ଟେଲିଭିଜନ ସାମ୍ବାଦିକତା

ଉଇକିପିଡ଼ିଆ‌ରୁ

ଟେଲିଭିଜନ ସାମ୍ବାଦିକତା ଟେଲିଭିଜନରେ ସାମ୍ବାଦିକତା ବୃତ୍ତିକୁ ବୁଝାଇଥାଏ ।

ଓଡ଼ିଶାରେ[ସମ୍ପାଦନା]

୨୦୦୦ ମସିହା ଯାଏ ଓଡ଼ିଶାର ଗଣମାଧ୍ୟମ କେବଳ ପ୍ରିଣ୍ଟମିଡିଆ ଭିତରେ ସିମୀତ ଥିଲା । ଓଡ଼ିଶାରେ ଦୂରଦର୍ଶନ (ଡିଡି-୧) ପ୍ରସାରଣ ଆରମ୍ଭ କରିବା ପରେ ଇଲେକ୍ଟ୍ରୋନିକ ମିଡିଆର ଏକ ନୂଆଯୁଗ ଆରମ୍ଭ ହୋଇଥିଲା । ପରେ ନବେ ଦଶନ୍ଧି ଶେଷ ଭାଗରେ ଓଟିଭି(ଓଡ଼ିଶା ଟେଲିଭିଜନ)କେବୁଲ ଚ୍ୟାନେଲ ଭାବେ କାର୍ଯ୍ୟ ଆରମ୍ଭ କଲା । ଏହା ଥିଲା ଓଡ଼ିଶାରେ ପ୍ରଥମ ଟିଭି ଚ୍ୟାନେଲ । ତେବେ ଏହାକୁ କଟକ-ଭୁବନେଶ୍ୱର ସମେତ ନିର୍ଦ୍ଦିଷ୍ଟ ସହରରେ ଲୋକେ ଦେଖିପାରୁଥିଲେ । ପରେ ଇଟିଭି ଓଡ଼ିଆ ପ୍ରଥମକରି ସଟେଲାଇଟ ଚ୍ୟାନେଲ ଭାବେ ପ୍ରସାରଣ ଆରମ୍ଭକଲା ଓ ଓଟିଭି ମଧ ସାଟେଲାଇଟ ହେଲା । ଏହା ଏକ ନବ ଆନ୍ଦୋଳନ ଆଣିଥିଲା ଓଡ଼ିଶା ଗଣମାଧ୍ୟମରେ । ଏବେ ଏକାଧିକ ଚ୍ୟାନେଲ ଆଞ୍ଚଳିକ ଭାଷାରେ ପ୍ରସାରଣ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି । ସେସବୁ ହେଲା-ନକ୍ଷତ୍ର,କନକ ଟିଭି,ଏମବିସି ଟିଭି,ଫୋକସ,ତରଙ୍ଗ,ପ୍ରାର୍ଥନା,ତରଙ୍ଗ ମ୍ୟୁଜିକ,ଡିଡି-୬ ଓ ସାର୍ଥକ ଇତ୍ୟାଦି । ଏଥିରୁ ପ୍ରାର୍ଥନା ଏକମାତ୍ର ଆଧ୍ୟାତ୍ମିକ ଚ୍ୟାନେଲ । ତରଙ୍ଗ,ତରଙ୍ଗ ମ୍ୟୁଜିକ,ସାର୍ଥକ ଓ ଡିଡି-୬ ଓଡ଼ିଆ ଭାଷାରେ ମନୋରଞ୍ଜନ ଭିତ୍ତିକ ଚ୍ୟାନେଲ । ତେଣୁ ଟେଲିଭିଜନ ସାମ୍ବାଦିକତା କ୍ଷେତ୍ରରେ ଏବେ ଏକ ପ୍ରକାର ବିପ୍ଳବ ଆସିଛି । ଆଗକୁ ମଧ୍ୟ ଏହାର ଭବିଷ୍ୟତ ସୁଦୁରପ୍ରସାରୀ ।