ଓଡ଼ିଶୀ

ଉଇକିପିଡ଼ିଆ ରୁ
(ଓଡ଼ିଶି ରୁ ଲେଉଟି ଆସିଛି)
Jump to navigation Jump to search
ଓଡ଼ିଶୀ ନୃତ୍ୟ
Odissi Performance DS.jpg
ଓଡ଼ିଶୀ ନୃତ୍ୟ ପରିବେଷଣ
ମାଧ୍ୟମଗୀତ-ନୃତ୍ୟ
ପ୍ରକାରମଙ୍ଗଳାଚରଣ
ପୁରାତନ କଳାମାହାରୀ, ଗୋଟିପୁଅ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା,  ଭାରତ
ସମୟ କାଳମଧ୍ୟଯୁଗ
ଗୀତ-ସଙ୍ଗୀତଓଡ଼ିଶୀ ସଙ୍ଗୀତ
କଳାକାରଏକକ ବା ବହୁ

ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ୱାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର,ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ୱାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସକେଳୁଚରଣ ମହାପାତ୍ର ଅନ୍ୟତମ ।

ଓଡ଼ିଶୀ ଭାରତର ଆଠଟି ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାରୁ ଜନ୍ମ ଲାଭ କରିଛି । ପୁରାତନ ତତ୍ୱ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ ।[୧][୨] ଭାରତୀୟ ନୃତ୍ୟକଳାର ପୋଥି ନାଟ୍ୟ ଶାସ୍ତ୍ର ଏହାକୁ ଓଡ୍ର-ମାଗଧି ବୋଲି କହେ । ପ୍ରଥମ ଖ୍ରୀଷ୍ଟପୂର୍ବ ବେଳକୁ ଭୁବନେଶ୍ୱରର ଖଣ୍ଡଗିରିଉଦୟଗିରିଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା ଯାହା ସେ କେତେ ପୁରୁଣା ସେକଥା ପ୍ରମାଣ କରେ । ପରାଧୀନ ଭାରତରେ ଫିରିଙ୍ଗିମାନଙ୍କ ଦେଇ ଏହା କିଛି ପରିମାଣରେ ଦବିଯାଇଥିଲେ ହେଁ ସ୍ୱାଧୀନତା ପରେ ଓଡ଼ିଶୀ ପୁଣି ତାର ଆଗର ଗୌରବ ଫେରିପାଇଥିଲା ।

ଏହାର ତ୍ରିଭଙ୍ଗୀ ଠାଣି ବା ଦେହର ତିନୋଟି ଅଙ୍ଗ- ମୁଣ୍ଡ, ଛାତି ଓ ଅଣ୍ଟାର ସ୍ୱାଧୀନ ଗତି ଏହାକୁ ବାକି ଭାରତୀୟ ନାଟ ଠାରୁ ପୁରାପୁରି ନିଆରା କରି ଗଢ଼ିତୋଳିଛି ।[୩][୪] ଆଉ ମୌଳିକ ଚଉକୋଣ ନାଚକୁ ଚଉକା କୁହାଯାଏ ।

ବୈଶିଷ୍ଟ[ସମ୍ପାଦନା]

ଓଡ଼ିଶୀନୃତ୍ୟର ବୈଶିଷ୍ଟ ହେଲା ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଓ ଏହାର ପାଞ୍ଚଗୋଟି ପର୍ଯ୍ୟାୟ ହେଲା : ମଙ୍ଗଳାଚରଣ,ବଟୁ,ପଲ୍ଲବୀ,ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳୀଦ୍ୱାରା ପ୍ରଣାମ ନିବେଦନ କରେ ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାଏ । ଏହି ନୃତ୍ୟରେ ପଖଉଜ,ବେହେଲା,ଗିନି,ଝାଞ୍ଜ,ବଂଶୀ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଆଜି ଓଡ଼ିଶୀ ନୃତ୍ୟ ସମଗ୍ର ଭାରତ ବର୍ଷ ଓ ପୃଥିବୀରେ ବିଶେଷଭାବେ ଆଦୃତ ହୋଇପାରିଛି ।

ଆରମ୍ଭ ଓ ଇତିହାସ[ସମ୍ପାଦନା]

ଜଗନ୍ନାଥ ମନ୍ଦିର ନୀତିରେ ଓଡ଼ିଶୀ

ଖାରବେଳଙ୍କ ସମୟରେ ଅଙ୍କାଯାଇଥିବା ଉଦୟଗିରିର ମଞ୍ଚପୁରି ଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶୀ ନାଚର ଛବି ଦେଖିବାକୁ ମିଳିଥାଏ । ନାରୀମାନଙ୍କ ବାଦ୍ୟଯନ୍ତ୍ର ବାଜଣା ସହ ଓଡ଼ିଶୀ ନର୍ତ୍ତକୀମାନଙ୍କର ନାଚକୁ ଖାରବେଳ ଉପଭୋଗ କରୁଥିଲେ । ତେଣୁ ଆରମ୍ଭରେ ଏହା ଧର୍ମ ସହ ଯୋଡ଼ା ନଥିଲା, ପରେ ଏହା ମନ୍ଦିର ଚଳଣିରେ ଯୋଡ଼ିହେଲା । ଜଗନ୍ନାଥ ମନ୍ଦିରରୁ ପ୍ରଥମେ ଆରମ୍ଭ କରି ତା ପରେ ବାକି ଶିବ ଓ ବିଷ୍ନୁ ମନ୍ଦିରମାନଙ୍କରେ ଆରମ୍ଭ ହେଲା । ଗୋଟିଏ ପୁରୁଣା ପୋଥି ଦେବଦାସୀମାନେ ଜୈନ ଓ ବୌଦ୍ଧ ସଙ୍ଘମାନଙ୍କରେ ନାଚିବାର ପ୍ରମାଣ ଦିଏ । ଓଡ଼ିଶୀ, ପ୍ରଥମେ ମନ୍ଦିରମାନଙ୍କରେ 'ମାହାରି' ମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରିବାର ଚଳଣି ଆରମ୍ଭ କରିଥିଲେ ଯାହା ଓଡ଼ିଶାର ମନ୍ଦିର କାନ୍ଥରେ ଥିବା ମୂର୍ତ୍ତୀରୁ ଜଣାପଡ଼େ ।[୫] ଖ୍ରୀଷ୍ଟପୂର୍ବ ଦ୍ୱିତୀୟର ଓଡ଼ିଶୀର ଇତିହାସ ଉଦୟଗିରିର ରାଣୀଗୁମ୍ଫାରୁ ମିଳିଥିବା ପୋଥିରୁ ଜଣାଯାଏ । ତେଣୁ ଇତିହାସ, ରିତିନୀତି ଓ ଚଳଣିକୁ ଆଖିରେ ରଖି ଓଡ଼ିଶୀକୁ ସବୁଠୁ ପୁରୁଣା ଶାସ୍ତ୍ରୀୟ ନାଚର ମାନ୍ୟତା ଦିଆଯାଏ । ନାଟ୍ୟ ଶାସ୍ତ୍ରରେ ବି ଓଡ୍ର ମାଗଧିକୁ ଗୁରୁତ୍ତ୍ୱ ଦିଆଯାଇଛି ଆଉ ଓଡ୍ର ଓଡ଼ିଶାକୁ ହିଁ ସୂଚାଏ ।[୬]

ମନ୍ଦିର ଇତିହାସ[ସମ୍ପାଦନା]

ରାହୁଳ ଆଚାର୍ଯ୍ୟଙ୍କ ଓଡ଼ିଶୀ ମୁଦ୍ରା
ଗିନିଜ ରେକର୍ଡ ଉଦ୍ଦେଶ୍ୟରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାର ପ୍ରମାଣପତ୍ର
Odishi Dancer in Pose

ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ ତିଆରି ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଓ ଉଦୟଗିରି ସେତେବେଳର ସମ୍ରାଟ ଖାରବେଳଙ୍କଦ୍ୱାରା ତିଆରି କରାଯାଇଥିଲା । ଗବେଷକମାନେ କହନ୍ତି ଗୁମ୍ଫାରେ ଅଙ୍କାଯାଇଥିବା ହେତୁ ଓ ଅନେକ ସେହିଭଳି ପୁରୁଣା ପ୍ରମାଣ ମିଳୁଥିବାରୁ ଓଡ଼ିଶୀ ସବୁଠୁ ବେଶି ପୁରୁଣା ନୃତ୍ୟକଳା । କୋଣାର୍କବ୍ରହ୍ମେଶ୍ୱର ମନ୍ଦିର କାନ୍ଥରେ ଅଙ୍କା ଚିତ୍ରରେ ବି ନାଚୁଥିବା ଓଡ଼ିଶୀ ନର୍ତ୍ତକ ଓ ନର୍ତ୍ତକୀ ଦେଖିବାକୁ ମିଳନ୍ତି ।[୭] ଷଷ୍ଠ-ନବମ ଶତାବ୍ଦୀରେ ତିଆରି ହୋଇଥିବା ବୌଦ୍ଧ କୀର୍ତ୍ତି, ଯାଜପୁରର ରତ୍ନଗିରିରେ ଥିବା ପାହାଡ଼ରେ ଏବେକାର ଓଡ଼ିଶୀ ସହ ସମାନତା ଥିବା ନାଚ ଉପରେ ଅଙ୍କାଯାଇଥିବା ଚିତ୍ର ଦେଖିବାକୁ ମିଳେ । ହିରାପୁରର ଚଉଷଠି ଯୋଗିନି ମନ୍ଦିର ଭଳି ତନ୍ତ୍ର ମନ୍ଦିରମାନଙ୍କରେ ଥିବା ଯୋଗିନିମାନେ ଯେଉଁ ମୁଦ୍ରାରେ ଅଛନ୍ତି ସେସବୁ ଏବେକାର ଓଡ଼ିଶୀର ଇତିହାସ ଜାଣିବାରେ ସାହାଯ୍ୟ କରେ । ଓଡ଼ିଶୀ, ଓଡ଼ିଶାର ଶିବ, ବିଷ୍ଣୁ ଓ ବାକି ମନ୍ଦିର (କୋଣାର୍କର ସୁର୍ଯ୍ୟ ମନ୍ଦିର)ରେ ଥିବା ଅଗଣିତ ମୂର୍ତ୍ତିରେ ଦେଖିବାକୁ ମିଳେ ।

ଶିକ୍ଷାରେ[ସମ୍ପାଦନା]

୨୦୧୫ ଠାରୁ ଭୁବନେଶ୍ୱରର ଭାରତୀୟ ବୈଷୟିକ ଅନୁଷ୍ଠାନର ବିଟେକ ପାଠ୍ୟକ୍ରମରେ ଓଡ଼ିଶୀ ସାମିଲ ହୋଇଛି । ଏହା କୌଣସି ଶାସ୍ତ୍ରୀୟ ନାଚକୁ ପାଟଃଯକ୍ରମ କରିବାରେ ପ୍ରଥମ ବୈଷୟିକ ଅନୁଷ୍ଠାନ ।[୮][୯][୧୦]

ଆଧାର[ସମ୍ପାଦନା]

  1. http://www.dancesofindia.co.in/classic-dances-india/odissi.html
  2. http://odissi.itgo.com/
  3. ୨୦୦୮ର୍ଡେଏ ଭିଡି କଟିନିଙ୍କ ଏକ ଲେଖା
  4. ସେହେଗାଲ, ସୁନିଳ (1999). ହିନ୍ଦୁଧର୍ମର ଭାଷାକୋଷ: (H - Q). Sarup & Sons. p. 868. ISBN 8176250643.
  5. ଓଡ଼ିଶୀ
  6. http://www.nadanam.com/odissi/o_history.htm
  7. http://www.jagannatha.net/dance.html
  8. Pradhan, Ashok (11 September 2015). "IIT Bhubaneswar becomes first IIT in country to introduce dance as BTech subject". Times of India. Retrieved 13 September 2015.
  9. Barik, Satyasundar (12 September 2015). "IIT-Bhubaneswar to train students in Odissi too". The Hindu. Retrieved 13 September 2015.
  10. "IIT-Bhubaneswar Becomes First IIT to Introduce Odissi as a Course". New Indian Express. 12 September 2015. Retrieved 13 September 2015.

ବାହାର ଆଧାର[ସମ୍ପାଦନା]