Jump to content

ଏଡ଼ାଇବା/ସୀମିତ ଖାଦ୍ୟ ଗ୍ରହଣ ରୋଗ

ଉଇକିପିଡ଼ିଆ‌ରୁ
Avoidant/restrictive food intake disorder
Selective eating disorder (SED)[]
A young child refusing food
ବିଭାଗPsychiatry, pediatrics
ଲକ୍ଷଣWeight loss, malnutrition, unable to eat with others[]
ଆକ୍ରାନ୍ତ ସମୟEarly childhood[]
ବିପଦ କାରକAutism, anxiety, OCD, ADHD[]
ରୋଗ ନିର୍ଣ୍ଣୟ ପଦ୍ଧତିBased on specific criteria[]
ସଠିକ ରୋଗ ନିର୍ଣ୍ଣୟPregnancy, chemotherapy, reactive attachment disorder, factitious disorder imposed on another, picky eater[]
ଚିକିତ୍ସାEnteral feeding, nutritional supplements, cognitive behavioral therapy[][]
PrognosisUnclear[]
ପୁନଃପୌନିକ0.3% of 15 year olds[]

ଏଡ଼ାଇବା/ସୀମିତ ଖାଦ୍ୟ ଗ୍ରହଣ ରୋଗ ( ARFID ) ହେଉଛି ଏକ ଖାଇବା ବେମାରୀ ଯେଉଁଥିରେ ଲୋକମାନେ ଅଳ୍ପ କିମ୍ବା କେବଳ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଆନ୍ତି ।[] [] ଏହି ରୋଗରେ ପ୍ରାୟ ଓଜନ ହ୍ରାସ, କୁପୋଷଣ କିମ୍ବା ମାନସିକ ସାମାଜିକ ସମସ୍ୟା ସୃଷ୍ଟି ହୁଏ ।[] କିଛି ଲୋକ ଅନ୍ୟମାନଙ୍କ ସହିତ ଖାଇବାକୁ ଅସମର୍ଥ ହୁଅନ୍ତି ।[] ଯଦିଓ ଏହା କମ୍ ଓଜନ ଥିବା ଲୋକଙ୍କ ସହିତ ଜଡିତ, ତ‌ଥାପି ସମସ୍ତ ଓଜନ ବିଶିଷ୍ଟ ଲୋକଙ୍କର ହୋଇପାରେ ।[]

ବିପଦ କାରକ ମଧ୍ୟରେ ଅଟିଜିମ୍, ଉଦ୍‌ବେଗ, ଅବସେସିଭ୍-କମ୍ପଲସିଭ୍ ଡିଜଅର୍ଡର (OCD) ଏବଂ ଧ୍ୟାନାଭାବ ଓ ଅତି ସକ୍ରିୟତା ବିକାର ଅନ୍ତର୍ଭୁକ୍ତ ।[] ଏହା ଖାଦ୍ୟର ଇନ୍ଦ୍ରିୟଗତ ବୈଶିଷ୍ଟ୍ୟଗୁଡ଼ିକ, ଯେପରିକି ଗନ୍ଧ କିମ୍ବା ଗଠନ, ଶ୍ୱାସରୁଦ୍ଧ କିମ୍ବା ବାନ୍ତି ହେବାର ଭୟ କିମ୍ବା ଖାଇବାରେ କମ୍ ଆଗ୍ରହ ଦ୍ୱାରା ଟ୍ରିଗର ହୋଇପାରେ ।[] ରୋଗ ନିର୍ଣ୍ଣୟ ନିର୍ଦ୍ଦିଷ୍ଟ ମାନଦଣ୍ଡର ଉପସ୍ଥିତି ଉପରେ ଆଧାରିତ ହୁଏ ।[] ଏଥିରେ ଶରୀର ପ୍ରତିଛବି ବିଷୟରେ କୌଣସି ଚିନ୍ତା ନାହିଁ କିମ୍ବା ଓଜନ ହ୍ରାସ କରିବାର ଇଚ୍ଛା ହୁଏନି ଯେମିତି ଆନୋରେକ୍ସିଆ ଏବଂ ବୁଲିମିଆ ନର୍ଭୋସା ପରି ହୁଏ ।[] [] ଏହା ଖାଦ୍ୟର ଅଭାବ କିମ୍ବା ଧାର୍ମିକ ପ୍ରଥା ସହିତ ସମ୍ପର୍କିତ ନୁହେଁ ।[]

ପ୍ରଭାବିତ ଲୋକଙ୍କର ନଳୀ ମାଧ୍ୟମରେ ଖାଦ୍ୟ ଦେବା କିମ୍ବା ପୁଷ୍ଟିକର ପରିପୂରକ ଖାଦ୍ୟ ଆବଶ୍ୟକ ହୋଇପାରେ ।[] ଚିକିତ୍ସା ସାଧାରଣତଃ ଜ୍ଞାନାତ୍ମକ ଆଚରଣ ଚିକିତ୍ସା ସହିତ କରାଯାଏ ।[] ପରିବାର-ଭିତ୍ତିକ ଚିକିତ୍ସା ଏବଂ ପଥ୍ୟବିଶାରଦଙ୍କ ସମର୍ଥନ ମଧ୍ୟ ସହାୟକ ହୋଇପାରେ । [] ୨୦୨୪ ମସିହା ସୁଦ୍ଧା ଉଚ୍ଚମାନର ପ୍ରମାଣ ଦ୍ୱାରା ସମର୍ଥିତ କୌଣସି ଔଷଧ ନାହିଁ ।[] [] ଦୀର୍ଘକାଳୀନ ଫଳାଫଳ ଅସ୍ପଷ୍ଟ ଅଟେ । []

ଏକ ଆକଳନରେ ୧୫ ବର୍ଷ ବୟସର ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୩ ଜଣଙ୍କଠାରେ ଏହି ରୋଗ ଘଟିଥିଲା ।[] ସାଧାରଣତଃ ଛୋଟ ପିଲାମାନଙ୍କଠାରେ ଏହା ଆରମ୍ଭ ହୁଏ ଏବଂ ପ୍ରାପ୍ତବୟସ୍କ ଅବସ୍ଥାରେ ଏହା କମ୍ ହୁଏ ।[] ଉଭୟ ଲିଙ୍ଗ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[] [] ଏହାକୁ ପ୍ରଥମେ ୨୦୧୩ରେ ପ୍ରକାଶିତ <i id="mwXg">ଡାଇଗ୍ନୋଷ୍ଟିକ୍ ଆଣ୍ଡ ଷ୍ଟାଟିଷ୍ଟିକାଲ ମାନୁଆଲ୍ ଅଫ୍ ମେଣ୍ଟାଲ୍ ଡିସଅର୍ଡର</i> (DSM-5)ର ପଞ୍ଚମ ସଂସ୍କରଣରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହା ପୂର୍ବ ସଂସ୍କରଣଗୁଡ଼ିକରେ ଶୈଶବ କିମ୍ବା ପ୍ରାରମ୍ଭିକ ଶୈଶବର ଖାଦ୍ୟ ବିକାରର ନିର୍ଣ୍ଣୟକୁ ବିସ୍ତାର ଏବଂ ପ୍ରତିସ୍ଥାପନ କରିଥିଲା ।[] [] ପରବର୍ତ୍ତୀ ସମୟରେ ଏହାକୁ ୨୦୨୨ ମସିହାରେ <i id="mwZQ">ଆନ୍ତର୍ଜାତୀୟ ରୋଗ ବର୍ଗୀକରଣ</i> (ICD-11)ର ଏକାଦଶ ସଂଶୋଧନରେ ଅନ୍ତର୍ଭୁକ୍ତ କରାଯାଇଥିଲା ।[]


  1. 1 2 3 Fonseca, NKO; Curtarelli, VD; Bertoletti, J; Azevedo, K; Cardinal, TM; Moreira, JD; Antunes, LC (7 June 2024). "Avoidant restrictive food intake disorder: recent advances in neurobiology and treatment". Journal of eating disorders. 12 (1): 74. doi:10.1186/s40337-024-01021-z. PMID 38849953. {{cite journal}}: Check |pmid= value (help)CS1 maint: unflagged free DOI (link)
  2. 1 2 3 4 5 6 7 8 9 10 11 12 13 14 15 16 17 American Psychiatric Association, ed. (2022). Diagnostic and Statistical Manual of Mental Disorders, Fifth Edition, Text Revision. Washington, DC: American Psychiatric Association. pp. 376–381. ISBN 978-0-89042-575-6.
  3. 1 2 Ellison, C; Philpot, U; Fuller, S; Banner, A; Falcoski, P; Watts, M; Greenham, A (August 2024). "What is avoidant restrictive food intake disorder?". The British journal of general practice : the journal of the Royal College of General Practitioners. 74 (745): 362–363. doi:10.3399/bjgp24X738957. PMID 39054097. {{cite journal}}: Check |pmid= value (help)
  4. 1 2 "Avoidant/Restrictive Food Intake Disorder (ARFID) - Psychiatric Disorders". MSD Manual Professional Edition (in ଇଂରାଜୀ). Merck Manuel. Retrieved 28 February 2025.
  5. 1 2 3 4 5 6 Ramirez, Z; Gunturu, S (January 2025). "Avoidant Restrictive Food Intake Disorder". StatPearls. PMID 38753906. {{cite journal}}: Check |pmid= value (help)
  6. 1 2 3 "6B83 Avoidant-restrictive food intake disorder". ICD-11 for Mortality and Morbidity Statistics. World Health Organization. 2023. Archived from the original on 2018-08-01. Retrieved 2025-01-31.
  7. Fisher MM, Rosen DS, Ornstein RM, Mammel KA, Katzman DK, Rome ES, Callahan ST, Malizio J, Kearney S, Walsh BT (July 2014). "Characteristics of avoidant/restrictive food intake disorder in children and adolescents: a "new disorder" in DSM-5". The Journal of Adolescent Health. 55 (1): 49–52. doi:10.1016/j.jadohealth.2013.11.013. PMID 24506978.