ଏନାଲାପ୍ରିଲ

ଉଇକିପିଡ଼ିଆ ରୁ
Jump to navigation Jump to search
ଏନାଲାପ୍ରିଲ
Enalapril structure.svg
Enalapril ball-and-stick model.png
Clinical data
Trade namesVasotec, Renitec, Enacard, others
AHFS/Drugs.commonograph
MedlinePlusa686022
Pregnancy
category
Routes of
administration
by mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability60% (by mouth)
Metabolismliver (to enalaprilat)
Elimination half-life11 hours (enalaprilat)
Excretionkidney
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.119.661 Edit this at Wikidata
Chemical and physical data
FormulaC20H28N2O5
Molar mass376.447 g/mol
3D model (JSmol)
Melting point୧୪୩ to ୧୪୪.୫ °C (୨୮୯.୪ to ୨୯୨.୧ °F)
  (verify)

ଏନାଲାପ୍ରିଲ (ଇଂରାଜୀ ଭାଷାରେ Enalapril, ବିକ୍ରୟ ନାମ ଭାସୋଟେକ/Vasotec) ଔଷଧ ଯାହା ଉଚ୍ଚ ରକ୍ତଚାପ, ମଧୁମେହ ବୃକ୍‌କ ରୋଗ (diabetic kidney disease) ଓ ହୃଦ୍‌ପାତ ରୋଗ ଚିକିତ୍ସାରେ ଦିଆଯାଏ ।[୧] ହୃଦ୍‌ପାତ ରୋଗରେ ଏହା ସାଧାରଣତଃ ଫୁରୋସେମାଇଡ ଭଳି ଡାଇୟୁରେଟକ (diuretic) ବା ମୂତ୍ରକାରକ ଔଷଧ ସାଥୀରେ ଦିଆଯାଏ ।[୨] ଏହା ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ । ପାଟିରେ ଦିଆଯାଉଥିବା ଔଷଧର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ଏକ ଦିନ ପର୍ଯ୍ୟନ୍ତ ରହେ ।[୧]

ଏନାଲାପ୍ରିଲର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଥକ୍କା ଅନୁଭବ, ଠିଆ ହେଲା ମାତ୍ରେ ମୁଣ୍ଡ ହାଲୁକା ଲାଗିବା (lightheadedness with standing) ଓ କାଶ ଭଳି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା (angioedema) ଓ ନିମ୍ନ ରକ୍ତଚାପ (low blood pressure) ଦେଖାଯାଏ । ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁ ପ୍ରତି ବିପଦ ଦେଖାଯାଏ । ଏସିଏ ଇନହିବିଟର (angiotensin-converting-enzyme inhibitor ବା ACEi) ଶ୍ରେଣୀର ଏନାଲାପ୍ରିଲ ଏକ ଔଷଧ । [୧]

ଏନାଲାପ୍ରିଲ ସନ ୧୯୭୮ରେ ପେଟେଣ୍ଟ ହେବାପରେ ସନ ୧୯୮୪ରୁ ଡାକ୍ତରୀ ବ୍ୟବ‌ହାରରେ ଆସିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୦.୦୮ରୁ ୦.୮୦ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Enalaprilat/Enalapril Maleate". The American Society of Health-System Pharmacists. Retrieved 8 December 2016.
  2. WHO Model Formulary 2008 (PDF). World Health Organization. 2009. p. 286. ISBN 9789241547659. Retrieved 8 December 2016.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 467. ISBN 9783527607495.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Enalapril". International Drug Price Indicator Guide. Retrieved 8 December 2016.
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 120. ISBN 9781284057560.