ଓଡ଼ିଶା ନ୍ୟାୟିକ ଅଭିଲେଖାଗାର
ଓଡ଼ିଶା ନ୍ୟାୟିକ ଅଭିଲେଖାଗାର (Centre for Judicial Archives) ହେଉଛି ଓଡ଼ିଶାର ପୁରାତନ ତଥା ବିରଳ ନ୍ୟାୟିକ ନଥିପତ୍ର ସହ ଓଡ଼ିଶାର ନ୍ୟାୟିକ ଇତିହାସକୁ ଶୃଙ୍ଖଳିତ ତଥା ବୈଜ୍ଞାନିକ ଉପାୟରେ ସାଇତି ରଖିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଶେଷ ପ୍ରକଳ୍ପ । ସମଗ୍ର ଭାରତର ନ୍ୟାୟିକ ଇତିହାସରେ ଏଭଳି ପ୍ରକଳ୍ପ ପ୍ରଥମ ବୋଲି କୁହାଯାଇଛି ।[୧][୨]
ଇତିହାସ
[ସମ୍ପାଦନା]ଓଡ଼ିଶା ଉଚ୍ଚ ନ୍ୟାୟଳୟର ପୂର୍ବତନ ଜଷ୍ଟିସ୍ ଏସ୍ ମୁରଲୀଧରଙ୍କ ଉଦ୍ୟମରେ ଓଡ଼ିଶାର ପୁରାତନ ତଥା ବିରଳ ନ୍ୟାୟିକ ନଥିପତ୍ର ସହ ଓଡ଼ିଶାର ନ୍ୟାୟିକ ଇତିହାସକୁ ସାଇତି ରଖିବାର ଅନନ୍ୟ ଧାରଣା ୨୦୨୧ ମସିହାର ପ୍ରଥମାର୍ଦ୍ଧରେ ଜନ୍ମ ନେଇଥିଲା ।[୩] ପ୍ରଥମେ ଏହି ପ୍ରକଳ୍ପ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୁରାତନ ମାମାଲା ସଂପର୍କିତ ଦସ୍ତାବିଜ ସହିତ ସମ୍ବଲପୁର, ବାଲେଶ୍ୱର, କଟକ ଏବଂ ଗଂଜାମର ଚାରିଟି ଜିଲ୍ଲା ଅଦାଲତର ରେକର୍ଡ ଗୁଡ଼ିକ ସଂରକ୍ଷଣ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା । ଓଡ଼ିଶା ଉଚ୍ଚ ଅଦାଲତର କେସ ରେକର୍ଡଗୁଡ଼ିକ ମଧ୍ୟରେ କୋଲକାତା, ପାଟନା ଏବଂ ମାଡ୍ରାସର ତିନୋଟି ପୁରୁଣା ଉଚ୍ଚ ଅଦାଲତର ନ୍ୟାୟିକ ଦସ୍ତାବିଜ ସହ ମୟୁରଭଞ୍ଜ, ସୋନପୁର ଇତ୍ୟାଦି ପୂର୍ବତନ ଗଡଜାତ ରାଜ୍ୟଗୁଡ଼ିକର ଉଚ୍ଚ ଅଦାଲତର ରେକର୍ଡଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏହି ପ୍ରକ୍ରିୟାରେ ଉପଲବ୍ଧ ହୋଇଥିବା ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶକର ଦସ୍ତାବିଜଗୁଡିକ ଦୁର୍ବଳ ତଥା ଭଙ୍ଗୁର ଅବସ୍ଥାରେ ଥିଲେ ବି ସାଧାରଣତଃ ପଢ଼ିବାଯୋଗ୍ୟ ଅବସ୍ଥାରେ ଥିଲା । ଏହି ଦସ୍ତାବିଜଗୁଡ଼ିକର ଏକ ନମୁନା ନ୍ୟାୟ ପ୍ରକ୍ରିୟାର କାର୍ଯ୍ୟପ୍ରଣାଳୀ ଏବଂ ସେହି ସମୟରେ ଅଦାଲତରେ ଦେଖାଦେଇଥିବା ସମସ୍ୟାଗୁଡ଼ିକର ବିଷୟରେ ମୂଲ୍ୟବାନ ତଥ୍ୟ ଦେଇଥିଲା । ଏହି ପରୀପ୍ରେକ୍ଷୀରେ, ଓଡ଼ିଶା ଜୁଡିସିଆଲ ଆର୍କାଇଭ୍ସ କେନ୍ଦ୍ର (Centre for Judicial Archives, Odisha) ଓଡ଼ିଶା ଗେଜେଟ୍, ଗୃହ ବିଭାଗ ନୋଟିଫିକେଶନ୍ ନମ୍ବର ୧୪୩୮୬ ଅନୁଯାୟୀ ୧ ମେ ୨୦୨୨ରେ ନୂତନ ତିଆରି ହୋଇଥିବା ରେକର୍ଡ ରୁମ ଡିଜିଟାଇଜେସନ୍ ସେଣ୍ଟର୍ (RRDC) ଭବନରେ ସ୍ଥାପିତ ହୋଇଥିଲା ।[୪][୫]
୩୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଡ଼ିଶା ନ୍ୟାୟିକ ଅଭିଲେଖାଗାରର ନୂତନ କୋଠା ୧୧ ଜାନୁଆରୀ ୨୦୨୫ରେ ମୂଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଦ୍ୱାରା ଉଦ୍ଘାଟିତ ହେଲା ।[୬][୭]
ଅଭିଲେଖାଗାରର ଲକ୍ଷ୍ୟ
[ସମ୍ପାଦନା]- ଉଚ୍ଚ ଅଦାଲତ ଏବଂ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ଅଦାଲତମାନଙ୍କର 1950 ପୂର୍ବର ପୁରୁଣା ଏବଂ ବିରଳ ତଥା ଭଙ୍ଗୁର ରେକର୍ଡଗୁଡ଼ିକ ସଂରକ୍ଷଣ କରାଇବା ।
- ଉଚ୍ଚ ଅଦାଲତ ଏବଂ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ଅଦାଲତମାନଙ୍କର ବିରଳ ତଥା ଭଙ୍ଗୁର ରେକର୍ଡଗୁଡ଼ିକ ଅଧିଗ୍ରହଣ, ବୈଜ୍ଞାନିକ ସଂରକ୍ଷଣ, କ୍ୟାଟାଲଗିଂ, ପ୍ରକାଶନ ଏବଂ ସେମାନଙ୍କର ଡିଜିଟାଇଜେସନ୍ ।
- ଗବେଷକ, ଅଧିକାରୀ ଏବଂ ସାଧାରଣ ଲୋକଙ୍କ ପାଇଁ ଅଫଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ ରେକର୍ଡଗୁଡ଼ିକ ଉପଲବ୍ଧ କରାଇବା ।
- ଅଭିଲେଖାଗାରର ନିର୍ଦ୍ଦେଶକଙ୍କର ତଦାରଖରେ ଗବେଷକ ଏବଂ ବିଜ୍ଞ ଐତିହାସିକଙ୍କଦ୍ୱାରା ସଙ୍ଗୋଷ୍ଠୀ, ସେମିନାର ଏବଂ ଆଇନ୍ ସମ୍ପର୍କିତ ଗବେଷଣା ମାଧ୍ୟମରେ ଓଡ଼ିଶାର ନ୍ୟାୟିକ ଇତିହାସର ସଂଗ୍ରହ ସହ ଆଇନ ସଂପର୍କିତ ଶିକ୍ଷାଗତ ଏବଂ ଗବେଷଣାତ୍ମକ ତତ୍ପରତାକୁ ଉତ୍ସାହିତ କରାଇବା ।
- ଉଚ୍ଚ ଅଦାଲତ ସଂଗ୍ରହାଳୟ ଓ ବର୍ତ୍ତମାନର ନ୍ୟାୟ ସଂଗ୍ରହାଳୟର ନବୀକରଣ ଏବଂ ବିସ୍ତାର ଉପରେ ଦୃଷ୍ଟି ରଖିବା ।
- ଓଡ଼ିଶାର ସମସ୍ତ ଜିଲ୍ଲା ଅଦାଲତର ରେକର୍ଡ ରୁମଗୁଡ଼ିକର କାର୍ଯ୍ୟ ସମ୍ପର୍କରେ ନିରୀକ୍ଷଣ କରିବା ଏବଂ ପରାମର୍ଶ ଦେବା ।[୮]
ଆଧାର
[ସମ୍ପାଦନା]- ↑ "HC releases book on judicial history". The Times of India. 2023-07-16. ISSN 0971-8257. Retrieved 2025-01-11.
- ↑ Dutta, Jyoti Prakash (2023-05-12). "'Centre For Judicial Archives': Odisha's Judicial Data Repository Celebrates First Anniversary". www.livelaw.in (in ଇଂରାଜୀ). Retrieved 2025-01-11.
- ↑ Bureau, O. B. (2023-01-28). "Foundation Laid For Centre For Judicial Archives In Odisha's Cuttack; CM Naveen Patnaik Promises All Support". Odisha Bytes (in ଆମେରିକୀୟ ଇଂରାଜୀ). Retrieved 2025-01-11.
- ↑ Dutta, Jyoti Prakash (2023-05-12). "'Centre For Judicial Archives': Odisha's Judicial Data Repository Celebrates First Anniversary". www.livelaw.in (in ଇଂରାଜୀ). Retrieved 2025-01-11.
- ↑ Swain, Priya Ranjan (2023-01-28). "Odisha: Foundation laid for Centre for Judicial Archives in Cuttack". Sambad English (in ଇଂରାଜୀ). Retrieved 2025-01-11.
- ↑ Sharma, Vikash. "CM Mohan Majhi inaugurates Centre for Judicial Archives in Cuttack, the Judicial capital of Odisha". CM Mohan Majhi inaugurates Centre for Judicial Archives in Cuttack, the Judicial capital of Odisha (in ଇଂରାଜୀ). Retrieved 2025-01-11.
- ↑ HIGH COURT OF ORISSA (2025-01-08), Inauguration of Centre for Judicial Archives on 11th January (Saturday), 2025, retrieved 2025-01-11
- ↑ "Judicial Archive". 112.133.226.244. Retrieved 2025-01-11.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |