ଔରଙ୍ଗାବାଦ ରେଳ ଦୁର୍ଘଟଣା

ଉଇକିପିଡ଼ିଆ‌ରୁ
ଔରଙ୍ଗାବାଦ ରେଳ ଦୁର୍ଘଟଣା ୨୦୨୦
ସମୟ୬ଟା ୩୦ମିନିଟ୍ (ସକାଳ)
ତାରିଖ୮ ମେ ୨୦୨୦
ଅବସ୍ଥିତିଔରଙ୍ଗାବାଦ
ମୃତ୍ୟୁ୧୬[୧]
ଯତବିକ୍ଷତ

ଔରଙ୍ଗାବାଦ ରେଳ ଦୁର୍ଘଟଣା ୨୦୨୦ ମେ ୮ ତାରିଖରେ ଏକ ଏକ ଖାଲି ମାଲବାହୀ ରେଳଗାଡ଼ିଦ୍ୱାରା ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଘଟିଥିବା ଏକ ରେଳ ଦୁର୍ଘଟଣା ଅଟେ । ରେଳଗାଡ଼ିଟି ଦୁର୍ଘଟଣାବଶତଃ ପ୍ରବାସୀ ଶ୍ରମିକମାନଙ୍କୁ ରେଳ ଧାରଣା ଉପରେ ଧକ୍କା ଦେଇଥିଲା, ଯଦ୍ଦ୍ୱାରା ୧୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ।[୨]

ପୃଷ୍ଠଭୂମି[ସମ୍ପାଦନା]

କରୋନାଭୂତାଣୁ ରୋଗ ୨୦୧୯ର ମୁକାବିଲା ପାଇଁ ଭାରତ ସରକାରଦ୍ୱାରା ମାର୍ଚ୍ଚ ୨୪ ତାରିଖରୁ ଦେଶବ୍ୟାପୀ ସଙ୍ଗରୋଧ ଘୋଷଣା କରାଯାଇଥିଲା । ଏହାଫଳରେ ପ୍ରବାସୀ ଶ୍ରମିକମାନେ ନିଜ ଜୀବିକା ହରାଇଥିଲେ । ପୁନଶ୍ଚ ସରକାର ରେଳ ସେବା ବ୍ୟାଘ୍ୟାତ କରାଇଥିବାରୁ ଏହି ଶ୍ରମିକମାନେ ନିଜ ରାଜ୍ୟକୁ ଫେରିପାରିନଥିଲେ । ଏଣୁ ସେମାନେ ଚାଲି ଚାଲି ଘରକୁ ଫେରୁଥିଲେ ।[୩]

ଦୁର୍ଘଟଣା[ସମ୍ପାଦନା]

ମହାରାଷ୍ଟ୍ରର ଜଲନାରେ ଥିବା ଏକ ଷ୍ଟିଲ କାରଖାନାରୁ ୨୦ ଜଣିଆ ଏକ ଶ୍ରମିକଙ୍କ ଦଳ ମଧ୍ୟପ୍ରଦେଶର ନିଜ ନିଜ ଜିଲ୍ଲା ଉମରୀଆ ଏବଂ ଶାହଦୋଲକୁ ଫେରୁଥିଲେ । ୪୦ କିଲୋମିଟର ଚାଲି ଚାଲି କ୍ଲାନ୍ତ ହୋଇ ପ୍ରାୟ ସକାଳ ୩.୩୦ ସମୟରେ ବଦନାପୁର ରେଳମାର୍ଗ ପାଖରେ ଶୋଇପଡ଼ିଥିଲେ । ଜାତୀୟ ରାଜପଥରେ ଗଲେ ପୋଲିସ ଅଟକାଇବାର ଭୟ ଥିବାରୁ ଟ୍ରେନ୍ ଲାଇନରେ ସେମାନେ ଚାଲିଥିଲେ ଏବଂ ସଙ୍ଗରୋଧ ସମୟରେ କୌଣସି ରେଳ ଯାତାୟତ କରୁନଥିବାର ସେ ଧାରଣା କରିଥିଲେ ।[୪]

ହାଇଦ୍ରାବାଦର ଚେରଲାପଲ୍ଲୀରୁ ମହାରାଷ୍ଟ୍ରର ପାନିୱାଡ଼ା ଅଭିମୁଖେ ଯାଉଥିବା ଖାଲି ମାଲବାହୀ ଟ୍ରେନ କିଛି ଲୋକଙ୍କ ଉପରେ ମାଡିଯାଇଥିଲା । ସେମାନଙ୍କୁ ୧୬୦ କିଲୋମିଟର (୫୨୦ ମାଇଲ) ଦୂରରୁ ଟ୍ରାକ ଉପରେ ଦେଖିବା ପରେ ମାଲ୍‌ଗାଡ଼ିର ଲୋକୋ-ପାଇଲଟ୍ ଟ୍ରେନ୍ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ୭୦ କିଲୋମିଟର/ଘଣ୍ଟା (୪୩ କିଲୋମିଟର/ଘଣ୍ଟା) ବେଗରେ ଥିବାରୁ ଶେଷରେ ସେମାନଙ୍କୁ ଧକ୍କା ଦେଇଥିଲା । ତେଣୁ ୧୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା, ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ଏବଂ ୩ ଜଣ କ୍ଷତବିକ୍ଷତ ହୋଇଛନ୍ତି ।[୫]

ପ୍ରତିକ୍ରିୟା[ସମ୍ପାଦନା]

ଆଧାର[ସମ୍ପାଦନା]

  1. https://www.deccanchronicle.com/nation/current-affairs/080520/migrant-workers-crushed-to-death-by-goods-train-in-aurangabad.html. {{cite web}}: Missing or empty |title= (help)
  2. https://www.deccanchronicle.com/nation/current-affairs/080520/migrant-workers-crushed-to-death-by-goods-train-in-aurangabad.html. {{cite web}}: Missing or empty |title= (help)
  3. https://thewire.in/labour/watch-no-work-no-money-thousands-stranded-on-anand-vihar-bus-stand. {{cite web}}: Missing or empty |title= (help)
  4. https://indianexpress.com/article/india/maharashtra-they-thought-no-trains-were-running-loco-driver-spotted-them-too-late-to-stop-6400947/. {{cite web}}: Missing or empty |title= (help)
  5. https://indianexpress.com/article/india/maharashtra-they-thought-no-trains-were-running-loco-driver-spotted-them-too-late-to-stop-6400947/. {{cite web}}: Missing or empty |title= (help)