କନକ ମଂଜରୀ ସାହୁ
କନକ ମଂଜରୀ ସାହୁ (ଜନ୍ମ ୧୪ ଏପ୍ରିଲ ୧୯୫୭) ଜଣେ ଓଡ଼ିଆ କ୍ଷୁଦ୍ର ଗଳ୍ପ ଲେଖିକା ଏବଂ ହିନ୍ଦୀ ଓ ବଙ୍ଗାଳୀ କାହାଣୀର ଓଡ଼ିଆ ଅନୁବାଦିକା । ଏହାସହ ସେ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର କାହ୍ନାରେ ଅଭିନୟ କରିଛନ୍ତି ।[୧]
ସାହିତ୍ୟ କୃତି
[ସମ୍ପାଦନା]ଯାଜପୁର ଜିଲ୍ଲାରେ ସେ ଜନ୍ମ ଗ୍ରହଣ କରିଥିଲେ ହେଁ କେନ୍ଦୁଝର ଜିଲ୍ଲରେ ତାଙ୍କରି ହାଇସ୍କୁଲ ଶିକ୍ଷା ସମାପ୍ତ ହୋଇଥିଲା । ବିବାହ ପରେ ସେ ହେଲେ ଇଂରାଜୀ ଅଧ୍ୟାପକ ଓ ଲେଖକ ଧରଣୀଧର ସାହୁଙ୍କ ପତ୍ନୀ । କମ୍ ବୟସରୁ ସେ କବିତା ଲେଖା ପ୍ରତି ଆକୃଷ୍ଟ ହୋଇଥିଲେ ହେଁ ବିବାହ ପରବର୍ତ୍ତୀ ସମୟରେ ସେ ମୂଳ ବଂଗଳା ଓ ହିନ୍ଦି ଲେଖାଗୁଡିକ ଓଡ଼ିଆ ଭାଷାରେ ଅନୁବାଦ କରିବା ଆରମ୍ଭ କଲେ । ତାଙ୍କର ମୂଳ କାହାଣୀ ଓ ଅନୁବାଦିତ କାହାଣୀଗୁଡ଼ିକୁ ଅନୁପମ ଭାରତ, ଧରିତ୍ରୀ, ସମ୍ବାଦ, ସମୟ ଭଳି ବିସ୍ତୃତ ପଠିତ ଓଡ଼ିଆ ଦୈନିକରେ ପ୍ରକାଶ ପାଇବା ସହ ସୁଚରିତା, କାଦମ୍ବିନୀ, ଗୋକର୍ଣ୍ଣିକା, ଶତଭିଷା, ବର୍ତ୍ତିକା, ସାବିତ୍ରୀ, ମନୋରମା, ମହାଗିରି, ପଲ୍ଲୀବନ୍ଧୁ, ସହକାର, ଅର୍ପିତା, ପ୍ରତିବେଶୀ, ଅଦ୍ୱିତୀୟ, ସିଂହଦ୍ୱାର, ଅପୂର୍ବ, ସୁଲେଖା, ବିଭାବନା, ଅମୃତାୟନ, ପୌରୁଷ, ସୁଧାନ୍ୟ, କଥାକାର, ମୁକ୍ତି, ପକ୍ଷୀଘର, ଆଶା ସ୍ରୋତସ୍ୱିନୀ, କସ୍ତୂରୀ, ଉତ୍ତିଷ୍ଠତ, ସୁବର୍ଣ୍ଣରେଖା, ସାନନ୍ଦା, ଓଡ଼ିଶା ଲେଖିକା ସଂସଦ ପତ୍ରିକା ଇତ୍ୟାଦି ସାହିତ୍ୟିକ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଛି ।
ସେ ଅଲ୍ଇଣ୍ଡିଆ ରେଡିଓ, ବ୍ରହ୍ମପୁରରେ ତାଙ୍କ କାହାଣୀ, କବିତା ଓ ରଚନାଗୁଡ଼ିକ ପଢ଼ିଛନ୍ତି ଏବଂ ବିଭିନ୍ନ ସାମ୍ପ୍ରତିକ ବିଷୟରେ ଚର୍ଚ୍ଚାରେ ଅଂଶଗ୍ରହଣ କରିଛନ୍ତି । ସେ କିଛି ନାଟକ ଓ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର କାହ୍ନାରେ ଅଭିନୟ କରିଛନ୍ତି ।
ପ୍ରକାଶିତ କୃତି
[ସମ୍ପାଦନା]- ଅସ୍ତରାଗ – ଗଳ୍ପ ସଂଗ୍ରହ (ସର୍ଜନା ପ୍ରକାଶନ, ବ୍ରହ୍ମପୁର, ୧୯୯୮)
- ଅବୁଖାନର ଛେଳି – ଜାକିର ହୁସେନଙ୍କ ଅବୁ ଖାନ କା ବକ୍ରୀ ର ଓଡ଼ିଆ ଅନୁବାଦ (ସାହିତ୍ୟ ଅକାଦେମି, ନୂଆଦିଲ୍ଲୀ, ୨୦୦୨)[୨]
- ଲାଲ ଦଉଡ଼ି ଓ ଅନ୍ୟାନ୍ୟ କାହାଣୀ – ବଙ୍ଗାଳୀ କାହାଣୀର ଓଡ଼ିଆ ଅନୁବାଦ (ପ୍ରଭାତ ବୁକ୍ ଷ୍ଟୋର୍, ବ୍ରହ୍ମପୁର, ୨୦୦୩)
- କାଠଘର ଓ ଅନ୍ୟାନ୍ୟ ଗଳ୍ପ – ହିନ୍ଦୀ କାହାଣୀର ଓଡ଼ିଆ ଅନୁବାଦ (ପ୍ରକାଶକ: ବିଦ୍ୟାପୁରୀ, କଟକ, ୨୦୦୬)
- ବତ୍ତ୍ରିଶ ସିଂହାସନ – ଶିବଦାସଙ୍କ ସଂସ୍କୃତ କ୍ଲାସିକ ରଚନାର ଓଡ଼ିଆ ଅନୁବାଦ (ଏହି ୩୨ଟି ଗଳ୍ପ କାଦମ୍ବିନୀ ମାସିକରେ କ୍ରମିକ ଭାବେ ପ୍ରକାଶିତ ହୋଇଛି)
- ମେମ ସାହିବ – ନିମାଇ ଭଟ୍ଟାଚାର୍ଯ୍ୟଙ୍କ ବଙ୍ଗାଳୀ ଉପନ୍ୟାସର ଓଡ଼ିଆ ଅନୁବାଦ (ପ୍ରକାଶ ଆସନ୍ତା)
- ସୁଦୂର ଝରଣାର ଜଳେ – ସୁନୀଳ ଗଙ୍ଗୋପାଧ୍ୟାୟଙ୍କ ବଙ୍ଗାଳୀ ଉପନ୍ୟାସର ଓଡ଼ିଆ ଅନୁବାଦ
- ରାଧା କୃଷ୍ଣ – ସୁନୀଳ ଗଙ୍ଗୋପାଧ୍ୟାୟଙ୍କ ବଙ୍ଗାଳୀ ଉପନ୍ୟାସର ଓଡ଼ିଆ ଅନୁବାଦ[୩]
- ଦରିଆ ପାରିର କଥା – ଏକ ଭ୍ରମଣକଥା
ସମ୍ମାନ ଓ ସ୍ୱୀକୃତି
[ସମ୍ପାଦନା]- ଗଞ୍ଜାମ ଜିଲ୍ଲା ଲେଖକ ସାମୂଖ୍ୟ, ବ୍ରହ୍ମପୁର, ୨୦୦୪
- ଉପେନ୍ଦ୍ର ଭଞ୍ଜ ଫାଉଣ୍ଡେସନ, ବ୍ରହ୍ମପୁର, ୨୦୦୪
- କସ୍ତୂରୀ ଆମ ଅସ୍ମିତା, ଭୁବନେଶ୍ୱର ବୁକ୍ ଫେୟାର, ୨୦୦୫
- ବିଭାବନା ସମ୍ମାନ, ଢେଙ୍କାନାଳ, ୨୦୦୪
- ଗୋକର୍ଣ୍ଣିକା ସମ୍ମାନ, ଜାରକା, ୨୦୦୫
- ଦକ୍ଷିଣ ଓଡିଶା ସାରସ୍ୱତ ସମ୍ମାନ, ୨୦୦୫
- ESEPM, ଶ୍ରେଷ୍ଠ ସାପ୍ତାହିକ ଗଳ୍ପ ପୁରସ୍କାର
- ପୁର୍ଣ୍ଣେନ୍ଦୁ ମିଶ୍ର ସ୍ମାରକ ପୁରସ୍କାର, ୧୪ତମ କଳିଙ୍ଗ ବୁକ୍ ଫେୟାର, ୨୦୧୧
- ପ୍ରମୋଦ କୁମାର ମହାନନ୍ଦିଆ ଫାଉଣ୍ଡେସନ ପୁରସ୍କାର, ୨୦୧୨
- ଦା ଡ଼ଟର ଅଫ୍ ହିମାଳୟା ଆଵାର୍ଡ, AIPC, କାଠମାଣ୍ଡୁ, ନେପାଳ, ୨୦୧୨
- ତୀର ତରଙ୍ଗ ଅନୁବାଦ ସମ୍ମାନ, ୨୦୧୩
- ଶ୍ରୀଚନ୍ଦନ ସାହିତ୍ୟ ଅକାଡେମି ଅନୁବାଦ ପୁରସ୍କାର, ୨୦୧୩
- ଆଶ୍ରୟ ସମ୍ମାନ, ୨୦୧୩
- ସୃଜନ ସମ୍ମାନ, ଇଣ୍ଟରନ୍ୟାସନାଲ ହିନ୍ଦୀ ସମ୍ମେଳନ, କୋଲମ୍ବୋ, ୨୦୧୪
- ଅନୁବାଦ ସମ୍ମାନ, ଓଡ଼ିଶା ଲେଖିକା ସଂସଦ, ଭୁବନେଶ୍ୱର, ୨୦୧୪
- ଅନୁବାଦ ସମ୍ମାନ, ସୃଜନ ଗାଥା, ବେଇଜିଂ, ଚୀନ, ୨୦୨୪
- ରାଜଧାନୀ ବୁକ୍ ଫେୟାର ଅନୁବାଦ ପୁରସ୍କାର (ମାଲାଲା ବାୟୋଗ୍ରାଫି ପାଇଁ), ୨୦୧୪
- ଭୁବନେଶ୍ୱର ବୁକ୍ ଫେୟାର ଅନୁବାଦ ପୁରସ୍କାର, ୨୦୧୫
ବାହାର ଆଧାର
[ସମ୍ପାଦନା]ଆଧାର
[ସମ୍ପାଦନା]![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ Prameya News7 (2023-01-23), BreakFast Odisha With Writer Kanak Manjari Sahoo, retrieved 2025-04-07
{{citation}}
: CS1 maint: numeric names: authors list (link) - ↑ "Books authored by Kanak Manjari Sahu". www.exoticindiaart.com (in ଇଂରାଜୀ). Retrieved 2025-04-07.
- ↑ "Radha Krushna by Kanak Manjari Sahoo". www.odiabookbazar.com. Retrieved 2025-04-07.