ଏସୋଫେଜିଆଲ ଗ୍ରାସନଳୀ ବେଲୁନ ଟାମ୍ପୋନେଡ
| Esophageal balloon tamponade | |
|---|---|
| ହସ୍ତକ୍ଷେପ | |
Drawing of using the Blakemore tube. There is a manometer connected to the esophageal port, to enable inflating the balloon with correct pressure. |
ଏସୋଫେଜିଆଲ ଗ୍ରାସନଳୀ ବେଲୁନ ଟାମ୍ପୋନେଡ କହିଲେ ଗ୍ରାସନଳୀ ଏବଂ ପାକସ୍ଥଳୀରେ ବେଲୁନ୍ ଟାମ୍ପୋନେଡ ବ୍ୟବହାରକୁ ବୁଝାଏ ।[୧] ଗ୍ରାସନଳୀ ଶିରା କିମ୍ବା ପାକସ୍ଥଳୀ ସ୍ଫିତରକ୍ତ ନଳୀରୁ ରକ୍ତସ୍ରାବର ଚିକିତ୍ସା ପାଇଁ ଏହା ସାଧାରଣତ ବ୍ୟବହାର କରାଯାଏ ଯେତେବେଳେ ଅନ୍ୟ ପଦକ୍ଷେପ ଉପଲବ୍ଧ ନଥାଏ କିମ୍ବା ସଫଳ ହୁଏ ନାହିଁ ।| [୧]
ଭାରିସେସରୁ ରକ୍ତସ୍ରାବର ସବୁଠାରୁ ସାଧାରଣ କାରଣ ହେଉଛି ସିରୋସିସ ।[୧] ଏହି ଉପକରଣଗୁଡ଼ିକ ସାଧାରଣତଃ ସେହି ଲୋକମାନଙ୍କରେ ବ୍ୟବହୃତ ହୁଏ ଯେଉଁମାନଙ୍କର ରକ୍ତ ଚଳପ୍ରଚଳଅସ୍ଥିର ଅଟେ ।[୧] ସ୍ଥାନିତ ପାଇଁ ପ୍ରତିବନ୍ଧକଗୁଡିକ ମଧ୍ୟରେ ଏସୋଫେଗସ ଅସ୍ତ୍ରୋପଚାର କିମ୍ବା ଅବରୋଧ ଥିଲେ ଏହା ଦିଆଯାଏ ନାହିଁ । [୧]
ପ୍ରସ୍ତୁତିରେ ଇନଟ୍ୟୁବେସମ ଓ ପରେ ବ୍ୟକ୍ତିଙ୍କ ପିଠି ୪୫ ଡିଗ୍ରୀରେ କୋଣରେ ରଖାଯାଏ ।[୧] ଉପକରଣରେ ଛିଦ୍ର ଅଛି କି ନାହିଁ ନିଶ୍ଚିତ କରିବାକୁ ଯାଞ୍ଚ କରାଯାଏ ।[୧] ଏହା ପାଟି ଭିତର ଦେଇ ଦେଇ ରଖିବା ପରେ ପେଟର ବେଲୁନରେ ୫୦ ମିଲି ମିଟର ବାୟୁ ମିଶାଯାଏ ।[୧] ଯାଞ୍ଚ କରିବା ପାଇଁ ଏକ ଏକ୍ସ-ରେ କରାଯାଏ ଏବଂ ଥରେ ନିଶ୍ଚିତ ହେବା ପରେ ଅଧିକ ବାୟୁ ଯୋଗ କରାଯାଏ ।[୧] ଏହା ପରେ ଆକର୍ଷଣ କରାଯାଏ ।[୧] ଏହା ପରେ ରକ୍ତସ୍ରାବ ଯାଞ୍ଚ କରାଯାଏ, ଏବଂ ଯଦି ଉପସ୍ଥିତ ଥାଏ ତେବେ ଏସୋଫେଗସ ବେଲୁନକୁ ମାନୋମିଟର ବ୍ୟବହାର କରି ଫୁଲା ଯାଇପାରେ ।[୧]
ସ୍ଥାନିତ ହେବା ପରେ, ଅଧିକ ଚିକିତ୍ସା ଆବଶ୍ୟକ | [୧] ଜଟିଳତା ମଧ୍ୟରେ ବାୟୁପଥ ଅବରୋଧ, ଏସୋଫେଗସ ଫାଟିବା ଏବଂ ଆସ୍ପିରେସନ ନିମୋନିଆ ହୋଇପାରେ ।[୧] ଏହି ପ୍ରଣାଳୀ କ୍ୱଚିତ୍ କରାଯାଇଥାଏ ।[୧] ବିକଶିତ ହୋଇଥିବା ପ୍ରଥମ ଉପକରଣ ୧୯୫୦ ଦଶକରେ ସେଙ୍ଗଷ୍ଟାକେନ୍-ବ୍ଲାକେମୋର ନଳୀ ଥିଲା ।[୧] ଉପକରଣର ଅନ୍ୟ ସଂସ୍କରଣରେ ମିନେସୋଟା ଟ୍ୟୁବ୍ ଏବଂ ଲିଣ୍ଟନ୍ ଟ୍ୟୁବ୍ ଅନ୍ତର୍ଭୁକ୍ତ ।[୧] [୨]