ଓଡ଼ିଆ ଭ୍ରମଣ ସାହିତ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
Odia Sahitya.png

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକା ଲେଖକଗଣ - ଔପନ୍ୟାସିକ
ନାଟ୍ୟକାର - କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ - ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର

ଓଡ଼ିଆ ସାହିତ୍ୟରେ ଭ୍ରମଣକୁ ମୂଳ ଗାଥା କରି ଗଢ଼ିଉଠିଥିବା ସାହିତ୍ୟ ବିଭବକୁ ଏହି ବିଭାଗରେ ଗଣାଯାଇଥାଏ ।

ଇତିହାସ[ସମ୍ପାଦନା]

ପ୍ରାଚୀନ ଭ୍ରମଣ ସାହିତ୍ୟ[ସମ୍ପାଦନା]

ଅତୀତରେ ସେକାଳର କଳିଙ୍ଗର ଅଧିକାଂଶ ଅଧିବାସୀଗଣ ବଣିକ ଥିଲେ । ସାଧବ ପୁଅ ମାନେ ବିଦେଶକୁ ବେପାର ବଣିଜ କରିବା ନିମନ୍ତେ ବିଦେଶ ଯାତ୍ରା କରୁଥିଲେ । ପୁରାତନ ଯୁଗରେ ଲୋକକଥା ଓ ଗୀତିରେ ଏହି ସବୁକୁ ଭିତ୍ତି କରି ଅନେକ ସାହିତ୍ୟ ଗଢ଼ିଉଠିଥିଲା । ସେଥି ମଧ୍ୟରୁ ଖୁଦୁରୁକୁଣୀ ଓଷା, ବୋଇତ ବନ୍ଦାଣ, କୁହୁକ ମଣ୍ଡଳ ଚଢ଼େଇ କଥା, ଚାରି ମହାଜନ ପୁଅ କଥା, ବୋଇତ ବନ୍ଦାଣ କଥା, ଲାବଣ୍ୟବତୀ ବହିତ୍ର ବନ୍ଦାଣ ପ୍ରସଙ୍ଗ, ସାଧବ ପୁଅ କଥା, ଲୁଗା ଓ ଲୁଣ ବ୍ୟବସାୟ କଥା, ତଅପୋଇ ଗୀତ ଆଦିରେ ଓଡ଼ିଆ ଚଳଣିରେ ବିଦେଶ ଯାତ୍ରାର ବର୍ଣ୍ଣନା ରହିଅଛି । ଏହି ସବୁ ରଚନା ପଦ୍ୟ ଭାବରେ ଥିଲା, ତେଣୁ ଓଡ଼ିଆ ଭ୍ରମଣ ସାହିତ୍ୟର ଆରମ୍ଭ ଓଡ଼ିଆ ସଭ୍ୟତା ସହ ସମାନ୍ତରଭାବରେ ହୋଇଥିଲା ।

ସାରଳା ସାହିତ୍ୟଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଅନେକ କାବ୍ୟ କବିତାରେ ଭ୍ରମଣ ସାହିତ୍ୟ ଦେଖିବାକୁ ମିଳିଥିଲେ ହେଁ ଏହା କାବ୍ୟ ରୂପରେ ଥିଲା ।

ସ୍ଵାଧୀନତା ପୂର୍ବବର୍ତ୍ତୀ ଭ୍ରମଣ ସାହିତ୍ୟ[ସମ୍ପାଦନା]

ସ୍ଵାଧୀନତା ଆଗରୁ ରଚିତ ଭ୍ରମଣ ସାହିତ୍ୟ ଉଭୟ ପଦ୍ୟ ଓ ଗଦ୍ୟ ଥିଲା । ପ୍ରାକ ସ୍ଵାଧୀନତା କାଳରେ ଭାରତ ଭିତ୍ତିକ ଭ୍ରମଣ ରଚନା ଭିତରେ ୧୮୬୬ରେ ବାଲେଶ୍ଵରର ସମ୍ବାଦବାହିକା ପତ୍ରିକାରେ ପ୍ରକାଶିତ ଭ୍ରମଣକାରୀଙ୍କ ପତ୍ର ଗଦ୍ୟ ରଚନାରେ ପ୍ରଥମ ଓଡ଼ିଆ କୃତି । ଏହି ପ୍ରବନ୍ଧର ପ୍ରାବନ୍ଧିକଙ୍କ ନାମ ପ୍ରକାଶ କରାଯାଇ ନଥିଲେ ମଧ୍ୟ ସେ ଥିଲେ ରେମୁଣା ଅଞ୍ଚଳର ଲୋକ । ଏହା ପରେ ରାଧାନାଥ ରାୟଙ୍କ ରଚିତ ଜଣେ ନାମହୀନ ଭ୍ରମଣକାରୀର ପତ୍ର, ସଚ୍ଚିଦାନନ୍ଦ ଦେବଙ୍କ ଭ୍ରମଣ ବୃତ୍ତାନ୍ତ, ଶଶିଭୂଷଣ ରାୟଙ୍କ ଦାକ୍ଷିଣାତ୍ୟ ଭ୍ରମଣ, ଫକିରମୋହନଙ୍କ ରଚିତ ୱାଲଟିଅର ଦର୍ଶନ, ଅନନ୍ତ ନାରାୟଣ ସେନଙ୍କ ସେତୁବନ୍ଧ ରାମେଶ୍ଵର, ଚନ୍ଦ୍ରଶେଖର ନନ୍ଦଙ୍କ ଦାର୍ଜିଲିଂ, ଚିନ୍ତାମଣି ଆଚାର୍ଯ୍ୟଙ୍କ ବାରଣାସୀ ଯାତ୍ରା, କୁଳମଣି ଦାସଙ୍କ ହିମାଳୟ ପଥେ, ଆଦି ପ୍ରକାଶିତ ହୋଇଥିଲା ।

ଗୋବିନ୍ଦ ରଥଙ୍କ କଲିକତା ବର୍ଣ୍ଣନା, ମେଳା ଦର୍ଶନ, ଦାମୋଦର ପଟ୍ଟନାୟକଙ୍କ କପିଳାସ କ୍ଷେତ୍ର, ଫକିର ମୋହନ ସେନାପତିଙ୍କ ଉତ୍କଳ ଭ୍ରମଣଂ, ବାସୁଦେବ ସୁଢ଼ଳଦେବଙ୍କ ଚିତ୍ରୋତ୍ପଳା, ନୀଳମଣି ଚାନ୍ଦଙ୍କ କପିଳାସ ଦର୍ଶନ, ବିଶ୍ଵନାଥ ରଥଙ୍କ ମାଲ୍ୟଗିରି, ମୃତ୍ୟୁଞ୍ଜୟ ରଥଙ୍କ ନରାଜ, ରାଧାନାଥ ରାୟଙ୍କ, ଜଣେ ନାମହୀନ ଲେଖକଙ୍କ ରଚିତ ଭ୍ରମଣକାରୀର ପତ୍ର, ଶ୍ୟାମସୁନ୍ଦର ନନ୍ଦଙ୍କ ପାଳ ଲହଡ଼ା, ତାରିଣୀ ଚରଣ ରଥଙ୍କ କୁଲାଡ଼ ଋତୁଚିତ୍ର, ଗୋଦାବରୀଶ ମିଶ୍ରଙ୍କ କୋଣାର୍କ ଦର୍ଶନ, ଶଶିଭୂଷଣ ରାୟଙ୍କ ଉତ୍କଳର ଋତୁଚିତ୍ର, ଉତ୍କଳ ପ୍ରକୃତି, କନିକା ଦର୍ଶନ,ଦାକ୍ଷିଣାତ୍ୟ ଭ୍ରମଣ ଚିନ୍ତାମଣି ମହାନ୍ତିଙ୍କ ଚିଲିକା ଭ୍ରମଣ ଆଦି କୃତି ନାନାଦି ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥିଲା ।

ଏହା ବ୍ୟତୀତ ବିଶ୍ଵନାଥ ରଥ, ମୃତ୍ୟୁଞ୍ଜୟ ରଥ, ମାଗୁଣି ବାରିକ, ଶ୍ରୀଚନ୍ଦନ ଚୂଡ଼ାମଣି ହରିଚନ୍ଦନ ଜଗଦେବ, ଗୋପବନ୍ଧୁ ଦାସ, ତାରିଣୀ ଚରଣ ରଥ, କୃପାସିନ୍ଧୁ ମିଶ୍ର, ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାସ, କୁନ୍ତଳା କୁମାରୀ ସାବତ, ହରିଶ ଚନ୍ଦ୍ର ବଡ଼ାଳ, ମଧୁସୂଦନ ଦାସ, ନବ କିଶୋର ଦାସକୁଞ୍ଜବିହାରୀ ଦାସ ପ୍ରମୁଖ ଅନେକ ଭ୍ରମଣ କାହାଣୀ ରଚି ଯାଇଛନ୍ତି

ଊନବିଂଶ ଶତାବ୍ଦୀ ପରବର୍ତ୍ତୀ ଭ୍ରମଣ ସାହିତ୍ୟ[ସମ୍ପାଦନା]

୧୯ଶ ଶତକର ଅଷ୍ଟମ ଦଶନ୍ଧିରେ ଓଡ଼ିଆ ସାହିତ୍ୟରେ ଗଦ୍ୟ ରୂପରେ ଭ୍ରମଣ ସାହିତ୍ୟ ଆରମ୍ଭ ହେଲା । ସେହି କାଳରେ ଓଡ଼ିଆରେ ଭ୍ରମଣ ସାହିତ୍ୟର ଅଭାବ ଦେଖି ସେକାଳର “ଉତ୍କଳ ପତ୍ରପତ୍ରିକା” ଇଂରେଜ ସରକାରଙ୍କୁ ପ୍ରଶ୍ନ କରିଥିଲେ:

ବଙ୍ଗ ଓ ଉତ୍ତର ପଞ୍ଜାବ ପ୍ରଦେଶର ରେଳ ଇତ୍ୟାଦିଦ୍ଵାରା ପରସ୍ପର ଯିବାଆସିବାଦ୍ଵାରା ସମ୍ବନ୍ଧ ରଖିବା ଯେଉଁ ସବୁ ସୌଗମ୍ୟ ରଖିଅଛନ୍ତି ତାହାର ଷୋଡ଼ଶ ଆଂଶିକ ଏ ଦୁଃଖୀଦେଶ ଓଡ଼ିଶାକୁ ଦେଇଛନ୍ତି

୧୯ଶ ଶତକର ଶେଷ ଦଶନ୍ଧି ବେଳକୁ ଅବସ୍ଥା ବଦଳିଥିଲା । ଶିକ୍ଷାର ପ୍ରସାର, ଡାକ ତାରର ଉନ୍ନତି ଓ ରେଳ ପଥର ବିସ୍ତାର ଭଳି ତିନିଗୋଟି ଅବସ୍ଥାର ଉନ୍ନତି ଦେଖାଦେବାରୁ ଓଡ଼ିଆମାନଙ୍କ ପାଇଁ ଦେଶ ବିଦେଶ ଭ୍ରମଣ ସହଜ ହେଲା । [୧] ଉତ୍କଳ ସାହିତ୍ୟ ପତ୍ରିକା ଦେଶ ବିଦେଶ ଭ୍ରମଣ କରୁଥିବା ଓଡ଼ିଆମାନଙ୍କ ପ୍ରତି ଛବି ବର୍ଣ୍ଣନା କରି ଓଡ଼ିଆ ଭ୍ରମଣ ସାହିତ୍ୟର ଉନ୍ନତି ନିମନ୍ତେ ପ୍ରେରଣା ଦେଇଥିଲେ । ପର୍ଯ୍ୟଟନର ଉପଦେୟତା ଓ ଇତିହାସ ଉପରେ ଲୋକଙ୍କର ମନଯୋଗ ବୃଦ୍ଧି ସକାଶେ ଅନେକ ଲେଖକ ଆଗଭର ହୋଇଥିଲେ । କୃଷ୍ଣପ୍ରସାଦ ଚୌଧୁରୀଙ୍କ ପର୍ଯ୍ୟଟନ, ବିରୂପାକ୍ଷ କରଙ୍କ ପ୍ରାଚୀନ ଉତ୍କଳର ଜୟଯାତ୍ରା, ଚିନ୍ତାମଣି ମହାପାତ୍ରଙ୍କର ସମୁଦ୍ର ଯାତ୍ରା ଆଦି ପ୍ରବନ୍ଧ ଏହି କାଳର ।

ଆଧାର[ସମ୍ପାଦନା]

  1. Das Manmathnath. Economic & Social development of Modern India
୨.ଡ. ବଂଶୀଧର ଚୌଧୁରୀ. ଓଡ଼ିଆ ଭ୍ରମଣ ସାହିତ୍ୟ: ଏକ ବିହଙ୍ଗାବଲୋକନ. ଉନ୍ନୟନୀ (୨୦୦୬) ପୃ. ୫୭-୫୯

ଆହୁରି ଦେଖନ୍ତୁ[ସମ୍ପାଦନା]