Jump to content

ଏନ୍. ସୁବାରାଓ ପାନ୍ତୁଲୁ

ଉଇକିପିଡ଼ିଆ‌ରୁ

ନ୍ୟାପାଥି ସୁବାରାଓ ପାନ୍ତୁଲୁ ("ଆନ୍ଧ୍ରଭୀଷ୍ମ" ନାମରେ ଜଣାଶୁଣା) (୧୪ ଜାନୁଆରୀ ୧୮୫୬ – ୧୫ ଜାନୁଆରୀ ୧୯୪୧) ଜଣେ ଭାରତୀୟ ରାଜନୀତିଜ୍ଞ ଓ ସାମାଜିକ କର୍ମୀ ଥିଲେ, ଯିଏ ୧୮୯୩ ରୁ ୧୯୦୯ ପର୍ଯ୍ୟନ୍ତ ମାଦ୍ରାସ ବିଧାନ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ।[] ସେ “ଦି ହିନ୍ଦୁ” ପତ୍ରିକାର ସ୍ଥାପକମାନଙ୍କ ମଧ୍ୟରୁ ଅନ୍ୟତମ । ସେ ୧୯୧୪ ରୁ ୧୯୧୭ ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଚିବ ଭାବେ କାର୍ଯ୍ୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ପାନ୍ତୁଲୁଙ୍କ ଜନ୍ମ ୧୪ ଜାନୁଆରୀ ୧୮୫୬ ରେ ନେଲ୍ଲୋରରେ ଏକ ତେଲୁଗୁଭାଷୀ ଦେଶସ୍ଥ ମାଧ୍ବ ବ୍ରାହ୍ମଣ ପରିବାରରେ ହୋଇଥିଲା । ପରେ ସେ ରାଜମହେନ୍ଦ୍ରୀକୁ ଯାଇ ବସବାସ କରିଥିଲେ । ତାଙ୍କ ପିତା ବୀର ରାଘବ ରାଓ ମାଦ୍ରାସ ସରକାରଙ୍କ କଷ୍ଟମ (ଲୁଣ ଶାଖା) ବିଭାଗରେ କାର୍ଯ୍ୟ କରୁଥିଲେ । ମାତାଙ୍କ ନାମ ଥିଲା ରଙ୍ଗମ୍ମା ।

ଶିକ୍ଷାର୍ଥୀ ସମୟରେ ସୁବ୍ବାରାଓ ବୁଦ୍ଧିମତା ଓ ପରିଶ୍ରମ ପାଇଁ ପ୍ରସିଦ୍ଧ ହୋଇଥିଲେ । ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ପରେ ସେ ମାଦ୍ରାସର ଖ୍ରୀଷ୍ଟିୟାନ କଲେଜରେ ଭର୍ତ୍ତି ହୋଇ ୧୮୭୬ ରେ ବି.ଏ. ଡିଗ୍ରୀ ଲାଭ କରିଥିଲେ । ତିନି ବର୍ଷ ପରେ ସେ ଆଇନରେ ଡିଗ୍ରୀ ଲାଭ କଲେ । ୧୮୮୦ରେ ଓକିଲ ହିସାବରେ ଯୋଗ୍ୟତା ଲାଭ କରି ସେ ରାଜମହେନ୍ଦ୍ରୀରେ ଆଇଓନ ବ୍ୟବସାୟ ଆରମ୍ଭ କଲେ । ସେଠାରେ ସେ ପ୍ରସିଦ୍ଧ ସମାଜ ସୁଧାରକ କଣ୍ଡୁକୁରୀ ବୀରେଶଲିଙ୍ଗମଙ୍କ ସହିତ ପରିଚିତ ହେଲେ ଓ ତାଙ୍କ ସାହିତ୍ୟିକ ଓ ସାମାଜିକ କାର୍ଯ୍ୟଦ୍ଵାରା ଅନେକ ପ୍ରଭାବିତ ହେଲେ । କିଛି ବର୍ଷ ମଧ୍ୟରେ ସେ ରାଜମୁନ୍ଦ୍ରୀରେ ଜଣେ ପ୍ରମୁଖ ଆଇନଜୀବୀ ଭାବେ ପରିଚିତ ହେଲେ ।

ସାହିତ୍ୟିକ ରୁଚି

[ସମ୍ପାଦନା]

ସୁବ୍ବାରାଓଙ୍କ ସାମ୍ବାଦିକତା ଓ ତେଲୁଗୁ ସାହିତ୍ୟ ପ୍ରତି ଆଗ୍ରହ ଥିଲା। ମାଦ୍ରାସରେ ପଢ଼ୁଥିବା ସମୟରେ ସେ ୧୮୭୮ ରେ ନିଜ ସାଥୀ ଜି. ସୁବ୍ରମଣିୟ ଆୟର ଓ ଏମ. ବୀରରାଘବାଚାର୍ଯ୍ୟଙ୍କ ସହିତ “ଦ ହିନ୍ଦୁ” ପତ୍ରିକାର ସ୍ଥାପନା କଲେ ।[] ସେ “ଚିନ୍ତାମଣି” (ତେଲୁଗୁ) ଓ “ଇଣ୍ଡିଆନ୍ ପ୍ରୋଗ୍ରେସ” (ଇଂରାଜୀ) ନାମକ ଦୁଇଟି ପତ୍ରିକା ମଧ୍ୟ ଆରମ୍ଭ କଲେ। “ଚିନ୍ତାମଣି” ତେଲୁଗୁ ଉପନ୍ୟାସ ରଚନାକୁ ପ୍ରୋତ୍ସାହନ ଦେଇ ପ୍ରତିବର୍ଷ ପୁରସ୍କାର ପ୍ରଦାନ କରୁଥିଲା ।

ରାଜନୀତିକ କାର୍ଯ୍ୟକଳାପ

[ସମ୍ପାଦନା]

ପନ୍ତୁଲୁ ଆରମ୍ଭରୁ ରାଜନୀତିରେ ଜଡିତ ହୋଇଥିଲେ ଓ “ମାଇଲାପୋର କ୍ଲିକ୍” ନାମକ ସମ୍ଭାନ୍ତ ସଂଗଠନ ସହିତ ତାଙ୍କର ସମ୍ପର୍କି ଥିଲା । ସେ ରାଜମହେନ୍ଦ୍ରୀ ପୌରପାଳିକାର ପ୍ରଥମ ଅଧ୍ୟକ୍ଷ ଥିଲେ । ୧୮୮୫ ରେ ବମ୍ବେରେ ହୋଇଥିବା ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ ସେ ଯୋଗଦେଇଥିଲେ । ୧୮୯୨ ରେ ସେ ମାଦ୍ରାସ ବିଧାନ ପରିଷଦରେ ସଭ୍ୟ ନିର୍ବାଚିତ ହେଲେ । ୧୮୯୪ ରେ ସେ କୃଷ୍ଣା ଜିଲ୍ଲା ସଂଘର ବାର୍ଷିକ ସଭାର ଅଧ୍ୟକ୍ଷତା କଲେ । ପରବର୍ତ୍ତୀ ବର୍ଷ ସେ ଗୋଦାବରୀ ଜିଲ୍ଲା ସଂଘ ସ୍ଥାପନା କଲେ । ୧୯୦୭ ରେ ବିଶାଖାପଟ୍ଟଣମରେ ହୋଇଥିବା ମାଦ୍ରାସ ପ୍ରାନ୍ତୀୟ ସମ୍ମିଳନୀରେ ସେ ଅଧ୍ୟକ୍ଷତା କରିଥିଲେ ।

ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ ଭୂମିକା

[ସମ୍ପାଦନା]

ସୁବାରାଓ ମଧ୍ୟମପନ୍ଥୀ ଭାବଧାରାରେ ବିଶ୍ୱାସ କରୁଥିଲେ । ସେ ଚରମପନ୍ଥୀ କାର୍ଯ୍ୟକଳାପକୁ ସମର୍ଥନ କରୁନଥିଲେ, କିନ୍ତୁ ସ୍ୱଦେଶୀ ଆନ୍ଦୋଳନକୁ ସମର୍ଥନ କରିଥିଲେ କାରଣ ସେଥିରୁ ଦେଶୀ ଶିଳ୍ପର ବିକାଶ ହୋଇଥିଲା । ସେ ସି.ୱାଇ. ଚିନ୍ତାମଣିଙ୍କ ସହ ଆନ୍ଧ୍ର କୂଳ ଅଞ୍ଚଳରେ ଯାତ୍ରା କରି ସ୍ୱଦେଶୀକୁ ପ୍ରଚାର କଲେ । ୧୯୧୪ ରେ ସେ କଂଗ୍ରେସସର ସାଧାରଣ ସଚିବ ଭାବେ ନିର୍ବାଚିତ ହେଲେ ଓ ୧୯୧୭ ପର୍ଯ୍ୟନ୍ତ ସେହି ପଦରେ ରହିଲେ ।

୧୯୧୪ ଅପ୍ରେଲ ୧୧ ରେ ବିଜୟବାଡ଼ାରେ ହୋଇଥିବା ଆନ୍ଧ୍ର ମହାସଭାର ଦ୍ୱିତୀୟ ଅଧିବେଶନରେ ସେ ଅଧ୍ୟକ୍ଷତା କରି ମାଦ୍ରାସ ପ୍ରେସିଡେନ୍ସିର ତେଲୁଗୁଭାଷୀମାନଙ୍କ ପାଇଁ ପୃଥକ ଆନ୍ଧ୍ର ରାଜ୍ୟ ଦାବି କଲେ । ଏହାର ପରିଣାମରେ ୧୯୧୮ ଜାନୁଆରୀ ୨୨ ରେ ଆନ୍ଧ୍ର କଂଗ୍ରେସ ପରିଷଦର ସ୍ଥାପନା ହୋଇଥିଲା ଯେଉଁଥିରେ ପାନ୍ତୁଲୁ ପ୍ରଥମ ଅଧ୍ୟକ୍ଷ ଓ କୋଣ୍ଡା ୱେଙ୍କଟାପ୍ପାୟା ସଚିବ ହୋଇଥିଲେ ।

ଦେହାନ୍ତ

[ସମ୍ପାଦନା]

ପାନ୍ତୁଲୁଙ୍କ ଦେହାନ୍ତ ୧୯୪୦ର ଶେଷ ଭାଗରେ ୮୪ ବର୍ଷ ବୟସରେ ହୋଇଥିଲା । ୧୯୪୧ ଜାନୁଆରୀରେ ଦ ହିନ୍ଦୁରେ ପ୍ରକାଶିତ ଶ୍ରଦ୍ଧାଞ୍ଜଳିରେ ତାଙ୍କୁ “ଅଦ୍ଭୁତ ସ୍ଫୁର୍ତ୍ତିର ମାନବ” ଓ “ଲିବରାଲ୍ ହିନ୍ଦୁଧର୍ମର ପ୍ରଚାରକ” ବୋଲି ବର୍ଣ୍ଣନା କରାଯାଇଥିଲା ।

  1. S. Krishnaswamy (1989). The role of Madras Legislature in the freedom struggle, 1861-1947. People's Pub. House (New Delhi). p. 11.
  2. "Three surveyors who contributed to our knowledge of India". The Hindu (in Indian English). 2016-12-17. ISSN 0971-751X. Retrieved 2025-10-02.