କକସିଡିଓଇଡୋମାଇକୋସିସ

ଉଇକିପିଡ଼ିଆ‌ରୁ
Coccidioidomycosis
Cocci, California fever, desert rheumatism, San Joaquin Valley fever[୧][୨]
A skin lesion due to Coccidioides infection
ଉଚ୍ଚାରଣ
ବିଭାଗInfectious disease[୩]
ଲକ୍ଷଣCough, fever, shortness of breath, headache, rash, muscle pain[୪]
ଆକ୍ରାନ୍ତ ସମୟ1 to 3 wks after exposure[୪]
ଅବଧିWeeks to months[୫]
କାରଣCoccidioides[୫]
ବିପଦ କାରକDiabetes, pregnancy, other causes of poor immune function[୬]
ରୋଗ ନିର୍ଣ୍ଣୟ ପଦ୍ଧତିConfirmed by specific blood antibodies or urine antigens[୭]
ପ୍ରତିକାରAvoiding dusty places, N95 facemask[୬]
ଔଷଧFluconazole, amphotericin B, itraconazole[୮]
ଚିକିତ୍ସାNothing, antifungal medication[୮]
ପୁନଃପୌନିକ~20,000 (2019 USA)[୯]
ମୃତ୍ୟୁ ସାନ୍ଦ୍ରତା200/yr (USA)[୯]

କକସିଡିଓଇଡୋମାଇକୋସିସ (Coccidioidomycosis), ଯାହାକୁ ଭ୍ୟାଲି ଜ୍ୱର ମଧ୍ୟ କୁହାଯାଏ, ଏକ ସଂକ୍ରମଣ ଯାହା ଏକ ପ୍ରକାର କକସିଡିଓଇଡିସ ନାମଧାରୀ କବକଦ୍ୱାରା ସୃଷ୍ଟି ହୋଇଥାଏ । [୫] ଏହି ରୋଗରେ ସାଧାରଣତଃ କାଶ, ଜ୍ୱର, ଅଣନିଶ୍ୱାସ, ମୁଣ୍ଡବିନ୍ଧା, ରାସ ଏବଂ ମାଂସପେଶୀ ଯନ୍ତ୍ରଣା ହୁଏ। [୪] ସଂସ୍ପର୍ଶରେ ଆସିବାର ସାଧାରଣତଃ ୧ରୁ ୩ ସପ୍ତାହ ପରେ ଆରମ୍ଭ ହୁଏ ।[୪] ଜଟିଳତା ମଧ୍ୟରେ ଦୀର୍ଘକାଳୀନ ସମସ୍ୟା କିମ୍ବା ମେନିଞ୍ଜାଇଟିସ ହୋଇପାରେ ।[୭] [୪]

ନିର୍ଦ୍ଦିଷ୍ଟ ଭାବରେ ଏହା କକସିଡିଓଇଡିସ ଇମିଟିସ କିମ୍ବା କକସିଡିଓଇଡିସ ପୋସାଡାସ ସଂକ୍ରମଣ ଯୋଗୁ ହୋଇଥାଏ ।[୭] [୧୦] ସାଧାରଣତଃ ମାଟିରେ ଥିବା କବକର ସ୍ପୋର ଆଘାତ ପ୍ରାପ୍ତ ହେବା ପ।ରେ ଶ୍ୱାସକ୍ରିୟାରେ ଦେହ ଭିତରକୁ ଗଲେ ଏହି ରୋଗ ହୁଏ | [୧୧] ଏହା ସାଧାରଣତଃ ଲୋକଙ୍କ ମଧ୍ୟରେ ବିସ୍ତାର ହୁଏ ନାହିଁ ।[୬] ଦୂଷିତ ବସ୍ତୁ କିମ୍ବା ଅଙ୍ଗ ପ୍ରତିରୋପଣ ସମୟରେ କ୍ୱଚିତ୍ ଏହା ବିସ୍ତାର ହୋଇଥାଏ । [୧୧] ବିପଦ କାରଣଗୁଡିକ ମଧ୍ୟରେ ମଧୁମେହ, ଗର୍ଭଧାରଣ ଏବଂ ଖରାପ ପ୍ରତିରକ୍ଷା କାର୍ଯ୍ୟର ଅନ୍ୟାନ୍ୟ କାରଣ ଯୋଗୁ ହୋଇପାରେ ।[୬] ନିର୍ଦ୍ଦିଷ୍ଟ ଆଣ୍ଟିବଡି ପାଇଁ ରକ୍ତ ପରୀକ୍ଷା ବା ପରିସ୍ରାର ଆଣ୍ଟିଜେନ୍ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ ହୋଇପାରେ। [୭]

ନିର୍ଦ୍ଦିଷ୍ଟ କୌଣସି ଚିକିତ୍ସା ବିନା କିଛି ସପ୍ତାହ ବା ମାସ ମଧ୍ୟରେ ଅଧିକାଂଶ ଲୋକ ଭଲ ହୁଅନ୍ତି ।[୫] ଯେଉଁମାନେ ଅଧିକ ବିପଦରେ ଥାଆନ୍ତି କିମ୍ବା ଗୁରୁତର ରୋଗରେ ଆକ୍ରାନ୍ତ ହୁଅନ୍ତି, ସେମାଙ୍କୁ ସାଧାରଣତଃ ୩ରୁ ୬ମାସ ପାଇଁ ଫ୍ଲୁକୋନାଜୋଲ ବ୍ୟବହାର କରିବାକୁ ଦିଆଯାଏ ।[୭] [୫] ସାଧାରଣତ ଏହା ଥରେ ମାତ୍ର ହୁଏ ।[୬] ଧୂଳି ସ୍ଥାନରୁ ଦୂରେଇ ରହିବା କିମ୍ବା ଏନ୯୫ ରେସ୍ପିରେଟର ପିନ୍ଧିବାଦ୍ୱାରା ପ୍ରତିରୋଧ କରିହୁଏ ।[୬] ବର୍ତ୍ତମାନ ଏହା ପାଇଁ କୌଣସି ଟିକା ଉପଲବ୍ଧ ନାହିଁ। [୬]

୨୦୧୯ ମସିହାରେ ଦକ୍ଷିଣ-ପଶ୍ଚିମ ଯୁକ୍ତରାଷ୍ଟ୍ରରେ ପ୍ରାୟ ୨୦,୦୦୦ ଜଣକୁ ଏହି ରୋଗ ହୋଇଥିଲା ଓ ମେକ୍ସିକୋ, ମଧ୍ୟ ଏବଂ ଦକ୍ଷିଣ ଆମେରିକାର କିଛି ଅଞ୍ଚଳରେ ଏହି ରୋଗ ମଧ୍ୟ ଅପେକ୍ଷାକୃତ ସାଧାରଣ ଥିଲା।[୫] [୯] ଯୁକ୍ତରାଷ୍ଟ୍ରରେ ଏହା ସାଧାରଣତଃ ଆରିଜୋନା ଏବଂ କାଲିଫର୍ଣ୍ଣିଆରେ ଦେଖାଯାଏ; ଯଦିଓ ସେଗୁଡିକ ନେଭାଡା, ନ୍ୟୁ ମେକ୍ସିକୋ, ଟେକ୍ସାସ୍, ୱାଶିଂଟନ୍, ଏବଂ ଉଟାରେ ମଧ୍ୟ ହୁଏ ।[୯] [୧୧] ଏହା ସାଧାରଣତ 60 60 ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ। [୬] ଅନ୍ୟ ପଶୁମାନେ ମଧ୍ୟ ପ୍ରଭାବିତ ହୋଇପାରନ୍ତି | [୧୨] ୧୯୭୭ ମସିହାରେ, କାଲିଫର୍ନିଆର ଅରଭିନରେ ପବନ ବହିବା ସହିତ ଶହ ଶହ ମାଇଲ ଦୂରରେ ଥିବା ଅଞ୍ଚଳରେ ଅନେକ ଶହ ରୋଗ ଘଟିଥିଲା, ଯେଉଁଠାରେ ସାଧାରଣତଃ ଏହି ରୋଗ ଦେଖାଯାଏ ନାହିଁ । [୧] ଅନ୍ୟାନ୍ୟ ପଶୁମାନେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ Malo J, Luraschi-Monjagatta C, Wolk DM, Thompson R, Hage CA, Knox KS (February 2014). "Update on the diagnosis of pulmonary coccidioidomycosis". Annals of the American Thoracic Society. 11 (2): 243–53. doi:10.1513/AnnalsATS.201308-286FR. PMID 24575994.
  2. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 978-1-4160-2999-1.
  3. "ICD-11 - ICD-11 for Mortality and Morbidity Statistics". icd.who.int. Archived from the original on 1 August 2018. Retrieved 17 June 2021.
  4. ୪.୦ ୪.୧ ୪.୨ ୪.୩ ୪.୪ "Symptoms of Valley Fever | Coccidioidomycosis | Types of Fungal Diseases | Fungal | CDC". www.cdc.gov (in ଆମେରିକୀୟ ଇଂରାଜୀ). 13 January 2021. Archived from the original on 6 June 2020. Retrieved 22 December 2022.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Valley Fever (Coccidioidomycosis) | Types of Fungal Diseases | Fungal | CDC". www.cdc.gov (in ଆମେରିକୀୟ ଇଂରାଜୀ). 3 February 2021. Archived from the original on 29 May 2021. Retrieved 22 December 2022.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ ୬.୭ ୬.୮ "Valley Fever Risk & Prevention | Types of Fungal Diseases | Fungal | CDC". www.cdc.gov (in ଆମେରିକୀୟ ଇଂରାଜୀ). 11 July 2022. Archived from the original on 30 November 2022. Retrieved 22 December 2022.
  7. ୭.୦ ୭.୧ ୭.୨ ୭.୩ ୭.୪ "Information for Healthcare Professionals | Coccidioidomycosis | Types of Fungal Diseases | Fungal | CDC". www.cdc.gov (in ଆମେରିକୀୟ ଇଂରାଜୀ). 12 July 2021. Archived from the original on 7 October 2022. Retrieved 22 December 2022.
  8. ୮.୦ ୮.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Pro2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  9. ୯.୦ ୯.୧ ୯.୨ ୯.୩ "Valley Fever Statistics | Coccidioidomycosis | Types of Fungal Diseases | Fungal | CDC". www.cdc.gov (in ଆମେରିକୀୟ ଇଂରାଜୀ). 18 July 2022. Archived from the original on 30 October 2022. Retrieved 22 December 2022.
  10. Nguyen C, Barker BM, Hoover S, Nix DE, Ampel NM, Frelinger JA, Orbach MJ, Galgiani JN (July 2013). "Recent advances in our understanding of the environmental, epidemiological, immunological, and clinical dimensions of coccidioidomycosis". Clin Microbiol Rev. 26 (3): 505–25. doi:10.1128/CMR.00005-13. PMC 3719491. PMID 23824371.
  11. ୧୧.୦ ୧୧.୧ ୧୧.୨ "Where Valley Fever Comes From | Coccidioidomycosis | Types of Fungal Diseases | Fungal | CDC". www.cdc.gov (in ଆମେରିକୀୟ ଇଂରାଜୀ). 10 August 2021. Archived from the original on 22 September 2022. Retrieved 22 December 2022.
  12. Pappagianis, Demosthenes; Einstein, Hans (1978-12-01). "Tempest From Tehachapi Takes Toll or Coccidioides Conveyed Aloft and Afar". Western Journal of Medicine. 129 (6): 527–530. ISSN 0093-0415. PMC 1238466. PMID 735056.