Jump to content

ଏସ୍. ଆର୍. ସିଂହରାଭେଲୁ

ଉଇକିପିଡ଼ିଆ‌ରୁ


ଏସ୍. ଆର୍. ସିଂହରାଭେଲୁ (ଜନ୍ମ: ୩ ଆଗଷ୍ଟ, ୧୯୪୭) ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ମାଡ୍ରାସ ଉଚ୍ଚ ନ୍ୟୟାଳୟର ପ୍ରାକ୍ତନ ବିଚାରପତି ।[][]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ସିଂହରାଭେଲୁ ୩ ଆଗଷ୍ଟ, ୧୯୪୭ ଦିନ ତାମିଳନାଡୁଥାଞ୍ଜାବର ଜିଲ୍ଲା ଅନ୍ତର୍ଗତ ସାରନାଥନ୍ ଗ୍ରାମରେ ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାରମ୍ଭିକ ଶିକ୍ଷା ଗ୍ରାମରେ ହିଁ ନେଇଥିଲେ । ୧୦ ବର୍ଷ ବୟସରେ କୁମ୍ବକୋନମ୍ ନଗରକୁ ଚାଲିଆସି, ଏହି ସହରର ଲିଟିଲ୍‌ ଫ୍ଲାୱର୍ ହାଇ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ । ତାପରେ ସରକାରୀ ଆର୍ଟସ୍ କଲେଜ୍‌, କୁମ୍ବକୋନମରେ ସ୍ନାତକ (B.Sc.) ଶିକ୍ଷା ସମାପ୍ତ କରି ମାଡ୍ରାସର ଲ’ କଲେଜରେ ପଢି S.I. ଡିଗ୍ରୀ ଲାଭ କରିଥିଲେ, ଏବଂ ୨୨ ବର୍ଷ ବୟସରେ ଏକ ଆଇନଜୀବୀ ଭାବେ ୧୩.୮.୧୯୬୯ ରେ ନାମ ଲେଖାଇଥିଲେ ।

୨୯.୬.୧୯୭୪ ରେ ନ୍ୟାୟିକ ସେବାରେ ଯୋଗ ଦେଇ ଜିଲ୍ଲା ମୁନସିଫ୍‌ ଭାବେ ନିଯୁକ୍ତ ହୋଇଥିଲେ । ୧୯୮୨ ରେ ସବ୍-ଜଜ୍ ପଦବୀକୁ ପଦୋନ୍ନତି ପାଇଥିଲେ, ଏବଂ ଡାଲେ ଏବଂ କୋଇମ୍ବାଟୋର ଜିଲ୍ଲାର ମୁଖ୍ୟ ନ୍ୟାୟିକ ବିଚାରପତି ଭାବେ ଦାୟିତ୍ୱ ବହନ କରିଥିଲେ ।

ପରେ ୧୯୯୫ ରେ ଜିଲ୍ଲା ଓ ଦୌରା ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ନ୍ୟାୟିକ ସେବା ଅବଧିରେ ସେ ସ୍ଵତନ୍ତ୍ର ବିଚାରପତି, ନାର୍କୋଟିକ୍ ଜଜ୍‌ ଆଦି ଭାବେ ଏବଂ ପ୍ରିନସିପାଲ ଜିଲ୍ଲା ଜଜ, କୁଡ୍ଡାଲୋର୍, ଇଣ୍ଡସ୍ଟ୍ରିଆଲ୍ ଡିସପ୍ୟୁଟ୍‌ ଆକ୍ଟ୍‌ ଅନୁସାରେ ପ୍ରେସାଇଡିଂ ଅଫିସର ଏବଂ ସ୍ମଲ କଜ୍‌ ଅଦାଲତ, ଚେନ୍ନାଇର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।

୩.୪.୨୦୦୩ ରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦୋନ୍ନତି ଲାଭ କରିଥିଲେ ।[]

ମାଦ୍ରାସ ଏବଂ ମଦୁରାଇ ବେଞ୍ଚରେ ସେବା କରି ପରବର୍ତ୍ତୀ ସମୟରେ ବଦଳି ହୋଇ, ୨୬.୩.୨୦୦୮ ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।[] ଅବସର ପରେ ସେ ଧରମପୁରି ଜିଲ୍ଲାର ଏକ ଦଳିତ ଯୁବକର କଥିତ ହତ୍ୟା ଘଟଣାର ତଦନ୍ତକାରୀ କମିଶନ ଭାବେ ନିଯୁକ୍ତ ହୋଇଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-27.
  2. "Justice S R Singharavelu | City Union Bank | India". OMICS International (in ଇଂରାଜୀ). Retrieved 2025-01-27.[permanent dead link]
  3. "Justice S.R. Singaravelu, Madras High Court Judge (second right), presenting the Sabha Bhushan Award to... | The Hindu Images". thehinduimages.com. Retrieved 2025-01-27.
  4. Service, Express News (2013-08-03). "Order posting Singaravelu as probe panel head challenged". The New Indian Express (in ଇଂରାଜୀ). Retrieved 2025-01-27.