କବିତା ବନିତା ଲତା ୩
| କବିତା ବନିତା ଲତା ୩ | |
|---|---|
| ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
| ପ୍ରଯୋଜକ | ଅଜୟ କୁମାର ରାଉତ |
| ସଂଳାପ | ପ୍ରିୟବ୍ରତ ପଣ୍ଡା ମାନସ ମଲ୍ଲିକ |
| ଚିତ୍ରନାଟ୍ୟ | ପ୍ରିୟବ୍ରତ ପଣ୍ଡା |
| କାହାଣୀ | ପ୍ରିୟବ୍ରତ ପଣ୍ଡା |
| ସଙ୍ଗୀତ | ବୈଦ୍ୟନାଥ ଦାଶ ବୈଭବ ପୃଷ୍ଟି ସଞ୍ଜୟ ସାହୁ ସଞ୍ଜୟ ଦାଶ |
| ଚିତ୍ରଗ୍ରହଣ | ସର୍ବେଶ୍ୱର ଦାଶ |
| ସମ୍ପାଦକ | ପିଣ୍ଟୁ ନାୟକ |
ମୁକ୍ତିଲାଭ ତାରିଖ | ୧୨ ଅପ୍ରେଲ ୨୦୨୬ |
| ଦେଶ | |
| ଭାଷା | ଓଡ଼ିଆ |
କବିତା ବନିତା ଲତା ୩ ୨୦୨୬ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ କୁମାର ରାଉତ । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ତାଙ୍କ ସହତ ମାନସ ମଲ୍ଲିକ ମଧ୍ୟ ସଂଳାପ ରଚନା କରିଥିଲେ । ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜଗଜିତ ପାଲ, ସସ୍ମିତା ଓ ଫରାଗିଣୀ ସୁତ୍ରଧାର । ହିରଣ୍ମୟୀ, ବିଶ୍ୱରୂପା, ତ୍ରିଭୁବନ ପଣ୍ଡା, ମିହିର ସ୍ୱାଇଁ, ପୃଥ୍ୱୀରାଜ ନାୟକ, ପ୍ରଶାନ୍ତ, ବିକାଶ, ପୁନିତ, କୁନ୍ଦା ଓ ଭକ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଏହି କଥାଚିତ୍ରଟି ୧୨ ଅପ୍ରେଲ ୨୦୨୬ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।[୧] ଏହି ଶୀର୍ଷକରୁ ପୂର୍ବରୁ ୨ଟି କଥାଚିତ୍ର ମଧ୍ୟ ମୁକ୍ତିଲାଭ ହୋଇଛି ।[୨]
ଅଭିନୟ
[ସମ୍ପାଦନା]- ଜଗଜିତ ପାଲ
- ସସ୍ମିତା
- ରାଗିଣୀ ସୁତ୍ରଧାର
- ହିରଣ୍ମୟୀ
- ବିଶ୍ୱରୂପା
- ତ୍ରିଭୁବନ ପଣ୍ଡା
- ମିହିର ସ୍ୱାଇଁ
- ପୃଥ୍ୱୀରାଜ ନାୟକ
- ପ୍ରଶାନ୍ତ
- ବିକାଶ
- ପୁନିତ
- କୁନ୍ଦା
- ଭକ୍ତି
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ୪ଟିଯାକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ, ବୈଭବ ପୃଷ୍ଟି, ସଞ୍ଜୟ ସାହୁ ଓ ସଞ୍ଜୟ ଦାଶ । ନିହାର ପ୍ରିୟାଶିଷ, ବୈଭବ ପୃଷ୍ଟି, ପଞ୍ଚାନନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ, ବୈଭବ ପୃଷ୍ଟି, ରାଜଶ୍ରୀ ଦାଶ, ଅସୀମା ପଣ୍ଡା, ସିଦ୍ଧାର୍ଥ ଶଙ୍କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]
ଗୀତ
[ସମ୍ପାଦନା]| କ୍ରମ | ଗୀତ | କବି | ଗାୟକ | ସମୟ |
|---|---|---|---|---|
| 1. | "ସାଲା ମତେ ପ୍ୟାର୍ ଯଦି କରିବୁ କର" | ପଞ୍ଚାନନ ନାୟକ | ଅସୀମା ପଣ୍ଡା | ୩:୫୫ |
| 2. | "ବାଡ଼େଇ ଦେ ଗୋଟା ନଡ଼ିଆ" | ବୈବଭ ପୃଷ୍ଟି | ବୈବଭ ପୃଷ୍ଟି, ରାଜଶ୍ରୀ ଦାଶ | ୪:୦୩ |
| 3. | "ସମ୍ପର୍କରେ ତୁମେ ମୋର କ'ଣ ହେବ" | ପଞ୍ଚାନନ ନାୟକ | ଅସୀମା ପଣ୍ଡା, ସିଦ୍ଧାର୍ଥ ଶଙ୍କର | ୩:୦୯ |
| 4. | "ବେବି ଓ ବେବି" | ନିହାର ପ୍ରିୟାଶିଷ | କୁଳଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ | ୪:୨୫ |
ଆଧାର
[ସମ୍ପାଦନା]- 1 2 3 "'କୁହୁଡ଼ି' ଓ 'କବିତା ବନିତା ଲତା-୩'" ['Kuhudi' and 'Kabita Banita Lata-3']. ସକାଳ (in Odia). 12 April 2026. p. 11. Archived from the original on 23 April 2026. Retrieved 23 April 2026.
{{cite news}}: CS1 maint: unrecognized language (link) - ↑ jena, Surya Kanta (2025-10-11). "ତିନିଝିଅଙ୍କ ପ୍ରେମ କାହାଣୀ କବିତା ବନିତା ଲତା-୨". Sambad. Retrieved 2026-04-23.
- ↑ Kabita Banita Lata 3 ( From Kabita Banita Lata 3 ) (Original Motion Picture Soundtrack) - - Download or Listen Free - JioSaavn (in ଆମେରିକୀୟ ଇଂରାଜୀ), 2026-04-03, retrieved 2026-04-23
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କବିତା ବନିତା ଲତା ୩
- ସ୍ପଟିଫାଏରେ କବିତା ବନିତା ଲତା ୩
- ୟୁଟ୍ୟୁବରେ ଟ୍ରେଲର
- ତରଙ୍ଗ ପ୍ଲସ୍ରେ କବିତା ବନିତା ଲତା ୩