Jump to content

ଏଲମ ଏନ୍ଦିରା ଦେବୀ

ଉଇକିପିଡ଼ିଆ‌ରୁ
(ଏଲମ ଇନ୍ଦିରା ଦେବୀରୁ ଲେଉଟି ଆସିଛି)
ଏଲମ ଏନ୍ଦିରା ଦେବୀ‌
ଜନ୍ମ୧ ସେପ୍ଟେମ୍ବର ୧୯୫୪
ପେଷାଶାସ୍ତ୍ରୀୟ ନର୍ତ୍ତକୀ
ଜୀବନସାଥୀହାଓବମ ମଣିଗୋପାଲ ସିଂହ
Children୨ ଝିଅ ଓ ତିନି ପୁଅ
Parent(s)ଏଲାମ ବିଧୁମଣି ସିଂହ
ଏଲାମ ରୋଜୋମଣୀ ଦେବୀ
ପୁରସ୍କାରପଦ୍ମଶ୍ରୀ

ଏଲମ ଏନ୍ଦିରା ଦେବୀ‌ (ଇଂରାଜୀ ଭାଷାରେ Elam Endira Devi) ଜଣେ ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକୀ ଓ ଶିକ୍ଷୟିତ୍ରୀ ଯିଏ ମଣିପୁରୀ ଶାସ୍ତ୍ରୀୟ ନୃତ୍ୟରେ ବିଶାରଦ ଅଛନ୍ତି ବିଶେଷତଃ 'ଲାଇ ହରାଓବା' ଓ 'ରାସ' ନୃତ୍ୟରେ ।[୧] ସନ ୨୦୧୪ରେ ଏନ୍ଦିରାଙ୍କର କଳା ଓ ସଂସ୍କୃତିରେ ଅବଦାନ ଯୋଗୁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ସମ୍ମାନିତ କରିଥିଲେ । [୨]

ଜୀବନୀ

[ସମ୍ପାଦନା]
ଲାଇ ହରାଓବା.

ମଣିପୁର ପ୍ରଦେଶର ଇମ୍ପାଲରେ ଥିବା ଖ୍ୱାଇ ନ‌ଗମ୍ପାଲ ସୁଙ୍ଗଜୁବୁଙ୍ଗ ଲେଇରକ ନାମକ ସ୍ଥାନରେ ଏଲମ ବିଧୁମଣି ସିଂହ ଓ ଏଲମ ରୋଜୋମଣି ଦେବୀଙ୍କର ଔରଷରୁ ଏଲମ ଏନ୍ଦିରା ଦେବୀଙ୍କର ଜନ୍ମଗ୍ରହଣ କରିଥିଲେ । ମାତ୍ର ୮ ବର୍ଷ ବୟସରୁ ଗୁରୁ ଲୌରେମ୍ବମ ଅମୁୟାଇମା ସିଂହ ତ‌ତ୍ତ୍ୱାବଧାନରେ ସେ ମଣିପୁରୀ ନୃତ୍ୟ ଶିଖିବାକୁ ଆରମ୍ଭ କରିଥିଲେ ।[୩] ପରେ ସେ ଆର.କେ.ଅକେସନ, ପଦ୍ମଶ୍ରୀ ମଇସ୍ନମ ଅମ୍ବୁଇ ସିଂହ, [୪] ଥିଙ୍ଗବାଜମ ବାବୁ ସିଂହ (Thingbaijam Babu Singh) ଓ ଥିୟମ ତରୁନ‌କୁମାର ସିଂହ ଭଳି ଶିକ୍ଷକମାନଙ୍କଠାରୁ ସେ ଶିକ୍ଷା ଲାଭ କରିଥିଲେ । ଏହା ପରେ ସେ ମଣିପୁର ନୃତ୍ୟ ଏକାଡେମୀରେ ଆର.କେ. ପ୍ରିୟଗୋପାଲ ସନ, ୟୁମଶାନବି ମାଇବି, ଥମ୍ବଲଙ୍ଗୌ, ଏଞ୍ଜି କୁମାର ମାଇବି ଓ ହାଓବମ ଗାନବି ଭଳି ଗୁରୁଙ୍କଠାରୁ ଶିକ୍ଷା କରିବାର ସୌଭାଗ୍ୟ ଲାଭ କରିଥିଲେ । ସନ ୧୯୬୭ରେ 'ନିତ୍ୟ ଚର୍ଯ୍ୟା' ନାମକ ଏକ ଡିପ୍ଲୋମା ପାଠ୍ୟକ୍ରମ ପାସ କରିଥିଲେ ।[୩]

ଏକାଧାରରେ ଇନ୍ଦିରା ତାଙ୍କର ଶିକ୍ଷା ଜାରି ରଖି ବି.ଏ. ଡିଗ୍ରୀ ହାସଲ କରିଥିଲେ । ସନ ୧୯୭୯ରେ ଗୁୱାହାଟି ବିଶ୍ୱବିଦ୍ୟାଳୟରୁ (Guwahati University) ସେ ମଣିପୁରି ସଂସ୍କୃତି ଓ ସାହିତ୍ୟରେ ଏମ.ଏ. ଡିଗ୍ରୀ ହାସଲ କରିଥିଲେ । ଇତି ମଧ୍ୟରେ ସେ ନୃତ୍ୟ ଅଧ୍ୟୟନ ଜାରି ରଖିଥିଲେ ଓ ଭାରତ ସରକାରର ମିନିସ୍ଟ୍ରି ଅଫ କଲଚର ତରଫରୁ 'ଯୁବ କଳାକାର ସ୍କଲାରସିପ' ପାଇ ସନ ୧୯୭୯ରେ 'ରାସ' ଓ ୧୯୮୪ରେ 'ଲାଇ ହରଓବା' (Lai haraoba) ପାଠ୍ୟକ୍ରମରେ ସ୍ନତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।[୧][୩][୫]

ସନ ୧୯୭୨ରେ ସେ ମେଇତେଇ (Meitei) ଭାଷାରେ ନିର୍ମିତ 'ମତମ୍‌ଗି ମଣିପୁର' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହା ଶ୍ରେଷ୍ଠ ଚଳଚ୍ଚିତ୍ର ନିମନ୍ତେ ବିଂଶତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । [୩][୫] She has also performed at many regional, national and international stages.[୩] ଜାତୀୟ ପ୍ରଦର୍ଶନରେ ସେ ଅଭିନୟ କରିଥିବା କେତେକ ନାମ:

  • ଏକ‌କ ପ୍ରଦର୍ଶନ ଦୂରଦର୍ଶନ Doordarshan - ୧୯୯୦[୩]
  • ଏକ‌କ ପ୍ରଦର୍ଶନ - ବିଶ୍ୱ ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କର ୧୫୦ତମ ଜନ୍ମ ଦିବସ ପାଳନ ଉପଲକ୍ଷେ - ସନ ୨୦୧୧ [୩]
  • ଏକ‌କ ପ୍ରଦର୍ଶନ - ନବମ ଭାଗ୍ୟଚନ୍ଦ୍ର ଶାସ୍ତ୍ରୀୟ ନୃତ୍ୟ ଉତ୍ସବ - ସନ ୨୦୧୧ [୩]
  • ଏକ‌କ ପ୍ରଦର୍ଶନ - ମସ୍କୋରେ ଅନୁଷ୍ଠିତ ଇଣ୍ଡୋ-ସୋଭିଏତ ସାଂସ୍କୃତିକ ବନ୍ଧୁତ୍ୱ - ୧୯୭୮[୩][୫]
  • ପ୍ୟାରିସରେ ଅନଷ୍ଠିତ 'ଲାଇ ହରାଓବେ' ପାରମ୍ପରିକ ନୃତ୍ୟ - ୧୯୮୫ [୩][୫]
  • ଭାରତୀୟ ସାଂସ୍କୃତିକ ସମ୍ପର୍କ କାଉନସିଲ (ICCR) ତରଫରୁ ଫ୍ରାନ୍ସରେ ହୋଇଥିବା 'ଲାଇ ହରାଓବେ' ଶାସ୍ତ୍ରୀୟ ନୃତ୍ୟ - ୨୦୧୦[୩][୫]
  • ଏକ‌କ ପ୍ରଦର୍ଶନ - ଲୋକୁତ୍ସବ ଉତ୍ସବ, ନୂଆ ଦିଲ୍ଲୀ - ୧୯୮୮[୫]

ଅନେକ ବାଲେ ନୃତ୍ୟ ଓ ନୃତ୍ୟ ନାଟକରେ ଏନ୍ଦିରା ଦେବୀ ଭାଗ ନେଇଛନ୍ତି । [୩]

ହାଓବମ ମଣିଗୋପାଲ ସିଂହଙ୍କ ସ‌ହିତ ସେ ବିବାହ କରିଛନ୍ତି ଓ ତାଙ୍କର ତିନୋଟି ପୁଅ ଓ ଦୁଇଟି ଝିଅ ଅଛନ୍ତି ।

ମେଇତେଇ ପାରମ୍ପରିକ ନୃତ୍ୟ ଶିକ୍ଷା ସ୍କୁଲ ଓ ପ୍ରଦର୍ଶନ‌କାରୀ କେନ୍ଦ୍ର

[ସମ୍ପାଦନା]

ସନ ୨୯୯୩ରେ ଏନ୍ଦିରା ଦେବୀ 'ମେଇତେଇ ପାରମ୍ପରିକ ନୃତ୍ୟ ଶିକ୍ଷା ସ୍କୁଲ ଓ ପ୍ରଦର୍ଶନ‌କାରୀ କେନ୍ଦ୍ର' ନାମକ ଏକ ଅନୁଷ୍ଠାନ ସ୍ଥାପନ କରିଥିଲେ । [୬] ଏହା ଇମ୍ଫାଲରେ ଅବସ୍ଥିତ ଓ ସେ ନିଜେ ଏହି ଅନୁଷ୍ଠାନର ନିର୍ଦ୍ଦେଶିକା ହୋଇ ଆରମ୍ଭରୁ ରହିଛନ୍ତି । [୫] ଏହି ଅନୁଷ୍ଠାନରେ ଶାସ୍ତ୍ରୀୟ ଓ ପାରମ୍ପରିକ ନୃତ୍ୟ ସ‌ହିତ ବାଲେ ମଧ୍ୟ ଶିକ୍ଷା ଦିଆଯାଏ[୭] ଓ ଭାରତ ସରକାରଙ୍କର ସାଂସ୍କୃତିକ ବିଭାଗଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି ।[୮]

ଏନ୍ଦିରା ଦେବୀ ଅଳଙ୍କୃତ କରିଥିବା ପଦବୀମାନଙ୍କର ନାମ: [୩]

  • ସଭ୍ୟ - ପୂର୍ବ କ୍ଷେତ୍ର ସାଂସ୍କୃତିକ କେନ୍ଦ୍ର (East Zone Cultural Centre), କୋଲକାତା - ୨୦୦୯-୧୨
  • ଜୁରୀ ସଭ୍ୟ - ସାଂସ୍କୃତିକ ସାଧନ ଓ ପ୍ରଶିକ୍ଷଣ କେନ୍ଦ୍ର,[୯] ଶିକ୍ଷା ଓ ସଂସ୍କୃତି ନିମନ୍ତେ ଭାରତ ସରକାର ପ୍ରାୟୋଜିତ ଏକ ଅଟୋନୋମସ ଅନୁଷ୍ଠାନ ।
  • ସଭ୍ୟ - ଅଡିସନ ପ୍ୟାନେଲ - ଦୂରଦର୍ଶନ ଗୁୱାହାଟୀ - ୧୯୯୮-୨୦୦୦
  • ସଭ୍ୟ - କୋଲକାତାରେ ୟୁଏସଏସଆର ଲୋକ ଉତ୍ସବରେ ସରକାରୀ ପ୍ରତିନିଧି - ୧୯୮୭

ସନ ୨୦୦୯ରୁ ସେ ୟୁନେସ୍କୋ (UNESCO) କ୍ଲବର ଆଜୀବନ ସଦସ୍ୟ ଅଛନ୍ତି ଓ ୧୯୮୯ରୁ ଏ ପର୍ଯ୍ୟନ୍ତ ସେ ଇମ୍ଫାଲର ଅଲ ଇଣ୍ଡିଆ ରେଡିଓରେ (All India Radio) ମଣିପୁରି ନୃତ୍ୟର ବିଶେଷଜ୍ଞ ଟିପ୍ପଣୀକାର ପଦବୀରେ ଅଛନ୍ତି ।[୩] ସନ ୨୦୦୧ରୁ ୨୦୧୩ ପର୍ଯ୍ୟନ୍ତ ସେ ମଣିପୁର ବିଶ୍ୱବିଦ୍ୟାଳୟର ଏକାଡେମିକ ସ୍ଟାଫ କଲେଜରେ ୟୁନିଭରସିଟି ଗ୍ରାଣ୍ଟସ କମିସନ ତରଫରୁ ଅତିଥି ବକ୍ତା ଥିଲେ [୩][୫] ଓ ଅଧୁନା ସେ ମଣିପୁରର ଜ‌ୱାହରଲାଲ ନେହରୁ ନୃତ୍ୟ ଏକାଡେମୀରେ ବରିଷ୍ଠ ଗୁରୁ ରୂପରେ କର୍ମରତ ହୋଇ[୧୦] ସନ ୧୯୯୬ରୁ ଇମ୍ଫାଲରେ ଅଛନ୍ତି । [୧]

ମଣିପୁରି ନୃତ୍ୟ ଗ୍ୟାଲେରି

[ସମ୍ପାଦନା]
  1. 1 2 3 Sunil Kothari (26 November 2011). "Sunil Kothari Column". Narthaki.com. Retrieved 25 August 2014.
  2. ↑ "Padma Awards Announced". Circular. Press Information Bureau, Government of India. 25 January 2014. Archived from the original on 2 March 2014. Retrieved 23 August 2014.
  3. 1 2 3 4 5 6 7 8 9 10 11 12 13 14 15 Daniel Chabungbam (2014). "Elam Indira Devi (Padmashree Awardee in the field of Dance ) A Profile". Web article. E Pao. Retrieved 23 August 2014.
  4. ↑ "Maisnam Amubi Singh". Oxford University Press. 2011. ISBN 9780195650983. Retrieved 24 August 2014.
  5. 1 2 3 4 5 6 7 8 "Bhagyachandra National Festival of Classical Dance 2011 : Part 2". E Pao. 14 November 2011. Retrieved 25 August 2014.
  6. ↑ "MTDTSPC Profile". Indi mapped.com. Archived from the original on 4 March 2016. Retrieved 25 August 2014.
  7. ↑ "Kangla Online". Kangla Online.com. 11 August 2013. Archived from the original on 5 March 2016. Retrieved 25 August 2014.
  8. ↑ "MTDTSPC" (PDF). Ministry of Culture. Archived from the original (PDF) on 10 April 2009. Retrieved 25 August 2014.
  9. ↑ "Centre for Cultural Resources and Training". Centre for Cultural Resources and Training. Retrieved 25 August 2014.
  10. ↑ "JN Manipur Dance Academy". Kendra Sangeet Natak Akademi. Archived from the original on 3 September 2014. Retrieved 25 August 2014.