ଏରିଥ୍ରୋପଏସିସ-ସ୍ଟିମୁଲେଟିଙ୍ଗ ଏଜେଣ୍ଟସ

ଉଇକିପିଡ଼ିଆ ରୁ
Jump to navigation Jump to search
ଏରିଥ୍ରୋପଏସିସ-ସ୍ଟିମୁଲେଟିଙ୍ଗ ଏଜେଣ୍ଟସ
Drug class
Erythropoietin.png
Structure of erythropoietin
Class identifiers
SynonymsErythropoiesis-stimulating drugs (ESD),[୩] erythropoietin-type blood factors[୨]
UseAnemia due to end stage kidney disease, chemotherapy, major surgery, or certain treatments in HIV/AIDS[୧][୨]
ATC codeB03XA
In Wikidata

ଏରିଥ୍ରୋପଏସିସ-ସ୍ଟିମୁଲେଟିଙ୍ଗ ଏଜେଣ୍ଟସ (ଇଂରାଜୀ ଭାଷାରେ Erythropoiesis-stimulating agents/ ESA) କିଛି ଔଷଧକୁ (medications) କୁହାଯାଏ ଯାହା ଅସ୍ଥି ମଜ୍ଜାକୁ (bone marrow) ଉତ୍ତେଜିତ କରି ଏରିଥ୍ରୋପଏସିସ (make red blood cells) ବା ଲୋହିତ ରକ୍ତ କଣିକା ତିଆରି କରେ ।[୧] ବୃକ୍‌କ ରୋଗ ଶେଷ ଭାଗରେ (end stage kidney disease), କେମୋଥେରାପି (chemotherapy), ବଡ଼ ଅପରେଶନ ବା କେତେକ ଏଚଆଇଭି/ଏଡସ ରୋଗର ଚିକିତ୍ସାର ପ୍ରତିକ୍ରିୟାରେ ହେଉଥିବା ଆନିମିଆ ରୋଗର ଚିକିତ୍ସା ନିମନ୍ତେ ଏହି ଔଷଧ ଦିଆଯାଏ ।[୧][୨] ଫଳରେ ରକ୍ତାଧାନ (blood transfusions) ଆବଶ୍ୟକ ହୁଏନି ।[୨] ବିଭିନ୍ନ ଏଜେଣ୍ଟ ଗୁଡ଼ିକ ସମତୁଲ ବା ଇକ୍ୱିଭାଲେଣ୍ଟ ଥାଆନ୍ତି ।[୨] ଇଞ୍ଜେକସନ ଆକାରରେ ଏହି ଔଷଧ ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା (joint pain), ରାସ୍ (rash), ବାନ୍ତି (vomiting) ଓ ମୁଣ୍ଡବିନ୍ଧା ଆଦି ଦେଖାଯାଏ । [୪] ପ୍ରତିକ୍ରିୟା ସାଂଘାତିକ ହେଲେ ହୃଦ୍‌ଘାତ, ସ୍ଟ୍ରୋକ୍, ଅଧିକ କର୍କଟ ରୋଗ ବୃଦ୍ଧି ବା ଲୋହିତ ରକ୍ତ କଣିକା ଆପ୍ଲାସିଆ (pure red cell aplasia) ହୋଇପାରେ । [୨] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ ।[୫][୬] ଏମାନେ ପ୍ରାକୃତିକ ଏରିଥ୍ରୋପଏଟିନ (erythropoietin) ସଦୃଶ କାମ କରନ୍ତି ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୯ରେ ଏହା ପ୍ରଥମେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହି ଏଜେଣ୍ଟ ଗୁଡ଼ିକର ନାମ ଯଥାକ୍ରମେ ଇପୋଏଟିନ ଆଲଫା (epoetin alfa), ଡାର୍ବେପୋଏଟିନ ଆଲଫା (darbepoetin alfa) ଓ ବାୟୋସିମିଲାରସ (biosimilars) ।[୧][୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ୨୦୦୦ୟୁନିଟ ଭାଏଲର କ୍ରୟ ମୂଲ୍ୟ ୩.୮୦ ଆମେରିକୀୟ ଡଲାର ।[୮] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୫ରେ ଏହାର ମୂଲ୍ୟ ୧୦ ପାଉଣ୍ଡ ଥିଲା ।[୬] ଖେଳାଳୀମାନେ ଏହାକୁ ବ୍ୟବ‌ହାର କରିବାକୁ ବିଶ୍ୱ ଆଣ୍ଟି-ଡୋପିଙ୍ଗ ଏଜେନ୍ସି (World Anti-Doping Agency) ମନାକରିଛନ୍ତି ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Research, Center for Drug Evaluation and. "Drug Safety and Availability - Information on Erythropoiesis-Stimulating Agents (ESA) Epoetin alfa (marketed as Procrit, Epogen), Darbepoetin alfa (marketed as Aranesp)". www.fda.gov (in ଇଂରାଜୀ). Retrieved 14 October 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "WHO EML 2016-2017 - Application for erythropoietin-stimulating agents (erythropoietin type blood factors)" (PDF). WHO. 23 December 2016. Retrieved 13 December 2017.
  3. Tanne, Janice Hopkins (2010). "FDA restricts use of erythropoiesis stimulating drugs". BMJ. 340. doi:10.1136/bmj.c1050.
  4. "Highlights of Prescribing Information" (PDF). FDA. Retrieved 13 December 2017.
  5. ୫.୦ ୫.୧ ୫.୨ "Epoetin alfa Use During Pregnancy | Drugs.com". Drugs.com. Retrieved 13 December 2017.
  6. ୬.୦ ୬.୧ British national formulary : BNF 69 (69 ed.). British Medical Association. 2015. pp. 666–671. ISBN 9780857111562.
  7. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  8. "Single Drug Information". International Medical Products Price Guide. Retrieved 10 December 2017.