Jump to content

ଏଲିସ୍‌ ମୁନ୍‌ରୋ

ଉଇକିପିଡ଼ିଆ‌ରୁ
ଏଲିସ୍‌ ମୁନ୍‌ରୋ

୨୦୦୬ ମସିହାରେ ଏଲିସ୍‌ ମୁନ୍‌ରୋ
୨୦୦୬ ମସିହାରେ ଏଲିସ୍‌ ମୁନ୍‌ରୋ
ଜନ୍ମ ଓ ଜନ୍ମସ୍ଥାନଏଲିସ୍‌ ଆନ୍‌ ଲାଇଡ୍‌ଲା
(1931-07-10)୧୦ ଜୁଲାଇ ୧୯୩୧
Wingham, Ontario, Canada
ମୃତ୍ୟୁ୧୩ ମଇ ୨୦୨୪(2024-05-13) (ବୟସ ୯୨)
Port Hope, Ontario, କାନାଡ଼ା
ବୃତ୍ତିକ୍ଷୁଦ୍ର ଗଳ୍ପ ଲେଖିକା
ଭାଷାଇଁରାଜୀ
ଶିକ୍ଷାUniversity of Western Ontario
ଶୈଳୀ
ପୁରସ୍କାର
ଜୀବନସାଥୀJames Munro(1951-|1972),

(ବିବାହ ବିଛେଦ)

Gerald Fremlin (1976-2013)
ସନ୍ତାନ

ଏଲିସ୍‌ ଅନ ମୁନ୍‌ରୋ (୧୦ ଜୁଲାଇ ୧୯୩୧- ୧୩ ମଇ ୨୦୨୪) ନୋବେଲ ପୁରସ୍କାର (୨୦୧୩) ଦ୍ଵାରା ସମ୍ମାନିତ କାନାଡିଆନ୍ ଲେଖିକା । ମୁନରୋଙ୍କ ଅଧିକାଂଶ କାହାଣୀଗୁଡ଼ିକରେ ତାଙ୍କ ଜନ୍ମସ୍ଥାନ ଦକ୍ଷିଣ-ପଶ୍ଚିମ ଓଣ୍ଟାରିଓରେ ଅବସ୍ଥିତ ହ୍ୟୁରନ୍ କାଉଣ୍ଟିର ବର୍ଣ୍ଣନା ଦେଖିବାକୁ ମିଳେ । ତାଙ୍କ ଗଳ୍ପଗୁଡ଼ିକ ବିଶେଷତା ଏହି ଯେ ସେଠାରେ ମାନବ ଜୀବନର ସଂଘର୍ଷ ଓ ଜଟିଳତାକୁ ସରଳ କିନ୍ତୁ ଖୁବ ସୁନ୍ଦର ଶୈଳୀରେ ଉପସ୍ଥାପନା କରାଯାଇଛି । ୨୦୦୯ରେ ସେ ତାଙ୍କ ଜୀବନବ୍ୟାପୀ କାର୍ଯ୍ୟ ପାଇଁ ମ୍ୟାନ୍ ବୁକର୍ ଇଣ୍ଟରନ୍ୟାସନାଲ୍ ପୁରସ୍କାର ପାଇଥିଲେ । ଏହାସହ ସେ ତିନି-ଥର କାନାଡାର ଗଭର୍ନର ଜେନେରାଲ୍ ପୁରସ୍କାର ବିଜେତା ଥିଲେ ଏବଂ ୧୯୯୬ରେ ରାଇଟର୍ସ’ ଟ୍ରଷ୍ଟ୍ ଅଫ୍ କାନାଡାର ମାରିଆନ୍ ଏଙ୍ଗେଲ୍ ପୁରସ୍କାର ଏବଂ ୨୦୦୪ରେ ରନୱେ ଲେଖା ପାଇଁ ରଜର୍ସ୍ ରାଇଟର୍ସ୍ ଟ୍ରଷ୍ଟ୍ ଫିକ୍ସନ୍ ପୁରସ୍କାର ଲାଭ କରିଥିଲେ ।[]

ଜୀବନ ପରିଚୟ

[ସମ୍ପାଦନା]

ଏଲିସ୍ ମୁନ୍ରୋଙ୍କ ପିତା ରବର୍ଟ ଏରିକ୍ ଲ୍ୟାଡ଼ଲ ଜଣେ କୃଷକ ଥିଲେ ଏବଂ ତାଙ୍କର ମା' ଏନ୍ କ୍ଲାର୍କ୍ ଲ୍ୟାଡ଼ଲ (ଜନ୍ମନାମ ଚମନି), ଜଣେ ଅଧ୍ୟାପିକା ଥିଲେ । ମୁନ୍‌ର କିଶୋରାବସ୍ଥାରୁ ଲେଖିବା ଆରମ୍ଭ କରିଥିଲେ। ୱେଷ୍ଟର୍ନ ଓଣ୍ଟାରିଓ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭାବରେ ୧୯୫୦ ମସିହାରେ ତାଙ୍କର ପ୍ରଥମ କାହାଣୀ "ଦ ଡାଇମେନ୍‌ସନ୍‌ସ ଅଫ୍ ଏ ଶ୍ୟାଡୋ" ପ୍ରକାଶିତ ହୋଇଥିଲା ।

ମୁନ୍‌ରୋ ୧୯୫୧ ମସିହାରେ ଜେମ୍ସ୍ ମୁନ୍‌ରୋଙ୍କୁ ବିବାହ କଲେ ଏବଂ ତାଙ୍କର ତିନୋଟି କନ୍ୟା - ଶିଲା (୧୯୫୩), କ୍ୟାଥରିନ୍ (୧୯୫୫) ଏବଂ ଜେନି (୧୯୫୭) ଜନ୍ମଗ୍ରହଣ କଲେ । ତେବେ ଦ୍ୱିତୀୟ କନ୍ୟା କ୍ୟାଥରିନ୍ ଜନ୍ମ ପରେ ୧୫ ଘଣ୍ଟାରେ ମୃତ୍ୟୁବରଣ କଲେ । ୧୯୬୩ ମସିହାରେ, ମୁନ୍‌ରୋ ପରିବାର ଭିକ୍ଟୋରିଆକୁ ଯାଇଥିଲେ । ସେଠି ସେମାନେ "ମୁନ୍ରୋଜ୍ ବୁକ୍ସ" ନାମକ ପ୍ରସିଦ୍ଧ ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲିଥିଲେ ଯାହା ଆଜିପର୍ଯ୍ୟନ୍ତ ଚାଲିଛି । ୧୯୬୬ ମସିହାରେ ତାଙ୍କର ଚତୁର୍ଥ ପୁତ୍ରୀ ଆଣ୍ଡ୍ରିଆ ଜନ୍ମଗ୍ରହଣ କଲେ । ୧୯୭୨ରେ ଏଲିସ ଏବଂ ଜେମ୍ସଙ୍କ ବିବାହ ବିଛେଦ ହେଲା । ପରେ, ସେ ୱେଷ୍ଟର୍ନ ଓଣ୍ଟାରିଓ ବିଶ୍ୱବିଦ୍ୟାଳୟରେ ଗୃହ-ଲେଖିକା ଭାବେ ଯୋଗଦେଲେ । ୧୯୭୬ ରେ ସେ ଭୂଗୋଳବେତ୍ତା ଜେରାଲ୍ଡ୍ ଫ୍ରେମଲିନ୍ ସହ ବିବାହ କଲେ । ଏପ୍ରିଲ୍ ୨୦୧୩ରେ ଫ୍ରେମଲିନ୍‌ଙ୍କ ମୃତ୍ୟୁ ଘଟିଲା । ୧୯୮୦ରେ ସେ ବ୍ରିଟିଶ୍ କୋଲମ୍ବିଆ ବିଶ୍ୱବିଦ୍ୟାଳୟ ଏବଂ କ୍ଵିନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରେ ଅତିଥି ଲେଖିକା ରହିଥିଲେ । ୨୦୨୪ରେ ୯୨ ବର୍ଷ ବୟସରେ ଅଣ୍ଟାରିଓସ୍ଥିତ ବାସଭବନରେ ତାଙ୍କରି ମୃତ୍ୟୁ ହୋଇଥିଲା ।[]

ସାହିତ୍ୟ ସୃଜନ

[ସମ୍ପାଦନା]

ମୁନ୍‌ରୋ କିଶୋରାବସ୍ଥାରୁ ଲେଖିବା ଆରମ୍ଭ କରିଥିଲେ । ୧୯୫୧ରେ "ଦ ଡାଇମେନ୍ସନ୍ସ ଅଫ୍ ଏ ଶେଡୋ" ତାଙ୍କର ପ୍ରଥମ କାହାଣୀ ଥିଲା । ୧୯୬୮ରେ ତାଙ୍କ ପ୍ରଥମ କାହାଣୀ ସଂଗ୍ରହ "ଡାନ୍ସ ଅଫ୍ ଦ ହ୍ୟାପି ଷେଡ୍ସ" ପ୍ରକାଶିତ ହୋଇଥିଲା ଏବଂ ଏହା ଅତି ଲୋକପ୍ରିୟ ହୋଇଥିଲା । ଏହି ପ୍ରକାଶନ ପାଇଁ ସେ କାନାଡାର ସର୍ବୋଚ୍ଚ ସାହିତ୍ୟ ସମ୍ମାନ "ଗଭର୍ନର ଜେନେରାଲ୍ ଆୱାର୍ଡ" ପାଇଥିଲେ ।[] ୧୯୭୧ରେ "ଲାଇଫ୍ ଅଫ୍ ଗର୍ଲ୍ସ ଏଣ୍ଡ୍ ୱୁମେନ୍" ଏବଂ ୧୯୭୮ରେ Who Do You Think You Are? ("ହୁ ଡୁ ୟୁ ଥିଂକ୍ ୟୁ ଆର୍") ପ୍ରକାଶିତ ହୋଇଥିଲା ।[] ୧୯୮୦ ଏବଂ ୧୯୯୦ ଦଶକରେ ତାଙ୍କ କାହାଣୀ ସଂଗ୍ରହ ପ୍ରତ୍ୟେକ ଚାରି ବର୍ଷରେ ଏକ ଥର ପ୍ରକାଶିତ ହୋଇଥିଲା ।

ତାଙ୍କରି ଲିଖିତ କିଛି କ୍ଷୁଦ୍ର ଗଳ୍ପ ସଂକଳନ ହେଉଛି:

  • Dance of the Happy Shades (1968)[]
  • Lives of Girls and Women (1971)[]
  • Something I've Been Meaning to Tell You (1974)
  • Who Do You Think You Are? (1978)[]
  • The Moons of Jupiter (1982)
  • The Progress of Love (1986)
  • Friend of My Youth (1990)
  • Open Secrets (1994)
  • The Love of a Good Woman (1998)
  • Hateship, Friendship, Courtship, Loveship, Marriage (2001)[]
  • Runaway (2004)
  • The View from Castle Rock (2006)[]
  • Too Much Happiness (2009)[]
  • Dear Life (2012)

ପୁରସ୍କାର/ସମ୍ମାନ

[ସମ୍ପାଦନା]
  • ୧୯୬୮:"ଗଭର୍ନର ଜେନେରାଲ୍ ଲିଟେରାରି ଆୱାର୍ଡ" - କାଳ୍ପନିକ ଉପନ୍ୟାସ "ଡାନ୍ସ ଅଫ୍ ଦ ହ୍ୟାପି ଷେଡ଼୍‌ସ" ପାଇଁ ।[୧୦]
  • ୨୦୦୯: "ମ୍ୟାନ୍ ବୁକର୍ ପୁରସ୍କାର" - ସମଗ୍ର କାର୍ଯ୍ୟ ପାଇଁ।
  • ୨୦୧୩: "ସାହିତ୍ୟରେ ନୋବେଲ ପୁରସ୍କାର" - "ମାସ୍ଟର୍ ଅଫ୍ ଦ କନ୍ଟେମ୍ପୋରେରୀ ଷ୍ଟୋରୀ" ପାଇଁ ।[୧୧]
  1. "CHHUTIDINA Page: 5". Online Odia ePaper | Today Newspaper | Latest news from Odisha, India and world. Retrieved 2025-03-05.
  2. Specter, Emma (2024-05-14). "Nobel Prize-Winning Author Alice Munro Has Died at 92". Vogue (in ଆମେରିକୀୟ ଇଂରାଜୀ). Retrieved 2025-03-06.
  3. "Winners". web.archive.org. 2013-10-14. Archived from the original on 2013-10-14. Retrieved 2025-03-06.
  4. "Winners". web.archive.org. 2013-10-14. Archived from the original on 2013-10-14. Retrieved 2025-03-06.
  5. "Vancouver Book Fair – Fair Past Exhibitors". Archived from the original on 13 December 2013. Retrieved 10 December 2013.
  6. ୬.୦ ୬.୧ Besner, Neil K., "Introducing Alice Munro's Lives of Girls and Women: A Reader's Guide" (Toronto: ECW Press), 1990
  7. "Books by Alice Munro – Alice Munro Festival of the Short Story" (in ଆମେରିକୀୟ ଇଂରାଜୀ). Archived from the original on 7 December 2022.
  8. Review: The View From Castle Rock. International Herald Tribune (13 December 2006) Archived 27 June 2008 at the Wayback Machine.
  9. Books: Too Much Happiness by Alice Munro Archived 15 May 2024 at the Wayback Machine. at McClelland and Stewart.
  10. "Fiction - 1968". GG AWARDS - Celebrating Canada's Oldest Literary Award (in ଆମେରିକୀୟ ଇଂରାଜୀ). Retrieved 2025-03-06.
  11. Brumfield, Joe Sterling,Ben (2013-10-10). "Canada's Alice Munro, 'master' of short stories, wins Nobel Prize in literature". CNN (in ଇଂରାଜୀ). Retrieved 2025-03-06.{{cite web}}: CS1 maint: multiple names: authors list (link)