ଓଡ଼ିଶା ସାର୍ବଜନିନ ପରୀକ୍ଷା (ଅନୁୁଚିତ ଉପାୟ ନିବାରଣ) ଆଇନ, ୨୦୨୪
ଓଡ଼ିଶା ସାର୍ବଜନିନ ପରୀକ୍ଷା (ଅନୁୁଚିତ ଉପାୟ ନିବାରଣ) ଆଇନ, ୨୦୨୪ ହେଉଛି ଓଡ଼ିଶାରେ ନିକଟରେ ପାରିତ ହୋଇଥିବା ଏକ ଅଧିନିୟମ, ଯାହାର ଲକ୍ଷ୍ୟ ସାର୍ବଜନିକ ପରୀକ୍ଷାରେ ନକଲ୍କୁ ରୋକିବା ଏବଂ ପରୀକ୍ଷାର ପବିତ୍ରତା ଓ ସ୍ୱଚ୍ଛତାକୁ ଅତୁଟ ରଖିବା ।[୧]
ପୃଷ୍ଠଭୂମି
[ସମ୍ପାଦନା]ସାର୍ବଜନିକ ପରୀକ୍ଷାରେ ନକଲ୍ ଓ ବିଭିନ୍ନ ଅନୁଚିତ କାର୍ଯ୍ୟକଳାପ ସମୟ କ୍ରମେ ବୃଦ୍ଧି ପାଉଥିବାରୁ ଏହାର ଆଇନଗତ ନିରାକରଣ ନିମନ୍ତେ, ଭାରତ ସରକାର ଓଡ଼ିଶା ସାର୍ବଜନିନ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ବିଲ୍, ୨୦୨୪ ପ୍ରସ୍ତୁତ କରିବାର ଆବଶ୍ୟକତା ଅନୁଭବ କରିଥିଲେ । ରାଜ୍ୟ ପବ୍ଲିକ ସର୍ଭିସ କମିଶନ (PSC) ପରୀକ୍ଷା ପରି ପ୍ରବେଶିକା ପରୀକ୍ଷା ସହିତ ସ୍କୁଲ୍ ବୋର୍ଡ ପରୀକ୍ଷାରେ ମଧ୍ୟ ନକଲ୍ର ଅନେକ ଘଟଣା ପୁନଃପୁନଃ ରିପୋର୍ଟ ହୋଇଆସୁଥିଲା । ଏହି ଘଟଣାଗୁଡ଼ିକରେ ପ୍ରଶ୍ନପତ୍ର ପ୍ରଘଟ, ସଂଗଠିତ ନକଲ୍ ଗ୍ୟାଙ୍ଗ୍, ଛଦ୍ମ-ପ୍ରତିନିଧି ଭାବେ ପରୀକ୍ଷା ଦେବା (ଇମ୍ପର୍ସୋନେସନ୍) ଓ ଇଲେକ୍ଟ୍ରୋନିକ୍ ଉପକରଣର ବ୍ୟବହାର ଭଳି କାର୍ଯ୍ୟକଳାପ ଥିଲା ।
ଏହି ଅଧିନିୟମଟି ଓଡିଶାର ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିବା ପରେ ଆଧିକାରିକ ଭାବେ ଏହା ୧୨ ଫେବୃୟାରୀ ୨୦୨୫ରୁ ଲାଗୁ ହୋଇଥିଲା ।[୧]
ବ୍ୟବସ୍ଥାବଳୀ
[ସମ୍ପାଦନା]ଏହି ଆଇନରେ ସାର୍ବଜନିକ ପରୀକ୍ଷାରେ ନକଲ୍କୁ ରୋକିବା ଏବଂ ନ୍ୟାୟସଙ୍ଗତ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଉଲ୍ଲେଖ କରାଯାଇଛି । ତାହାର କିଛି ପ୍ରମୁଖ ଦିଗ ନିମ୍ନରେ ଦିଆଯାଇଛି ।[୨]
ଅନୁଚିତ ଉପାୟର ସଂଜ୍ଞା
[ସମ୍ପାଦନା]ଏହି ଆଇନରେ ଧାରା ୩ରେ “ଅନୁଚିତ ଉପାୟ”ର ବିସ୍ତୃତ ଭାବରେ ସଂଜ୍ଞା ଦିଆଯାଇଛି, ଯେଉଁଥିରେ ନିମ୍ନଲିଖିତ ଅନୁଚିତ କାର୍ଯ୍ୟଗୁଡ଼ିକ ସାମିଲ ଅଛି [୧]—
- ପ୍ରଶ୍ନପତ୍ର କିମ୍ବା ଉତ୍ତର କୀ ପ୍ରଘଟ କରିବା
- ପ୍ରଶ୍ନପତ୍ର କିମ୍ବା ଉତ୍ତର କୀ ପ୍ରଘଟ କରିବା ପାଇଁ ଅନ୍ୟମାନଙ୍କ ସହ ଚକ୍ରାନ୍ତ କରି ସହଯୋଗ କରିବା
- ବିନା ଅଧିକାରରେ ଉତ୍ତର ଖାତା (ଯେଉଁଥିରେ ଅପଟିକାଲ ରିକଗ୍ନିସନ କ୍ଷମତା ରହିଛି) ଆକ୍ସେସ ନେବା ପାଇଁ ଅନୁଚିତ ହସ୍ତକ୍ଷେପ କରିବା
- ପରୀକ୍ଷା ସମୟରେ ପ୍ରାର୍ଥୀଙ୍କୁ ଅନୁଚିତ ଉପାୟରେ ଉତ୍ତର ପ୍ରଦାନ କରି ବା ପ୍ରଶ୍ୱର ସମାଧାନ କରି ସହାୟତା କରିବା (ଅନଧିକୃତ ସଂଯୋଗ, ଉତ୍ତର ପ୍ରଦାନ)
- ପରୀକ୍ଷା ସମୟରେ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଉପାୟରେ ଅନୁଚିତ କୌଣସି ପ୍ରକାର ସହାୟତା ପ୍ରଦାନ କରିବା
- ଅପଟିକାଲ ମାର୍କ ରିକଗନିସନ ସିଟରେ ଅନୁଚିତ ହେରଫେର କରିବା
- ଅନଧିକାର ଭାବେ କୌଣସି ମୂଲ୍ୟାୟନକୁ ପରିବର୍ତ୍ତନ କରିବା
- ନିଜେ କିମ୍ବା ଏଜେନ୍ସି ମାଧ୍ୟମରେ ସରକାର ଧାର୍ଯ୍ୟ କରିଥିବା ନିୟମର ଉଲ୍ଲଂଘନ କରିବା
- ସାର୍ବଜନିକ ପରିକ୍ଷାରେ ପ୍ରାର୍ଥୀଙ୍କ ମେରିଟ ତାଲିକାରେ ଉଦ୍ଦିଷ୍ଟ ଦଲିଲରେ କୌଣସି ପ୍ରକାର ପରିବର୍ତ୍ତନ କରିବା
- ସାର୍ବଜନିକ ପରିକ୍ଷାରେ ଅନୁଚିତ ସାଧନ ବ୍ୟବହାର କରିବାକୁ ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ କରିବା
- ସାର୍ବଜନିକ ପରିକ୍ଷାରେ ଅନୁଚିତ ସାଧନ ଯୋଗାଇ ଦେବା ପାଇଁ ପ୍ରାର୍ଥୀଙ୍କ ବସିବା, ଷିଫ୍ଟ ଆବଣ୍ଟନ କିମ୍ବା ତାରିଖ ଆବଣ୍ଟନରେ ହେରେଫେର କରିବା
- ସାର୍ବଜନିକ ପରିକ୍ଷା ପାଇଁ ଅଧିକୃତ ଏଜେନ୍ସିକୁ ଅନୁଚିତ ସାଧନ ଯୋଗାଇଦେବାପାଇଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଧମକ ଦେବା
- ପ୍ରାର୍ଥୀଙ୍କ ପରିଚୟ ନକଲ୍ କରିବା (ଇମ୍ପର୍ସୋନେସନ୍) ନକଲି ପରୀକ୍ଷା ଆୟୋଜନ କିମ୍ବା ନକଲି ଦଲିଲ୍ ଜାରି କରିବା
- ମେରିଟ୍ ତାଲିକା କିମ୍ବା ଏହି ସମ୍ବନ୍ଧୀୟ ଦଲିଲ୍ରେ ହେରାଫେରି କରିବା
ଦଣ୍ଡ ବିଧାନ
[ସମ୍ପାଦନା]ଅଧିନିୟମର ଧାରା ୧୧ରେ ଦଣ୍ଡ ବିଧାନ ସଂପର୍କିତ ପ୍ରାବଧାନ ରହିଛି ।[୩]
ବ୍ୟକ୍ତିଗତ ଭାବେ:
[ସମ୍ପାଦନା]- ଅପରାଧର ଗୁରୁତ୍ୱ ଅନୁସାରେ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଦଶଲକ୍ଷ ଟଂକା ପର୍ଯ୍ୟନ୍ତ ଅର୍ଥଦଣ୍ଡ
- ସଂଗଠିତ ଅପରାଧ ପାଇଁ ସର୍ବାଧିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ
ସେବା ପ୍ରଦାନକାରୀମାନେ:
[ସମ୍ପାଦନା]- ଅନୀତିମୟ କାର୍ଯ୍ୟରେ ସଂପୃକ୍ତି ପାଇଁ ୩ ରୁ ୧୦ ବର୍ଷ କାରାଦଣ୍ଡ ଓ ସର୍ବାଧିକ ୧ କୋଟି ଟଙ୍କା ଅର୍ଥଦଣ୍ଡ
- ସଂପୃକ୍ତ ନିର୍ଦ୍ଦେଶକ କିମ୍ବା ପରିଚାଳନା ପକ୍ଷର ବ୍ୟକ୍ତିଗତ ଭାବେ ଉତ୍ତର ଦାୟୀ କରିବା
ସଂଗଠିତ ଅପରାଧ:
[ସମ୍ପାଦନା]- ୫ ରୁ ୧୦ ବର୍ଷ ପର୍ଯ୍ୟନ୍ତ କଠୋର କାରାଦଣ୍ଡ ଓ ଅତି କମ୍ରେ ୧ କୋଟି ଟଙ୍କା ଅର୍ଥଦଣ୍ଡ
- ସଂପୃକ୍ତ ସଂସ୍ଥାର ସମ୍ପତ୍ତି ଜବତ ଓ ବ୍ୟାଜାପ୍ତ କରାଯିବା
ଆଧାର
[ସମ୍ପାଦନା]- 1 2 3 "Act No. 1 of 2025". www.indiacode.nic.in. Retrieved 26 December 2025.
- ↑ "Act No. 1 of 2025" (PDF). prsindia.org. Retrieved 26 December 2025.
- ↑ "THE ODISHA PUBLIC EXAMINATIONS (PREVENTION OF UNFAIR MEANS) BILL, 2024" (PDF). www.indiacode.nic.in/. Retrieved 26 December 2025.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |