ଓଡ଼ିଶାର ଗଙ୍ଗବଂଶ ଓ ସୂର୍ଯ୍ୟବଂଶ

ଉଇକିପିଡ଼ିଆ ରୁ
Jump to navigation Jump to search

ଗଙ୍ଗବଂଶୀୟ ରାଜାମାନେ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ଆରମ୍ଭରୁ ବଂଶଧାରା ଓ ନାଗାବଳୀ ନଦୀ ଦୁଇଟି ପ୍ରବାହିତ କଳିଙ୍ଗରାଜ୍ୟରେ ରାଜତ୍ୱ କରିଥିଲେ । କଳିଙ୍ଗ ନଗର ବା ବଂଶଧାରା ନଦୀ ତୀରବର୍ତ୍ତୀ ମୂଖଲିଙ୍ଗମ୍ ଠାରେ ଏହାର ରାଜଧାନୀ ଥିଲା। ଏକାଦଶ ଶତାବ୍ଦୀ ମଧ୍ୟଭାଗରେ ଏହି ବଂଶର ରାଜା ରାଜରାଜଦେବ ପ୍ରଥମେ କ୍ଷମତାଶାଳୀ ହୋଇ ଉତ୍ତର ଦିଗକୁ ରାଜ୍ୟ ବିସ୍ତାର କରିଥିଲେ । ତାଙ୍କର ପୁତ୍ରଙ୍କର ନାମ ଅନନ୍ତବର୍ମନ ଚୋଳଗଙ୍ଗ ଦେବ । ଅନନ୍ତବର୍ମନଙ୍କ ମାତା ରାଜସୁନ୍ଦରୀ ଚୋଳବଂଶୀୟ ଓ ପିତା ଗଙ୍ଗବଂଶୀୟ ହୋଇଥିବାରୁ ତାଙ୍କର ଏପରି ନାମକରଣ ହୋଇଥିଲା । ତାଙ୍କର ଅନ୍ୟ ନାମ ଥିଲା ଚୂଡ଼ଙ୍ଗ ଦେବ ବା ଗଙ୍ଗେଶ୍ୱର ଦେବ ।

ରାଜ୍ୟ ବିସ୍ତାର[ସମ୍ପାଦନା]

ଚୋଳଗଙ୍ଗ ଜଣେ ଦିଗ୍ ବିଜୟୀ ସମ୍ରାଟ ଥିଲେ । ସେ ୧୧୧୨ ଖ୍ରୀଷ୍ଟାବ୍ଦରେ ସୋମବଂଶୀ ରାଜାଙ୍କୁ ପରାସ୍ତ କରି ଋଷିକୁଲ୍ୟା ନଦୀର ଉତ୍ତରରେ ଅବସ୍ଥିତ ଉତ୍କଳ ରାଜ୍ୟ ଅଧିକାର କରିଥିଲେ। ଉତ୍କଳ ଅଧିକାର ପରେ ସେ ଉତ୍ତର ଦିଗକୁ ଅଭିଯାନ ଚଳାଇ ଗଙ୍ଗାକୂଳବର୍ତ୍ତୀ ମନ୍ଦାର ଦୁର୍ଗ ଅଧିକାର କରିଥିଲେ । ଏହା ଅଧୁନିକ ହୁଗୁଳି ଜିଲ୍ଲାରେ ଅବସ୍ଥିତ । ସେ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରି ବିରାଟ ଗଙ୍ଗସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଭୁବନେଶ୍ୱର, ପୁରୀ, ଯାଜପୁର, ଆନ୍ଧ୍ର ରାଜ୍ୟରେ ଅବସ୍ଥିତ ମୁଖଲିଙ୍ଗମ୍ , ଶ୍ରୀକର୍ମ, ସିଂହାଚଳ ବା ସୀମାଚଳଓ ଗୋଦାବରୀ ନଦୀ ତୀରବର୍ତ୍ତୀ ଦ୍ରାକ୍ଷାରାମଠାରେ ତାଙ୍କ ରାଜତ୍ୱକାଳର ଶତ ଶତ ଶିଳାଲେଖ ଅଦ୍ୟାବଧି ବିଦ୍ୟାମାନ ।

ପୁରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା[ସମ୍ପାଦନା]

ଚୋଳଗଙ୍ଗ ଦେବଙ୍କ ରାଜତ୍ୱକାଳରେ ବୈଷ୍ଣବ ଧର୍ମପ୍ରଚାରକ ରାମାନୁଜାଚାର୍ଯ୍ୟ ଶ୍ରୀକ୍ଷେତ୍ରକୁ ଆଗମନ କରି ସେଠାରେ ନିଜ ମତ ପ୍ରଚାର ପାଇଁ ମଠ ପ୍ରତିଷ୍ଠା କରିଥିଲେ। ଚୋଳଗଙ୍ଗ ଦେବ ଶ୍ରୀରାମାନୁଜଙ୍କଦ୍ୱାରା ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ । ଏହା ପରେ ସେ ପୁରୀରେ କ୍ଷୁଦ୍ର ଓ ଜରାଜୀର୍ଣ୍ଣ ମନ୍ଦିରକୁ ଭାଙ୍ଗି ଏକ ଉତ୍ତୁଙ୍ଗ ମନ୍ଦିର ନିର୍ମାଣ କରିଥିଲେ । ତାହା ଅଦ୍ୟାପି ଦଣ୍ଡାୟମାନ ରହିଅଛି। ଏହି ମନ୍ଦିର ଫଳରେ ପୁରୀ ସମଗ୍ର ଭାରତରେ ଏକ ପ୍ରସିଦ୍ଧ ବୈଷ୍ଣବକ୍ଷେତ୍ର ରୂପେ ପରିଗଣିତ ହେଲା ।

ସେ ଧଉଳି ଓ ଭୁବନେଶ୍ୱର ଅଞ୍ଚଳରେ ବ୍ରାହ୍ମଣ ଧର୍ମର ପ୍ରାଧାନ୍ୟ ପ୍ରତିଷ୍ଠା ପାଇଁ କେତେକ ବ୍ରାହ୍ମଣଶାସନ ଓ ବହୁ ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ । ଧଉଳିର ଅଦୂରରେ ଅବସ୍ଥିତ କୈଶଲ୍ୟା ଗଙ୍ଗା ନାମକ ବିରାଟ ଜଳାଶୟ ତାଙ୍କର ଅନ୍ୟ ଏକ ପ୍ରଧାନ କୀର୍ତ୍ତି ।

କଟକରେ ରାଜଧାନୀ ପ୍ରତିଷ୍ଠା[ସମ୍ପାଦନା]

ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଭୂଖଣ୍ଡ ଅଧିକାର କରିବାପରେ ସେ ତାଙ୍କ ପୂର୍ବପୁରୁଷମାନଙ୍କ ରାଜଧାନୀ କଳିଙ୍ଗ ନଗର ପରିବର୍ତ୍ତରେ ଉତ୍କଳର କେନ୍ଦ୍ରସ୍ଥଳରେ ଅବସ୍ଥିତ କଟକରେ ରାଜଧାନୀ ପ୍ରତିଷ୍ଠା କରିଥିଲେ। ମହାନଦୀ ଉତ୍କଳର ଗଙ୍ଗା ସ୍ୱରୂପା । ତେଣୁ ଗଙ୍ଗା ତୀରବର୍ତ୍ତୀ ପୁରାଣପ୍ରସିଦ୍ଧ ବାରାଣାସୀର ସମକକ୍ଷ ହୋଇଥିବାରୁ ସେ ନିଜ ରାଜଧାନୀର ନାମ ଦେଇଥିଲେ ଅଭିନବ ବାରାଣସୀ କଟକ । ପରବର୍ତ୍ତୀ କାଳରେ ଏହା ବିଡା଼ନାସୀ କଟକ ଓ ଶେଷରେ କଟକ ନାମରେ ପରିଚିତ ହେଲା । ତାଙ୍କ ରାଜତ୍ୱକାଳରୁ ୧୯୪୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରାୟ ଆଠଶହ ବର୍ଷକାଳ କଟକ ଓଡ଼ିଶାର ରାଜଧାନୀ ରୂପେ ପ୍ରତିଷ୍ଠା ଲାଭ କରିଥିଲା ।

ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟବିସ୍ତାର, ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ନିର୍ମାଣ, କଟକରେ ରାଜଧାନୀ ପ୍ରତିଷ୍ଠା ପ୍ରଭୃତି କୀର୍ତ୍ତିକଳାପ ପାଇଁ ଚୋଳଗଙ୍ଗ ଦେବ ଉତ୍କଳର ଜଣେ ବିଶିଷ୍ଟ ସମ୍ରାଟ ରୂପେ ପରିଚିତ ହୋଇଥିଲେ ।

ନରସିଂହଦେବ[ସମ୍ପାଦନା]

ରାଜ୍ୟଜୟ[ସମ୍ପାଦନା]

କୋଣାର୍କ ମନ୍ଦିର ନିର୍ମାଣ[ସମ୍ପାଦନା]

କବି ବିଦ୍ୟାଧର[ସମ୍ପାଦନା]

ବିଶ୍ୱନାଥ କବିରାଜ[ସମ୍ପାଦନା]

ଗଜପତି କପିଳେନ୍ଦ୍ର ଦେବ[ସମ୍ପାଦନା]

ସାମ୍ରାଜ୍ୟ ବିସ୍ତାର[ସମ୍ପାଦନା]

ପାଣ୍ଡିତ୍ୟ ଓ ବିଦ୍ୟାନୁରାଗ[ସମ୍ପାଦନା]

ଗଜପତି ପୁରୁଷୋତ୍ତମ ଦେବ[ସମ୍ପାଦନା]

ବାହାମନୀ ରାଜ୍ୟଜୟ[ସମ୍ପାଦନା]

କାଞ୍ଚି ବିଜୟ[ସମ୍ପାଦନା]

ପାଣ୍ଡିତ୍ୟ ଓ ବିଦ୍ୟାନୁରାଗ[ସମ୍ପାଦନା]

ଗଜପତି ପ୍ରତାପରୁଦ୍ର ଦେବ[ସମ୍ପାଦନା]

ବଙ୍ଗ ସୁଲତାନଙ୍କ ଆକ୍ରମଣ[ସମ୍ପାଦନା]

ବିଜୟ ନଗର ସମ୍ରାଟଙ୍କ ଆକ୍ରମଣ[ସମ୍ପାଦନା]

ବୈଷ୍ଣବଧର୍ମର ପ୍ରସାର[ସମ୍ପାଦନା]

ଶ୍ରୀଚୈତନ୍ୟ[ସମ୍ପାଦନା]

ପଞ୍ଚସଖା[ସମ୍ପାଦନା]

ଗଜପତି ମୁକୁନ୍ଦ ଦେବ[ସମ୍ପାଦନା]

ସିଂହାସନାରୋହଣ[ସମ୍ପାଦନା]

ମୁକୁନ୍ଦଙ୍କ ପରାଜୟ[ସମ୍ପାଦନା]

ସ୍ୱାଧୀନତା ଲୋପ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]