କମଳ ନରାୟଣ ସିଂହ
କମଳ ନାରାୟଣ ସିଂହ (୧୩ ଡିସେମ୍ବର ୧୯୨୬– ୮ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ନ୍ୟାୟବିଶାରଦ ଥିଲେ, ଯିଏ ଭାରତର ୨୨ତମ ମହାନ୍ୟାୟଧୀଶ ଭାବେ କାର୍ଯ୍ୟ କରିଥିଲେ । ସେ ସିରସାର L.R.L.A. ହାଇସ୍କୁଲ୍ ଏବଂ ଆଲାହାବାଦର ଇୱିଙ୍ଗ କ୍ରିଶ୍ଚିଆନ୍ କଲେଜରେ ଶିକ୍ଷା ପାଇଥିଲେ ଏବଂ ଆଲାହାବାଦ ବିଶ୍ବବିଦ୍ୟାଳୟରୁ ସ୍ନାତକ ହୋଇଥିଲେ । ମାତ୍ର ୧୭ ଦିନିଆ ତାଙ୍କ ମହାନ୍ୟାୟଧୀଶ ରୂପେ କାର୍ଯ୍ୟକାଳ ଭାରତ ଇତିହାସରେ ମହାନ୍ୟାୟଧୀଶ ଭାବେ ସବୁଠାରୁ ଛୋଟ କାର୍ଯ୍ୟକାଳ ।[୧]
ପେଶାଜୀବନ
[ସମ୍ପାଦନା]ଏକ ଅଧିବକ୍ତା ଭାବେ, ସିଂହ ୧୯୫୭ରୁ ଦେଇ ସିଭିଲ୍, ସମ୍ବିଧାନ ଏବଂ କର ବିଧିରେ ଆଇନ ଅଭ୍ୟାସ କରୁଥିଲେ । ତାଙ୍କ ପ୍ରଥମ ନ୍ୟାୟିକ ନିଯୁକ୍ତି ୧୯୭୦ରେ ଆଲାହାବାଦ ହାଇକୋର୍ଟର ଅତିରିକ୍ତ ନ୍ୟାୟାଧୀଶ ଭାବେ ହୋଇଥିଲା । ୧୯୭୨ରେ ସେ ସ୍ଥାୟୀ ନ୍ୟାୟାଧୀଶ ଭାବେ ମାନ୍ୟତାପ୍ରାପ୍ତ ହୋଇଥିଲେ । ସେ ୧୯୮୬ ରେ ସୁପ୍ରିମକୋର୍ଟରେ ଯୋଗଦେଇଥିଲେ ଏବଂ ୨୫ ନଭେମ୍ବର ୧୯୯୧ରୁ ୧୨ ଡିସେମ୍ବର ୧୯୯୧ ପର୍ଯ୍ୟନ୍ତ ଭାରତର ମହାନ୍ୟାୟଧୀଶ ଭାବେ କାର୍ଯ୍ୟ କରିଥିଲେ ।
ସୁପ୍ରିମକୋର୍ଟରେ ତାଙ୍କ ସେବାକାଳରେ ସିଂହ ୧୦୦ଟି ରାୟ ଲେଖିଥିଲେ ଏବଂ ୩୩୬ଟି ବେଞ୍ଚରେ ବସିଥିଲେ ।
ସେ ଆଲାହାବାଦ ବିଶ୍ବବିଦ୍ୟାଳୟ ଆଲୁମ୍ନାଇ ଏସୋସିଏସନ୍ ଦ୍ୱାରା "ପ୍ରାଉଡ୍ ପାସ୍ଟ ଆଲୁମ୍ନାଇ" ("Proud Past Alumni")ସମ୍ମାନରେ ସମ୍ମାନିତ ହୋଇଥିଲେ ।[୨][୩]
ପ୍ରୟାଗରାଜରେ ୮ ସେପ୍ଟେମ୍ବର ୨୦୨୨ଦିନ ସେ ଶେଷ ନିଃଶ୍ୱ୍ୱାସ ତ୍ୟାଗ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ Nanjappa, Vicky (19 June 2018). "Convention breached just twice: How is the Chief Justice of India appointed". One India (in ଇଂରାଜୀ). Retrieved 2 May 2019.
- ↑ "K.N. Singh". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2024-09-30.
- ↑ "Our Proud Past". Allahabad University Alumni Association. Archived from the original on 15 January 2008. Retrieved 14 October 2020.
- ↑ "Former CJI KN Singh passes away". ANI News (in ଇଂରାଜୀ). Retrieved 2025-12-06.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |