ଓମାର ସମଦ

ଉଇକିପିଡ଼ିଆ ରୁ
Jump to navigation Jump to search
ଓମାର ସମଦ
ଶିକ୍ଷାAmerican University
Tufts University
ଜୀବିକାDiplomat
ଜୀବନସାଥିKhorshied Samad
ସନ୍ତାନ2

ଓମାର ସମଦ ୨୦୧୪ ମସିହାରୁ ଆଫଗାନିସ୍ତାନର ମୁଖ୍ୟ କାର୍ଯ୍ୟକାରୀ ଡଃ.ଏ. ଅବଦୁଲାଙ୍କ ବରିଷ୍ଠ ପରାମର୍ଶଦାତା ଅଟନ୍ତି । ସେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ କାନାଡାରେ ଆଫଗାନ ରାଜଦୂତ ଓ ୨୦୦୯ରୁ ୨୦୧୧ ମସିହା ପର୍ଯ୍ୟନ୍ତ ଫ୍ରାନ୍ସର ରାଜଦୂତ ଋପେ କାର୍ଯ୍ୟ କରିଥିଲେ । ୱାସିଙ୍ଗଟନ ଡି.ସି. ୨୦୧୨-୨୦୧୩ ମସିହାରେ ୟୁନାଇଟେଡ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ପିସ (United States Institute of Peace)ରେ ବରିଷ୍ଠ ଆଫଗାନ ବିଶେଷଜ୍ଞ ରୂପେ କାମ କରିବା ପରେ ୱାସିଙ୍ଗଟନ ଡି.ସି.ରେ ୨୦୧୩-୧୦୧୪ ମସିହାରେ ନ୍ୟୁ ଆମେରିକା ଫାଉଣ୍ଡେସନରେ ସିନିୟର ସେଣ୍ଟ୍ରାଲ ଏସିଆ ସମକକ୍ଷ ବ୍ୟକ୍ତି ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଓମାର ସମଦ, ୱାସିଙ୍ଗଟନ ଡି.ସି.ରେ ଥିବା ଆମେରିକା ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ । ସେ ସେହି ବିଦ୍ୟାଳୟରେ ୧୯୯୧ ମସିହାରେ କଳାର ଯୋଗାଯୋଗ ଓ ଅନ୍ତରାଷ୍ଟ୍ରୀୟ ମାମଲାରେ ସ୍ନାତକ ଉପାଧି ପ୍ରାପ୍ତ କରିଥିଲେ ।[୧][୨] ସେ ୨୦୦୬ ମସିହାରେ ଟଫଟସ ୟୁନିଭରସିଟି (Tufts University) ମାସାଚୁସେଟ୍ସ (Massachusetts)ରେ "ଦି ଫ୍ଲେଚର ସ୍କୁଲ ଅଫ ଲ ଆଣ୍ଡ ଡିପ୍ଲୋମାସୀ"ରୁ ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧ (GMAP)ରେ ମାଷ୍ଟର ଡିଗ୍ରୀ ପ୍ରାପ୍ତ କରିଥିଲେ ।[୧][୨]

ବୃତ୍ତି[ସମ୍ପାଦନା]

ଓମାର ସମଦ ୧୯୮୧ ଓ ୨୦୦୧ ମସିହା ମଧ୍ୟରେ ଆମେରିକାରେ IT ପ୍ରାଇଭେଟ ସେକ୍ଟର କ୍ଷେତ୍ରରେ Datacrown Inc, "ଇଲେକ୍ଟ୍ରୋନିକ ଡାଟା ସିଷ୍ଟମ" (EDS) ଏବଂ "ୱାସିଙ୍ଗଟନ ମେଟ୍ରୋପଲିଟନ ଏରିଆ ଟ୍ରାଞ୍ଜିଟ ଅଥୋରୀଟୀ (WMATA) ସହିତ କାମ କରିଥିଲେ । ୧୯୮୦ ଓ ୧୯୯୦ ଦଶକରେ, ସେ ଆଫଗାନିସ୍ତାନରେ ସ୍ୱତନ୍ତ୍ରତା ଓ ଲୋକତନ୍ତ୍ରର ଓକିଲାତି କରିଥିଲେ ।[୧] ୧୯୯୬ ମସିହାରେ ସେ ଭର୍ଜିନିଆରେ ସ୍ଥିତ, ଆଫଗାନିସ୍ତାନ ସୂଚନାକେନ୍ଦ୍ରର ଅଂଶ ରୂପେ ଆଜାଦୀ ଆଫଗାନ ରେଡିଓ ଓ ଏହାର ୱେବସାଇଟ ପ୍ରତିଷ୍ଠା କରିଥିଲେ ।[୧][୨] ୧୧ ସେପ୍ଟେମ୍ବର ଆକ୍ରମଣ ପରେ, ସେ ଆଫଗାନିସ୍ତାନରେ ବନ୍ନ ଅନୁମତି ଅନୁସାରେ CNN ପାଇଁ ଏକ ଟୀପ୍ପଣିକାର ଓ ବିଶ୍ଳେଷକ ରୂପେ କାମ କରିଥିଲେ ।[୧]

ସେ ଅକ୍ଟୋବର ୨୦୦୪ରୁ ଜୁନ ୨୦୦୯ ପର୍ଯ୍ୟନ୍ତ କାନାଡାରେ ଆଫଗାନ ରାଜଦୂତ ଓ ଜୁନ ୨୦୦୯ ମସିହାରୁ ଜୁଲାଇ ୨୦୧୧ ପର୍ଯ୍ୟନ୍ତ ଫ୍ରାନ୍ସରେ ରାଜଦୂତ ଋପେ କାର୍ଯ୍ୟ କରିଥିଲେ ।[୧][୨] ତାଙ୍କୁ ଚିଲି (୨୦୦୮) ଓ ମୋନାକୋ (୨୦୧୦)ରେ ଆଫଗାନ ଅନିବାସୀ ରାଜଦୂତ ଋପେ ମାନ୍ୟତା ଦିଆଯାଇଥିଲା । ନିଜର ରାଜନୈତିକ ପେଶା (୨୦୦୧ରୁ ୨୦୧୧) ଅନୁସାରେ ସେ ସଂଯୁକ୍ତ ରାଷ୍ଟ୍ର, ଏନ ଏ ଏମ, ଇସ୍ଲାମିକ ସମ୍ମେଳନ ଓ ଆଫଗାନିସ୍ତାନରେ ବିଶେଷ ସମ୍ମେଳନର ସଦସ୍ୟ ଥିଲେ, ଯେଉଁଥିରେ ଟୋକିଓ (୨୦୦୨) ଓ ବର୍ଲିନ (୨୦୦୪) ପୁନଃନିର୍ମାଣ ସମ୍ମେଳନ ଶାମିଲ ଥିଲା । ସେ ଆଫଗାନିସ୍ତାନ-ଆମେରିକା-ପାକିସ୍ତାନ ସହିତ ତ୍ରିପକ୍ଷୀୟ ସୁରକ୍ଷା ଆୟୋଗରେ ବିଦେଶ ମନ୍ତ୍ରାଳୟର ପ୍ରତିନିଧିତ୍ତ୍ୱ କରିଥିଲେ ।[୧][୨] ସେ ଜାନୁଆରୀ ୨୦୧୨ରୁ ଜାନୁଆରୀ ୨୦୧୩ ପର୍ଯ୍ୟନ୍ତ ୱାସିଙ୍ଗଟନ ଡି.ସି. ସଂଯୁକ୍ତ ରାଜ୍ୟ ଆମେରିକାର ଶାନ୍ତି ସଂସ୍ଥାନରେ ନିବାସରେ ଆଫଗାନିସ୍ତାନର ବରିଷ୍ଠ ବିଶେଷଜ୍ଞ ଥିଲେ ।[୧]

ସେ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଥିଲେ ।[୩] କାବୁଲରେ ଡିସେମ୍ବର ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ସୂଚନା ଓ ମିଡିଆ ପ୍ରଭାବର ମହାନିର୍ଦ୍ଦେଶକ, ଯାହାଅନୁସାରେ ସେ ପରାମର୍ଶଦାତା, ଭାଷଣ-ଲେଖକ ଓ ମନ୍ତ୍ରାଳୟର ସୁଧାର ସମିତିର ସଦସ୍ୟ ରୂପେ ମଧ୍ୟ କାମ କରିଥିଲେ ।[୧][୨]

ସେ ୱାସିଙ୍ଗଟନ, ଡି.ସି.ରେ ନ୍ୟୁ ଆମେରିକା ଫାଉଣ୍ଡେସନରେ ସିନିଅର ସେଣ୍ଟ୍ରାଲ ଏସିଆ ସମକକ୍ଷ [୨] ଏବଂ Silkroad ପରାମର୍ଶ LLCର ଅଧ୍ୟକ୍ଷ ଥିଲେ ।[୨] 2014 ମସିହା ଇଲେକ୍ସନ ପରେ ଗଠିତ ରାଷ୍ଟ୍ରୀୟ ଏକତା ସରକାରରେ ଆଫଗାନିସ୍ତାନର ମୁଖ୍ୟ କାର୍ଯ୍ୟକାରୀର ବରିଷ୍ଠ ସଲାହକାର ଋପେ ନିଯୁକ୍ତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Omar Samad". United States Institute of Peace. Retrieved 7 June 2012.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ New America Foundation: Omar Samad
  3. Garcia, J. Malcolm (2009-09-02). The Khaarijee: A Chronicle of Friendship and War in Kabul. Beacon Press. pp. 116–. ISBN 9780807000571. Retrieved 7 June 2012.