ଓପିଅଏଡ ପ୍ରତ୍ୟାହାର

ଉଇକିପିଡ଼ିଆ‌ରୁ
Opioid withdrawal syndrome (OWS), dope sick
Course of opioid withdrawal[୧]
ବିଭାଗEmergency medicine, psychiatry
ଲକ୍ଷଣRunny nose, large pupils, goose bumps, muscle pains, nausea, diarrhea, sweating, fast heart rate, yawning[୨]
ଅବଧି1-2 week[୩][୪]
କାରଣSudden reduction of opioids or an opioid antagonist[୩]
ସଠିକ ରୋଗ ନିର୍ଣ୍ଣୟWithdrawal from other drugs, stimulant toxicity, opioid use disorder[୨][୩]
ଚିକିତ୍ସାOpioid replacement therapy (ORT), clonidine, metoclopramide, loperamide[୪]

ଓପିଅଏଡ ପ୍ରତ୍ୟାହାର ଏକ ଲକ୍ଷଣ ପୁଞ୍ଜ ଯାହା ଅଫିମ ସମ୍ପର୍କୀୟ ଦ୍ରବ୍ୟ ସେବନ କରୁଥିବା ଲୋକ ହଠାତ୍ ବନ୍ଦ କଲେ ବା କମେଇଲେ ସୃଷ୍ଟି ହୁଏ ।[୩] ଲକ୍ଷଣ: ନାକରୁ ପାଣି ବୋହିବା, ଆଖି ପୁଅ ବଡ଼ ଦେଖାଯିବା, ଲୋମ ମୁଳ ଫୁଲିବା, ମାଂସପେଶୀ ଯନ୍ତ୍ରଣା, ବେଦନା, ଅଇ, ତରଳ ଝାଡା, ସ୍ୱେଦ ନିର୍ଗମନ, ଦୃତ ହୃଦ୍‌ଗତି, ଏବଂ ହାଇ ମାରିବା । [୨] ଲକ୍ଷଣ କିଛି ଦିନ ରହିପାରେ | [୫] କ୍ୱଚିତ୍ ଜୀବନ ପ୍ରତି ବିପଦ ଥିବାବେଳେ ରୋଗ ଜଟିଳ ହେଲେ ନିର୍ଜଳନ ଏବଂ ଇଲେକ୍ଟ୍ରୋଲାଇଟ ଅସ୍ୱାଭିକତା ହୋଇପାରେ | [୫] [୬]

ସମସ୍ତ ଓପିଓଏଡ୍ ପ୍ରତ୍ୟାହାର ଯେ କୌଣସି କାରଣରୁ ଯେପରିକି ମନୋରଞ୍ଜନ ବା ପ୍ରେସକ୍ରିପସନ ଯୋଗୁ ହୋଇପାରେ ।[୩] [୭] ହେରୋଇନ ପରି କ୍ଷୁଦ୍ର କାର୍ଯ୍ୟକାରୀ ଓପିଅଏଡର ଛଅ ଘଣ୍ଟା ପରେ ମେଥାଡନ ପରି ଦୀର୍ଘକାଳୀନ ଏଜେଣ୍ଟ ବ୍ୟବହାର ହେବାର ୪ ଦିନ ପରେ ଏହି ରୋଗ ଆରମ୍ଭ ହୋଇପାରେ | [୩] ପ୍ରତ୍ୟାହାରର ଗମ୍ଭୀରତା କ୍ଲିନିକାଲ ଓପିଅଏଡ ପ୍ରତ୍ୟାହାର ସ୍କେଲରୁ ଜଣାଯାଏ | [୨]

ଓପିଅଏଡ ପ୍ରତ୍ୟାହାର ଚିକିତ୍ସାରେ ବୁପ୍ରେନର୍ଫିନ କିମ୍ବା ମେଥାଡନ ଭଳି ଓପିଅଏଡ ପୁନଃ‌ସ୍ଥାପନ ଚିକିତ୍ସା କରାଯାଇପାରିବ | [୮] [୪] ଲକ୍ଷଣଗୁଡ଼ିକର ଉନ୍ନତି ନିମନ୍ତେ କ୍ଲୋନିଡିନ କିମ୍ବା ଲୋଫେକ୍ସିଡାଇନ ଦିଆଯାଏ | [୯] ଚିକିତ୍ସା ବିନା ଖରାପ ଲକ୍ଷଣଗୁଡିକର ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ଓ ସାମାନ୍ୟ ଲକ୍ଷଣ ଥିଲେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ | [୩]

ସର୍ବଭାରତୀୟ ସ୍ତରରେ ପ୍ରାୟ ୧୬ ନିୟୁତ ଲୋକ ଓପିଓଏଡ ବ୍ୟବହାର କରନ୍ତି | [୨] ପୂର୍ବରୁ ହିରୋଇନ୍ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୬୦% ଲୋକଙ୍କର ପ୍ରତ୍ୟାହାର ଘଟିଥିଲା । [୩] ପ୍ରତ୍ୟାହାରକୁ ରୋକିବା ପାଇଁ ଅନେକ ଲୋକ ଓପିଓଏଡ୍ ବ୍ୟବହାର ଜାରି ରଖନ୍ତି ।[୪] ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ ହିପୋକ୍ରେଟସ ଓପିଓଏଡ୍ ପ୍ରତ୍ୟାହାରର ବର୍ଣ୍ଣନା କରିଥିଲେ | [୧୦] ଅତିକମରେ ୧୭୦୧ ମସିହାରୁ ଡାକ୍ତରୀ ବିଦ୍ୟାରେ ବିବରଣୀଗୁଡିକ ଲିପିବଦ୍ଧ ହୋଇଥିଲା । [୧୧]

ଆଧାର[ସମ୍ପାଦନା]

  1. Lerner, A; Klein, M (2019). "Dependence, withdrawal and rebound of CNS drugs: an update and regulatory considerations for new drugs development". Brain communications. 1 (1): fcz025. doi:10.1093/braincomms/fcz025. PMID 32954266.
  2. ୨.୦ ୨.୧ ୨.୨ ୨.୩ ୨.୪ Shah, M; Huecker, MR (January 2021). "Opioid Withdrawal". PMID 30252268. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Diagnostic and statistical manual of mental disorders : DSM-5 (5th ed.). American Psychiatric Association. 2013. pp. 547–549. ISBN 9780890425541.
  4. ୪.୦ ୪.୧ ୪.୨ ୪.୩ Kosten, TR; Baxter, LE (February 2019). "Review article: Effective management of opioid withdrawal symptoms: A gateway to opioid dependence treatment". The American journal on addictions. 28 (2): 55–62. doi:10.1111/ajad.12862. PMID 30701615.
  5. ୫.୦ ୫.୧ Volkow, Nora D.; Blanco, Carlos (2020-01-02). "Medications for opioid use disorders: clinical and pharmacological considerations". The Journal of Clinical Investigation (in ଇଂରାଜୀ). 130 (1): 10–13. doi:10.1172/JCI134708. ISSN 0021-9738. PMC 6934219. PMID 31763992.
  6. Srivastava, AB; Mariani, JJ; Levin, FR (2020-06-20). "New directions in the treatment of opioid withdrawal". Lancet (London, England). 395 (10241): 1938–1948. doi:10.1016/S0140-6736(20)30852-7. PMID 32563380.
  7. Treatment, Center for Substance Abuse (2006). 4 Physical Detoxification Services for Withdrawal From Specific Substances (in ଇଂରାଜୀ). Substance Abuse and Mental Health Services Administration (US). Retrieved 19 May 2021.
  8. Srivastava, AB; Mariani, JJ; Levin, FR (2020-06-20). "New directions in the treatment of opioid withdrawal". Lancet (London, England). 395 (10241): 1938–1948. doi:10.1016/S0140-6736(20)30852-7. PMID 32563380.
  9. Rehman, Saif Ur; Maqsood, Muhammad Haisum; Bajwa, Hamza; Tameez Ud Din, Asim; Malik, Mustafa N (2019). "Clinical Efficacy and Safety Profile of Lofexidine Hydrochloride in Treating Opioid Withdrawal Symptoms: A Review of Literature". Cureus. 11 (6): e4827. doi:10.7759/cureus.4827. ISSN 2168-8184. PMC 6682385. PMID 31403015.
  10. Zaoutis, Lisa B.; Chiang, Vincent W. (2007-01-01). Comprehensive Pediatric Hospital Medicine (in ଇଂରାଜୀ). Elsevier Health Sciences. p. 286. ISBN 978-0-323-03004-5.
  11. Abuse, United States Commission on Marihuana and Drug (1973). Drug Use in America: Problem in Perspective: Second Report (in ଇଂରାଜୀ). U.S. Government Printing Office. p. 305. Retrieved 19 May 2021.