Jump to content

ଏହରଲିକିଓସିସ

ଉଇକିପିଡ଼ିଆ‌ରୁ
Ehrlichiosis
Human ehrlichiosis;[] human monocytic ehrlichiosis (HME)
The lone star tick, which is one of three ticks that can spread Ehrlichiosis. It is characterized by the white dot on its back.[]
ବିଭାଗInfectious disease
ଲକ୍ଷଣFever, headache, tiredness[]
ଆକ୍ରାନ୍ତ ସମୟ5 to 14 days after exposure[]
କାରଣEhrlichia, Anaplasma[][]
ରୋଗ ନିର୍ଣ୍ଣୟ ପଦ୍ଧତିPCR, serology testing[]
ସଠିକ ରୋଗ ନିର୍ଣ୍ଣୟRocky Mountain spotted fever, mononucleosis, dengue, malaria, lupus, Kawasaki disease[]
ପ୍ରତିକାରAvoiding ticks[]
ଚିକିତ୍ସାDoxycycline[]
Prognosis1% risk of death[]
ପୁନଃପୌନିକ3.2 per million year (USA)[]
Patient UKEhrlichiosis

ଏହରଲିକିଓସିସ (ଇଂରାଜୀ ଭାଷାରେ Ehrlichiosis) ହେଉଛି ଏହରଲିକିଆ ପ୍ରକାରର ଜୀବାଣୁ ଦ୍ୱାରା ହେଉଥିବା ଏକ ଟିଙ୍କ-ବାହିତ ସଂକ୍ରମଣ ।[] ସାଧାରଣ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା ଏବଂ କ୍ଳାନ୍ତି ଅନ୍ତର୍ଭୁକ୍ତ ।[] ଅଧାରୁ ଅଧିକ ପିଲାଙ୍କଠାରେ ରାସ ଦେଖାଯାଏ, କିନ୍ତୁ ଏହା ଏକ ତୃତୀୟାଂଶରୁ କମ୍ ବୟସ୍କଙ୍କଠାରେ ରହିଥାଏ ।[] ସାଧାରଣତଃ ସଂସ୍ପର୍ଶରେ ଆସିବାର ୫ରୁ ୧୪ ଦିନ ପରେ ଏହି ରୋଗ ଆରମ୍ଭ ହୁଏ ।[] ଜଟିଳତା ମଧ୍ୟରେ ମେନିଞ୍ଜାଇଟିସ୍, ଶ୍ୱାସକ୍ରିୟା ବିଫଳତା, ବୃକ୍‌କ ବିଫଳତା, କିମ୍ବା ଯକୃତ ବିଫଳତା ହୋଇପାରେ ।[]

ଏହି ରୋଗ ମୁଖ୍ୟତଃ ଦୁଇ ପ୍ରକାରର ଟିଙ୍କ ଦ୍ୱାରା ବ୍ୟାପିଥାଏ: ଲୋନ ଷ୍ଟାର ଏବଂ ବ୍ଲାକଲେଗ୍ଡ ଟିଙ୍କ (lone star and blacklegged ticks) । [] ତଥାପି, ଏହା ରକ୍ତଦାନ କାରଣରୁ କ୍ୱଚିତ୍ ହୋଇପାରେ। [] ଗୁରୁତର ରୋଗର ବିପଦ ମଧ୍ୟରେ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଏବଂ ବୟସ ବୃଦ୍ଧି ଅନ୍ତର୍ଭୁକ୍ତ ।[] ପିସିଆର (PCR) କିମ୍ବା ସେରୋଲୋଜି ପରୀକ୍ଷା ଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥିତ ହୋଇପାରେ ।[]

ସମସ୍ତ ବୟସର ଲୋକଙ୍କ ପାଇଁ ସାଧାରଣତଃ ଡକ୍ସିସାଇକ୍ଲିନ୍ ଦେଇ ଚିକିତ୍ସା କରାଯାଏ ।[] ରୋଗ ନିର୍ଣ୍ଣୟ ସନ୍ଦେହ ହେଲେ ଏହା ଦିଆଯିବା ଉଚିତ, କିନ୍ତୁ ଟିକ୍ କାମୁଡ଼ିବା ପରେ ରୋଗ ପ୍ରତିଷେଧ ପାଇଁ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ ।[] ଚିକିତ୍ସା ଦ୍ଵାରା ଅଧିକାଂଶ ଲୋକଙ୍କର ୪୮ ଘଣ୍ଟା ମଧ୍ୟରେ ଉନ୍ନତି ହୁଏ ଏବଂ ପ୍ରତିରୋଧ ହେଉଥିବା ଦେଖାଯାଇ ନାହିଁ ।[] ଗୋଟିଏ ପ୍ରକାର ଇଚାଫେନସିସ

(E. chaffeensis) ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ଅଧା କ୍ଷେତ୍ରରେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ଥିଲା । [] ପ୍ରାୟ ୧% ପ୍ରଭାବିତ ଲୋକଙ୍କର ମୃତ୍ୟୁ ହୁଏ ।[]

ଆମେରିକାରେ ପ୍ରତି ବର୍ଷ ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ପ୍ରାୟ ୩.୨ରୁ ଅଧିକ ଲୋକଙ୍କୁ ଏହରଲିକିଓସିସ ପ୍ରଭାବିତ କରେ (ପ୍ରାୟ ୨୦୦୦) । [] [] ଲାଇମ୍ ପରେ ଏହା ଦ୍ୱିତୀୟ ସବୁଠାରୁ ସାଧାରଣ ଟିଙ୍କ-ବାହିତ ସଂକ୍ରମଣ ।[] ଏହା ମୁଖ୍ୟତଃ ମଧ୍ୟ-ପଶ୍ଚିମ ଏବଂ ପୂର୍ବ ଯୁକ୍ତରାଷ୍ଟ୍ରରେ ଗ୍ରୀଷ୍ମ ଋତୁରେ ଘଟିଥାଏ ।[] ପୁରୁଷମାନେ ମହିଳାମାନଙ୍କ ତୁଳନାରେ ଅଧିକ ପ୍ରଭାବିତ ହୁଅନ୍ତି ।[] ଏହି ରୋଗ ପ୍ରଥମେ ୧୯୮୬ ମସିହାରେ ଚିହ୍ନଟ ହୋଇଥିଲା ।[] ଜଳବାୟୁ ପରିବର୍ତ୍ତନର ପରିଣାମ ସ୍ୱରୂପ ଏହା ଅଧିକ ସାଧାରଣ ରୋଗ ହୋଇଗଲାଣି ।[]

  1. "Ehrlichiosis (Concept Id: C0085399) - MedGen - NCBI". www.ncbi.nlm.nih.gov (in ଇଂରାଜୀ). Retrieved 2 January 2025.
  2. CDC (2019-01-17). "Ehrlichiosis home | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). Archived from the original on 2021-11-01. Retrieved 2021-11-03.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Clinical Signs and Symptoms of Ehrlichiosis". Ehrlichiosis (in ଆମେରିକୀୟ ଇଂରାଜୀ). 20 May 2024. Archived from the original on 18 December 2024. Retrieved 27 January 2025.
  4. ୪.୦ ୪.୧ ୪.୨ ୪.୩ ୪.୪ "Clinical Overview of Ehrlichiosis". Ehrlichiosis (in ଆମେରିକୀୟ ଇଂରାଜୀ). 20 May 2024. Archived from the original on 16 December 2024. Retrieved 27 January 2025.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ Snowden, Jessica; Simonsen, Kari A. (2025). "Ehrlichiosis". StatPearls. StatPearls Publishing. PMID 28722995. Archived from the original on 2024-11-20. Retrieved 2025-01-09.
  6. ୬.୦ ୬.୧ "Clinical Testing and Diagnosis for Ehrlichiosis". Ehrlichiosis (in ଆମେରିକୀୟ ଇଂରାଜୀ). 20 May 2024. Archived from the original on 13 December 2024. Retrieved 27 January 2025.
  7. ୭.୦ ୭.୧ ୭.୨ ୭.୩ "Clinical Care of Ehrlichiosis". Ehrlichiosis (in ଆମେରିକୀୟ ଇଂରାଜୀ). 20 May 2024. Archived from the original on 13 December 2024. Retrieved 27 January 2025.
  8. ୮.୦ ୮.୧ ୮.୨ ୮.୩ "Ehrlichiosis Epidemiology and Statistics". Ehrlichiosis (in ଆମେରିକୀୟ ଇଂରାଜୀ). 30 May 2024. Retrieved 27 January 2025.