ୍ରା ଖତ୍ରା” କାର୍ଯ୍ୟକ୍ରମରେ ଅଂଶ ନେଇଥିଲେ। ୨୦୨୦ ମସିହାରେ ସେ “ଫିୟର ଫ୍ୟାକ୍ଟର: ଖତ୍ରୋଁ କେ ଖିଲାଡି ୧୦” ରେ ଅଂଶଗ୍ରହଣ କରି ବିଜେତା ହୋଇଥିଲେ। ସେହି ବର୍ଷ ନଭେମ୍ବରରେ ସେ “ସୂରଜ୍ ପେ ମଙ୍ଗଲ୍ ଭାରୀ” ଚଳଚ୍ଚିତ୍ରର “ବସନ୍ତୀ” ଗୀତରେ ଦେଖାଯାଇଥିଲେ।[୪]
୨୦୨୧ ମସିହାରେ ସେ ୱେବ୍ ଶୃଙ୍ଖଳା “ବୁଲେଟ୍ସ” ରେ ଲୋଲୋ ଭୂମିକାରେ ଅଭିନୟ କରିଥିଲେ। ୨୦୨୩ ମସିହାରେ ସେ ହନ୍ସଲ ମେହତାଙ୍କ ୱେବ୍ ଶୃଙ୍ଖଳା “ସ୍କୁପ୍” ରେ (Netflix ରେ ମୁକ୍ତିପ୍ରାପ୍ତ) ଜଣେ ଅଭିଯୁକ୍ତ ଗୁଜରାଟୀ ଅପରାଧ ସାମ୍ବାଦିକ ଭୂମିକାରେ ଦେଖାଯାଇଛନ୍ତି।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କରିସ୍ମା ତନ୍ନା ୨୦୧୪ ମସିହାରେ “ବିଗ୍ ବସ୍ ୮” ଘର ଭିତରେ ପରିଚୟ ହେବା ପରେ ଅଭିନେତା ଉପେନ୍ ପଟେଲଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ ଓ ପରେ ତାଙ୍କ ସହ ବିବାହ ନିଶ୍ଚିତ ହୋଇଥିଲା। କିନ୍ତୁ ୨୦୧୬ ମସିହାରେ ସେମାନେ ସମ୍ପର୍କ ଛିନ୍ନ କରିଥିଲେ।[୫] ପରେ ୨୦୨୧ ମସିହାରେ ସେ ମୁମ୍ବାଇର ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ବରୁଣ ବଙ୍ଗେରାଙ୍କ ସହ ସମ୍ପର୍କରେ ରହିଥିଲେ ଓ ସେହି ବର୍ଷ ଗୋଟିଏ ନିଜସ୍ୱ ଅନୁଷ୍ଠାନରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ୫ ଫେବ୍ରୁଆରୀ ୨୦୨୨ ରେ ସେ ବରୁଣ ବଙ୍ଗେରାଙ୍କ ସହ ବିବାହ କରିଥିଲେ।[୬]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- 1 2 "Karishma Tanna to be seen in Sanjay Dutt's biopic opposite Ranbir Kapoor". The Times of India. 2017-03-17. ISSN 0971-8257. Retrieved 2026-03-14.
- 1 2 Anam, Aysha. "TV Hottie Karishma Tanna Turns 32; 7 Super HOT Pics Of Birthday Girl!". News World India (in ଆମେରିକୀୟ ଇଂରାଜୀ). Retrieved 2026-03-14.
- ↑ "Karrle Tu Bhi Mohabbat season 3: Ram Kapoor, Sakshi Tanwar's love story takes a hit, MeToo connect adds drama". Hindustan Times (in ଇଂରାଜୀ). 2019-04-12. Retrieved 2026-03-14.
- ↑ "'Basanti' song from 'Suraj Pe Mangal Bhari': Manoj Bajpayee shakes a leg with Karishma Tanna | Hindi Movie News - Bollywood - Times of India". timesofindia.indiatimes.com (in ଇଂରାଜୀ). Retrieved 2026-03-14.
- ↑ "Sometimes Two Wonderful People Are Not Meant To Be Together, Says Karishma Tanna". indiatimes.com. Retrieved 2026-03-14.
- ↑ "Karishma Tanna and Varun Bangera are married, see bride and groom's first pics, videos from the wedding". Hindustan Times (in ଇଂରାଜୀ). 2022-02-05. Retrieved 2026-03-14.