ଓଲ୍ଡ ମଙ୍କ
ଦେଖଣା
![]() | |
ପ୍ରକାର | ରମ |
---|---|
ପ୍ରସ୍ତୁତକର୍ତ୍ତା | ମୋହନ ମିକିନ ବ୍ରୁଏରି |
ପ୍ରସ୍ତୁତି ସ୍ଥାନ | ଭାରତ |
ପରିମାଣ ଅନୁସାରେ ମଦ | ୪୨.୮% |
ରଙ୍ଗ | ଗାଢ଼ ବାଦାମି |
ସ୍ଵାଦ | ଭନିଲା |
ପ୍ରକାରଭେଦ | ଓଲ୍ଡ ମଙ୍କ ସୁପ୍ରିମ ରମ ଓଲ୍ଡ ମଙ୍କ ଗୋଲ୍ଡ ରିଜର୍ଭ ରମ ଓଲ୍ଡ ମଙ୍କ XXX ରମ ଓଲ୍ଡ ମଙ୍କ ଡିଲକ୍ସ XXX ରମ ଓଲ୍ଡ ମଙ୍କ ହ୍ୱାଇଟ ରମ |
ଓଲ୍ଡ ମଙ୍କ ଏକ ଭାରତୀୟ ଭ୍ୟାଟେଡ଼ ଡାର୍କ ରମ । ଏହା ଅତି କମରେ, ସାତ ବର୍ଷ ଧରି ରଖାଯାଇଥାଏ । ଏହା ଏକ ଡାର୍କ ରମ ଓ ଭାନିଲା ସ୍ୱାଦଯୁକ୍ତ । ଏଥିରେ ୪୨.୮% ଅଲକୋହଲ ଥାଏ । ଏହା ଉତ୍ତରପ୍ରଦେଶର ଗାଜିଆବାଦଠାରେ ପ୍ରସ୍ତୁତ ହୋଇଥାଏ ଓ ଭାରତର ନାନାଦି ସ୍ଥାନରେ ମିଳିଥାଏ ।
ଓଲ୍ଡ ମଙ୍କ ପୃଥିବୀର ସର୍ବାଧିକ ବିକ୍ରି ହେଉଥିବା ଡାର୍କ ରମ ।[୧] ଓଲ୍ଡ ମଙ୍କ ଭାରତର ସର୍ବବୃହତ ଭାରତରେ ତିଅରି ବିଦେଶୀ ମଦ ଭାବେ ଅନେକ ବର୍ଷ ଧରି ଜଣାଶୁଣା ।[୨]
ଏହା ପାଞ୍ଚଟି ଅଲଗା ଅଲଗା ଆକାରରେ ବିକ୍ରି ହୋଇଥାଏ; ୯୦ ମି.ଲି., ୧୮୦ ମି.ଲି., ୩୭୫ ମି.ଲି., ୭୫୦ ମି.ଲି. ଓ ୧ ଲି. ବୋତଲ ।