Jump to content

କପିଳ ପୁରାଣ

ଉଇକିପିଡ଼ିଆ‌ରୁ


କପିଳ ପୁରାଣ (Sanskrit: कपिल पुराण, Kapila Purāṇa) (c. ୧୧ଶ ଶତାବ୍ଦୀ) ଏକ ହିନ୍ଦୁ ଆଧ୍ୟାତ୍ମିକ ପୁସ୍ତକ । ଏଥିରେ, ୧୮ ଗୋଟି ଉପପୁରାଣ ରହିଛି ।

ଏଥିରେ ୨୧ଟି ଅଧ୍ୟାୟ ରହିଛି, ଯାହାକି ମୁଖ୍ୟତଃ ଉତ୍କଳପୁଣ୍ୟକ୍ଷେତ୍ରଗୁଡ଼ିକ ଖ୍ୟାତି ବିଷୟରେ ବର୍ଣ୍ଣନା କରେ । ପୁରୁଷୋତ୍ତମ କ୍ଷେତ୍ର, ବିରଜା କ୍ଷେତ୍ର, ମୈତ୍ରେୟ ବନ ଓ ଏକାମ୍ର ତୀର୍ଥ ବାବଦରେ ଏଥିରେ ବିଶେଷ ଭାବରେ ବର୍ଣ୍ଣନା ରହିଛି । କପିଳ ମୁନି ଏହି ପୁରାଣଟିର ରଚୟିତା ଅଟନ୍ତି । ସେ ରାଜା ଶଲ୍ୟଜିତଙ୍କୁ ଉତ୍କଳ ରାଜ୍ୟର ମହିମାମୟ ରାଜା ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହା ସେ ପୁଷ୍କରକ୍ଷେତ୍ରରେ ଋଷି ଭରଦ୍ୱାଜ ଏବଂ ତପସ୍ୟା କରୁଥିବା ଋଷିମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଭାବରେ ବର୍ଣ୍ଣନା କରିଛନ୍ତି ।[] ଏହା ଓଡ଼ିଶା ତଥା ଏହାର ଆଖପାଖରେ ଥିବା ଶିବ, ଦୁର୍ଗା, ବିଷ୍ଣୁସୂର୍ଯ୍ୟ ମନ୍ଦିର ବିଷୟରେ ବର୍ଣ୍ଣନା କରେ । ଏହି ପୁରାଣର ଶେଷ ଅଧ୍ୟାୟରେ ଜ୍ଞାନ ଯୋଗ ବର୍ଣ୍ଣିତ ହୋଇଛି ।

  1. Rocher (1986), p. 184.

ଗ୍ରନ୍ଥସୂଚୀ

[ସମ୍ପାଦନା]
  • Rocher, Ludo (1986). The Purāṇas. Wiesbaden: O. Harrassowitz. ISBN 3-447-02522-0.
  • Tripathi, Shrikrishnamani, ed. (1981). Kapilapuranam (Critical ed.). Varanasi: Chaukhamba Surbharati Prakashan.

ବାହାର ଲିଙ୍କ୍

[ସମ୍ପାଦନା]