Jump to content

ଓପିଓଏଡ ଆଗୋନିଷ୍ଟ ଥେରାପି

ଉଇକିପିଡ଼ିଆ‌ରୁ
Opioid agonist therapy
ହସ୍ତକ୍ଷେପ
Buprenorphine/naloxone sublingual tablets, 8 mg tablet

ଓପିଓଏଡ ଆଗୋନିଷ୍ଟ ଥେରାପି (OAT) ହେଉଛି ଏକ ଚିକିତ୍ସା ପଦ୍ଧତି ଯେଉଁଥିରେ ଓପିଓଏଡ୍ ବ୍ୟବହାର ବେମାରୀ (OUD) ଥିବା ଲୋକଙ୍କୁ ଦିଆଯାଏ ।[] ଏହା ବ୍ୟବହାର କଲେ ପ୍ରତ୍ୟାହାର, ଲୋଭ, ଏଚଆଇଭି/ଏଡସ ଏବଂ ମୃତ୍ୟୁ ହ୍ରାସ ହୁଏ ।[] [] ସାଧାରଣତଃ ଏହା ପରାମର୍ଶ ସହିତ ଔଷଧ ଏକତ୍ର ବ୍ୟବହୃତ ହୁଏ ।[] ଜେଲ ଜନସଂଖ୍ୟାରେ ମଧ୍ୟ ଉପକାର ହୁଏ ।[] କେବଳ ଓପିଓଏଡ୍ ଡିଟକ୍ସିକେସନ୍ ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[]

ସାଧାରଣତଃ ବ୍ୟବହୃତ ବିକଳ୍ପଗୁଡ଼ିକ ହେଉଛି ମେଥାଡନବୁପ୍ରେନର୍ଫିନ ଏବଂ ବୁପ୍ରେନର୍ଫିନ/ନାଲୋକ୍ସୋନ ଅନ୍ତର୍ଭୂକ୍ତ ହୋଇପାରେ ।[] ଏହାର ପ୍ରତି ମାତ୍ରା ସାଧାରଣତଃ ୨୪ରୁ ୩୬ ଘଣ୍ଟା ପ୍ରଭାବଶାଳୀ ହୁଏ ଏବଂ ସାମାନ୍ୟ ଉଲ୍ଲାସରେ ପରିଣତ ହୁଏ ।[] ଔଷଧର ପୂର୍ଣ୍ଣ ପ୍ରଭାବ ଆରମ୍ଭ ହେବା ପାଇଁ ୫ ଦିନ ପର୍ଯ୍ୟନ୍ତ ଲାଗିପାରେ ।[] ଦୀର୍ଘକାର୍ଯ୍ୟକାରୀ ବୁପ୍ରେନର୍ଫିନ ମଧ୍ୟ ବିଦ୍ୟମାନ ।[] କମ ବ୍ୟବହୃତ ବିକଳ୍ପ ମଧ୍ୟରେ ଧୀର ରିଲିଜ୍ ମର୍ଫିନ ହୋଇପାରେ ।[] []

ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ନିଦ୍ରାଳୁ ଏବଂ ଝାଳ ନିର୍ଗତ ହୋଇପାରେ ।[] ବେଳେବେଳେ ଅତ୍ୟଧିକ ମାତ୍ରା କିମ୍ବା ଡ୍ରଗ୍ ଡାଇଭର୍ସନ ହୋଇପାରେ ।[] [] ଏହି ବିପଦଗୁଡିକ ମେଥାଡୋନ ଅପେକ୍ଷା ଅଧିକ ଥାଏ ।[] ଦୀର୍ଘକାଳୀନ ବ୍ୟବହାର ସାଧାରଣତଃ ନିରାପଦ ଅଟେ, ବ୍ୟବ‌ହାର କିଛି ବର୍ଷଠାରୁ ଆରମ୍ଭ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭିନ୍ନ ହୋଇଥାଏ ।[] []

ଓପିଏଡ୍ ଆଗୋନିଷ୍ଟ ଥେରାପି ୧୯୫୯ ମସିହାରେ କାନାଡ଼ାରେ ଚିକିତ୍ସା ବ୍ୟବହାରରେ ବ୍ୟବ‌ହୃତ ହୋଇଥିଲା ।[] ୨୦୨୦ରେ ୟୁରୋପରେ ଓୟୁଡି ଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଅଧାଠାରୁ ଏସିଆ ଏବଂ ଆଫ୍ରିକାରେ ବ୍ୟବହାର ହାର ଭିନ୍ନ ଭିନ୍ନ ହୋଇଥାଏ ।[] ଉଭୟ ଔଷଧର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] କାନାଡ଼ାରେ ଏହାର ଖର୍ଚ୍ଚ ପ୍ରାଦେଶିକ ସରକାରଙ୍କ ବ‌ହନ କରନ୍ତି ।[]


  1. 1 2 3 4 5 6 7 8 9 "Opioid Agonist Therapy" (PDF) (in କାନାଡିୟ ଇଂରାଜୀ). Center for Addiction and Mental Health (CAMH). 2016. Archived (PDF) from the original on 2021-01-21. Retrieved 2021-02-02.
  2. 1 2 3 4 5 Strang, J; Volkow, ND; Degenhardt, L; Hickman, M; Johnson, K; Koob, GF; Marshall, BDL; Tyndall, M; Walsh, SL (9 January 2020). "Opioid use disorder". Nature reviews. Disease primers. 6 (1): 3. doi:10.1038/s41572-019-0137-5. PMID 31919349.
  3. 1 2 "Opioid agonist pharmacotherapy used for the treatment of opioid dependence (maintenance)". www.who.int (in ଇଂରାଜୀ). Archived from the original on 16 December 2023. Retrieved 22 February 2024.
  4. Canada, Health (22 July 2021). "Safer supply: Prescribed medications as a safer alternative to toxic illegal drugs". www.canada.ca. Archived from the original on 19 January 2024. Retrieved 22 February 2024.
  5. Bell, J; Strang, J (1 January 2020). "Medication Treatment of Opioid Use Disorder". Biological psychiatry. 87 (1): 82–88. doi:10.1016/j.biopsych.2019.06.020. PMID 31420089.
  6. Dhanda, A; Salsitz, EA (July 2021). "The duration dilemma in opioid agonist therapy". Journal of opioid management. 17 (4): 353–358. doi:10.5055/jom.2021.0668. PMID 34533830.
  7. 1 2 Eibl, JK; Morin, K; Leinonen, E; Marsh, DC (July 2017). "The State of Opioid Agonist Therapy in Canada 20 Years after Federal Oversight". Canadian journal of psychiatry. Revue canadienne de psychiatrie. 62 (7): 444–450. doi:10.1177/0706743717711167. PMID 28525291.
  8. Samsó Jofra, L; Puig, T; Solà, I; Trujols, J (29 January 2022). "Interim opioid agonist treatment for opioid addiction: a systematic review". Harm reduction journal. 19 (1): 7. doi:10.1186/s12954-022-00592-x. PMID 35090475.{{cite journal}}: CS1 maint: unflagged free DOI (link)