ଏକିନୋକୋକୋସିସ ସଂକ୍ଷିପ୍ତ

ଉଇକିପିଡ଼ିଆ‌ରୁ
ଏକିନୋକୋକୋସିସ
ଏକିନୋକୋକସ୍ର ଜୀବନ ଚକ୍ର (ବଡ଼ କରି ଦେଖିବାକୁ କ୍ଲିକ କରନ୍ତୁ)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଆଇସିଡ଼ି-୧୦B67.
ଆଇସିଡ଼ି-୯-ସିଏମ୍122.4, 122
ରୋଗ ଡାଟାବେସ4048
ଇ-ମେଡ଼ିସିନmed/629 med/1046
MeSHD004443

ଏକିନୋକୋକୋସିସ ବା ହାଇଡାଟିଡ ରୋଗ ବା ହାଇଡାଟିଡୋସିସ ବା ଏକିନୋକୋକାଲ ରୋଗ (ଇଂରାଜୀରେ ଯଥାକ୍ରମେ Echinococcosis, hydatid disease, hydatidosis, or echinococcal disease), ଏକ ପ୍ରକାର ଏକିନୋକୋକୋସ ଟାଇପର ଫିତାକୃମି ଜାତୀୟ ପରଜୀବୀ ରୋଗ । ଲୋକମାନଙ୍କର ଦୁଇ ପ୍ରକାର ରୋଗ ହୁଏ ଯଥା ସିସ୍ଟିକ ଏକିନୋକୋକୋସିସଆଲ୍‌ଭିଓଲାର ଏକିନୋକୋକୋସିସ । ସ୍ୱଳ୍ପ ଦେଖାଯାଉଥିବା ଦୁଇ ପ୍ରକାର ରୋଗ ନାମ ପଲିସିସ୍ଟିକ ଏକିନୋକୋକୋସିସୟୁନିସିସ୍ଟିସେକିନୋକୋକୋସ । ଅଧିକାଂଶ କ୍ଷେତ୍ରରେ ଆରମ୍ଭରୁ କୌଣସି ଲକ୍ଷଣ ଦେଖାଯାଏନାହିଁ ଓ ଏହା ବର୍ଷେ ପର୍ଯ୍ୟନ୍ତ ରହିପାରେ । ସିସ୍ଟର ସ୍ଥାନ ଓ ଆକାର ଅନୁସାରେ ଚିହ୍ନ ଓ ଲକ୍ଷଣ ଦେଖାଯାଏ । ଆଲ୍‌ଭିଓଲାର ରୋଗ ଯକୃତରେ ଆରମ୍ଭ ହୁଏ କିନ୍ତୁ ଏହା ଫୁସ‌ଫୁସମସ୍ତିଷ୍କ ଭଳି ଅନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପିପାରେ । ଯକୃତରେ ରୋଗ ହେଲେ ପେଟରେ ଯନ୍ତ୍ରଣା ହୁଏ, ଓଜନ ହ୍ରାସ ହୁଏ ଓ ହଳଦିଆ ଦେଖାଯାଏ । ଫୁସ୍‌ଫୁସ୍‌ରେ ରୋଗ ହେଲେ ଛାତି ଯନ୍ତ୍ରଣା, ଛୋଟ ଶ୍ୱାସକ୍ରିୟା, କାଶ ଓ କଫ ହୁଏ । [୧]


ସଂକ୍ରମିତ ପଶୁଙ୍କ ନିକଟ ସଂସ୍ପର୍ଶରେ ଆସିଲେ ବା ପରଜୀବୀର ଅଣ୍ଡା ମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଏହି ରୋଗ ବ୍ୟାପେ । [୧] ସଂକ୍ରମିତ ହୋଇଥିବା ମାଂସାହାରୀ ପଶୁଙ୍କ ମଳ ମାଧ୍ୟମରେ ଅଣ୍ଡା ବାହାରିଯାଏ । [୨] ସାଧାରଣତଃ କୁକୁର, କୋକିଶିଆଳି ଓ ଗଧିଆ ସଂକ୍ରମିତ ହୁଅନ୍ତି । [୨] ଏହି ପଶୁମାନେ ଖାଉଥିବା ମେଣ୍ଢା ଓ ରୋଡେଣ୍ଟଙ୍କର ଏହି ପଶୁମାନେ ଖାଉଥିବା ମେଣ୍ଢା ଓ ରୋଡେଣ୍ଟଙ୍କର (ମୂଷା, ଗୁଣ୍ଡୁଚି ଜାତୀୟ ଜୀବ) ଦେହରେ ସିସ୍ଟ ଥିଲେ ତାଙ୍କ ଅଙ୍ଗର ମାଂସ ଖାଇବା ପରେ ହିଁ ସଂକ୍ରମଣ ହୁଏ । [୨] ଏକିନୋକୋକସ୍‌ର ପ୍ରକାର ଅନୁସାରେ ଲକ୍ଷଣ ଦେଖାଯାଏ । ରୋଗ ନିର୍ଣ୍ଣୟ ନିମନ୍ତେ ଅଲ୍ଟ୍ରାସାଉଣ୍ଡ ବ୍ୟବ‌ହାର କଲେ ମଧ୍ୟ ସି.ଟି. ସ୍କାନ ବା ଏମ.ଆର.ଆ‌ଇ. ଆବଶ୍ୟକ ହୋଇପାରେ । ରକ୍ତରେ ଆଣ୍ଟିବଡି ମିଳିଲe ବା ବାୟୋପ୍ସି କଲେ ରୋଗ ନିଧାର୍ଯ୍ୟ ଭାବେ ଜଣାଯାଏ । [୧]


ମେଣ୍ଢାଙ୍କୁ ଟିକା ଦେଇ ଓ କୁକୁରଙ୍କର ଚିକିତ୍ସା କରି ଏହି ରୋଗକୁ ପ୍ରତିରୋଧ କରିହୁଏ । ଅଧିକାଂଶ ସମୟରେ ଚିକିତ୍ସା କଷ୍ଟସାଧ୍ୟ ହୁଏ । ଚର୍ମ ମଧ୍ୟ ଦେଇ ସିସ୍ଟ ଡ୍ରେନ କରି ଔଷଧ ଦିଆଯାଏ । [୧] ବେଳେ ବେଳେ ରୋଗକୁ କେବଳ ନିରିକ୍ଷଣ କରାଯାଏ । [୩] ଆଲ୍‌ଭିଓଲାର୍ ଟାଇପ୍‌କୁ ଅପରେଶନ କଲାପରେ ଔଷଧ ଦେଇ ଚିକିତ୍ସା କରାଯାଏ । [୧] ଅନେକ ବର୍ଷ ନିମନ୍ତେ ଆଲ୍‌ବେଣ୍ଡାଜୋଲ ଦେବା ଆବଶ୍ୟକ ହୋଇପାରେ । [୧][୩] ଆଲ୍‌ଭିଓଲାର୍ ରୋଗରେ ମୃତ୍ୟୁ ହୋଇପାରେ । [୧]

ପୃଥିବୀର ଆନେକ ସ୍ଥାନରେ ଏହି ରୋଗ ହୁଏ ଓ ଅଧୁନା ପ୍ରାୟ ଏକ ନିୟୁତ ଲୋକ ଏହି ରୋଗ ଭୋଗୁଛନ୍ତି । ଦକ୍ଷିଣ ଆମେରିକା, ଆଫ୍ରିକା ଓ ଏସିଆର କେତେକ ସ୍ଥାନରେ ଜନସଂଖ୍ୟାର ୧୦% ଏହି ରୋଗର ଶୀକାର ହୁଅନ୍ତି । [୧] ୧୯୯୦ ମସିହାରେ ଏହାଦ୍ୱାରା ୨୦୦୦ ମୃତ୍ୟୁ ହୋଇଥିବା ବେଳେ ୨୦୧୦ ମସିହାରେ ଏହା କମିଯାଇ ୧୨୦୦ ମୃତ୍ୟୁ ହୋଇଛି । [୪] ଏହି ରୋଗର ବାର୍ଷିକ ଅର୍ଥନୈତିକ ଖର୍ଚ୍ଚ ହିସାବ କରି ଦେଖାଯାଇଛି ଯେ ଏହା ପ୍ରାୟ ୩ ବିଲିଅନ ଆମେରିକିୟ ଡଲାର । ଏହା ଘୁଷୁରୀ, ଗାଈ ଓ ଘୋଡ଼ାଙ୍କୁ ମଧ୍ୟ ଆକ୍ରମଣ କରେ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Echinococcosis Fact sheet N°377". World Health Organization. March 2014. Retrieved 19 March 2014.
  2. ୨.୦ ୨.୧ ୨.୨ "Echinococcosis [Echinococcusgranulosus] [Echinococcusmultilocularis] [Echinococcusoligarthrus] [Echinococcus vogeli]". CDC. November 29, 2013. Retrieved 20 March 2014.
  3. ୩.୦ ୩.୧ "Echinococcosis Treatment Information". CDC. November 29, 2013. Retrieved 20 March 2014.
  4. Lozano, R (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.