ଓରୋପାଉଚ ଜ୍ୱର
| Oropouche fever | |
|---|---|
| Oropouche[୧] | |
Areas of Bolivia, Brazil, and Peru with outbreaks of Oropouche fever[୨] | |
| ବିଭାଗ | Infectious diseases |
| ଲକ୍ଷଣ | Fever, headache, muscle pains[୩] |
| ଆକ୍ରାନ୍ତ ସମୟ | 3 to 10 days[୩] |
| ଅବଧି | Less than 7[୧] |
| କାରଣ | Oropouche virus (OROV) spread by midges or mosquitoes[୩] |
| ରୋଗ ନିର୍ଣ୍ଣୟ ପଦ୍ଧତି | PCR testing, serology[୩] |
| ସଠିକ ରୋଗ ନିର୍ଣ୍ଣୟ | Dengue, West Nile, yellow fever, Zika, chikungunya, Guama[୪] |
| ପ୍ରତିକାର | Avoiding bites[୧] |
| ଚିକିତ୍ସା | Symptomatic care[୧] |
| Prognosis | Generally good[୩] |
| ପୁନଃପୌନିକ | > 0.5 million[୩][୪] |
ଓରୋପାଉଚ ଜ୍ୱର (ଇଂରାଜୀ ଭାଷାରେ Oropouche) ଏକ ଭୂତାଣୁ ସଂକ୍ରମଣ ଯାହା ସାଧାରଣତଃ ହଠାତ୍ ଜ୍ୱର, ମୁଣ୍ଡବିନ୍ଧା ଏବଂ ମାଂସପେଶୀ ଯନ୍ତ୍ରଣାର କାରଣ ହୋଇଥାଏ ।[୩] [୧] ଏହା ସାଧାରଣତଃ ୭ ଦିନରୁ କମ୍ ସମୟ ପର୍ଯ୍ୟନ୍ତ ରହିଥାଏ ଓ ପ୍ରାୟ ଅଧା ଲୋକଙ୍କଠାରେ ଗୋଟିଏ କିମ୍ବା ଦୁଇ ସପ୍ତାହ ପରେ ଲକ୍ଷଣଗୁଡ଼ିକ ପୁନର୍ବାର ଦେଖାଯାଏ ।[୧] ସଂସ୍ପର୍ଶରେ ଆସିବାଠାରୁ ଲକ୍ଷଣ ଆରମ୍ଭ ହେବା ପର୍ଯ୍ୟନ୍ତ ସମୟ ସାଧାରଣତଃ ୩ରୁ ୧୦ ଦିନ ହୋଇଥାଏ ।[୩] ଜଟିଳତା ମଧ୍ୟରେ ବେଳେବେଳେ ମେନିଞ୍ଜାଇଟିସ୍, ଏନସେଫାଲାଇଟିସ୍ ଏବଂ ସମ୍ଭବତଃ ଆଜନ୍ମ ତ୍ରୁଟି ହୋଇପାରେ ।[୩] [୧]
ଚାରି ପ୍ରକାରର ଓରୋପାଉଚ ଭୂତାଣୁ (OROV) ମଧ୍ୟରୁ ଗୋଟିଏ କାରଣ ଯୋଗୁ ଏହି ରୋଗ ହୁଏ ଯାହା ପେରିବୁନାଭିରିଡେ ପରିବାରର ଏକ ଆର୍ବୋଭାଇରସ୍ ସଦସ୍ୟ । [୩] [୫] ଏହା କୁଲିକଏଡେସ ପାରେନସିସ୍ ପ୍ରକାରର ମିଡଗେସ୍ ଦ୍ୱାରା ଏବଂ ସାଧାରଣତଃ ମଶା ଦ୍ୱାରା କମ ବ୍ୟାପିଥାଏ ।[୩] [୫] ଏହା ସିଧାସଳଖ ଲୋକଙ୍କ ମଧ୍ୟରେ ବ୍ୟାପିବା ପରି ମନେହୁଏ ନାହିଁ ।[୪] କେବଳ ଲକ୍ଷଣ ଉପରେ ଆଧାରିତ ରୋଗ ନିର୍ଣ୍ଣୟ ସଠିକ୍ ନୁହେଁ; ତଥାପି, PCR ଏବଂ ସେରୋଲୋଜି ସମେତ ଉନ୍ନତ ପରୀକ୍ଷା ପଦ୍ଧତି ପ୍ରାୟତଃ ଉପଲବ୍ଧ ନୁହେଁ ।[୩]
ଏହା ନିମନ୍ତେ କୌଣସି ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[୧] ଆସେଟାମିନୋଫେନ୍ ବ୍ୟବହାର, ପର୍ଯ୍ୟାପ୍ତ ତରଳ ପାନୀୟ ଏବଂ ବିଶ୍ରାମ ସହିତ ଲକ୍ଷଣାତ୍ମକ ପରିଚାଳନା କରାଯାଏ । [୧] ଆସ୍ପିରିନ୍ ପରିହାର କରିବାକୁ ପରାମର୍ଶ ଦିଆଯାଇଛି ।[୧] ପ୍ରତିରୋଧ ନିମନ୍ତେ ସୂକ୍ଷ୍ମ-ଜାଲି ମଶାରୀ, ଅଙ୍ଗଗୁଡ଼ିକୁ ଘୋଡାଇ ରଖିଥିବା ପୋଷାକ ଏବଂ ଡିଇଇଟି (diethyltoluamide/ DEET) ଯୁକ୍ତ କୀଟପତଙ୍ଗ ପ୍ରତିରୋଧକ ସାହାଯ୍ୟରେ କାମୁଡ଼ାକୁ ଏଡାଇବା ଆବଶ୍ୟକ ।[୧] [୫] ଫଳାଫଳ ସାଧାରଣତଃ ଭଲ, ୨୦୨୫ ସୁଦ୍ଧା କେବଳ ଦୁଇଟି ସମ୍ଭାବ୍ୟ ମୃତ୍ୟୁ ହୋଇଥିଲା ।[୫]
୧୯୫୫ ମସିହାରେ ଆବିଷ୍କୃତ ହେବା ପରଠାରୁ ଓରୋପାଉଚ ଜ୍ୱର ପାଞ୍ଚ ଲକ୍ଷରୁ ଅଧିକ ଥର ଘଟିଥିବା ଆକଳନ କରାଯାଇଛି ।[୩] [୪] ଏହା ମୁଖ୍ୟତଃ କାରିବିଆନ, ମଧ୍ୟ ଆମେରିକା ଏବଂ ଦକ୍ଷିଣ ଆମେରିକାରେ ମହାମାରୀ ଆକାରରେ ଦେଖାଯାଏ ।[୧] ଯେଉଁ ଅଞ୍ଚଳରେ ଏହା ଘଟୁଛି ସେଠାରେ ଏହାର ସଂଖ୍ୟା ବୃଦ୍ଧି ହେଉଛି । [୩] ଜୁନ୍ ୨୦୨୪ରେ ଏହା କ୍ୟୁବାରେ ନିଶ୍ଚିତ ହୋଇଥିଲା ।[୬] [୪] ଏହାର ଆବିଷ୍କୃତ ଅଞ୍ଚଳ, ତ୍ରିନିଦାଦ ଏବଂ ଟୋବାଗୋରେ ଥିବା ଓରୋପାଉଚ ନଦୀ ଅନୁସାରେ ନାମିତ କରାଯାଇଛି। [୭]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "About Oropouche". Oropouche (in ଆମେରିକୀୟ ଇଂରାଜୀ). CDC. 30 January 2025. Retrieved 27 February 2025.
- ↑ "Oropouche Fever in South America - Level 1 - Level 1 - Practice Usual Precautions - Travel Health Notices | Travelers' Health | CDC". wwwnc.cdc.gov. Archived from the original on 3 June 2024. Retrieved 4 June 2024.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ Wesselmann, KM; Postigo-Hidalgo, I; Pezzi, L; de Oliveira-Filho, EF; Fischer, C; de Lamballerie, X; Drexler, JF (July 2024). "Emergence of Oropouche fever in Latin America: a narrative review". The Lancet. Infectious diseases. 24 (7): e439–e452. doi:10.1016/S1473-3099(23)00740-5. PMID 38281494.
- ↑ ୪.୦ ୪.୧ ୪.୨ ୪.୩ ୪.୪ Zhang, Y; Liu, X; Wu, Z; Feng, S; Lu, K; Zhu, W; Sun, H; Niu, G (March 2024). "Oropouche virus: A neglected global arboviral threat". Virus research. 341: 199318. doi:10.1016/j.virusres.2024.199318. PMID 38224842.
- ↑ ୫.୦ ୫.୧ ୫.୨ ୫.୩ "Oropouche virus disease". www.paho.org (in ଇଂରାଜୀ). PAHO. 7 February 2025. Retrieved 27 February 2025.
- ↑ "Rare Oropouche virus spotted in several cities for the first time, Cuba authorities say". Yahoo News. 30 May 2024.
- ↑ Kaslow, Richard A.; Stanberry, Lawrence R.; Duc, James W. Le (27 September 2014). Viral Infections of Humans: Epidemiology and Control (in ଇଂରାଜୀ). Springer. p. 175. ISBN 978-1-4899-7448-8. Retrieved 27 February 2025.