Jump to content

ଏକାଧିକ ସୁକ୍ଷ୍ମ‌ପୋଷକ ପରିପୂରକ

ଉଇକିପିଡ଼ିଆ‌ରୁ
ଏକାଧିକ ସୁକ୍ଷ୍ମ‌ପୋଷକ ପରିପୂରକ
Clinical data
SynonymsUnited Nations International Multiple Micronutrient Antenatal Preparation (UNIMMAP)

ଏକାଧିକ ସୁକ୍ଷ୍ମ‌ପୋଷକ ପରିପୂରକ ( MMN ) ଗର୍ଭାବସ୍ଥାରେ ବ୍ୟବହୃତ ଏକ ପ୍ରକାର ପ୍ରସବକାଳୀନ ପରିପୂରକ ।[] ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ (LMIC), ଏହା କେବଳ ଲୁହା ଏବଂ ଫୋଲିକ ଏସିଡ ପରିପୂରକ ଦେଲେ ଶିଶୁର ଫଳାଫଳକୁ ଉନ୍ନତ କରିଥାଏ ।[] [] ଗର୍ଭାବସ୍ଥାରେ ରକ୍ତହୀନତା ଥିବା ଲୋକଙ୍କ କ୍ଷେତ୍ରରେ ଏଥିଯୋଗୁ ଲାଭ ଅଧିକ ହୁଏ ।[]

ସେମାନଙ୍କର ବ୍ୟବହାର ସାଧାରଣତ ନିରାପଦ ଅଟେ ।[] ଯଦି ପିଲା ଏକାଧିକ ବଟିକା ଖାଏ, ତେବେ ଲୌହ ବିଷକ୍ରିୟା ହୋଇପାରେ ।[] ଗୋଟିଏ ସୂତ୍ର: ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଏକାଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ ଆଣ୍ଟେନାଟାଲ୍ ପ୍ରସ୍ତୁତିରେ (UNIMMAP), ନିର୍ଦ୍ଦିଷ୍ଟ ପରିମାଣରେ ୧୫ଟି ଜୀବସାର ଏବଂ ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ଧାରଣ କରିଥାଏ ।[] ଯଦିଓ, ଅନ୍ୟାନ୍ୟ ସୂତ୍ରଗୁଡ଼ିକ ବିଦ୍ୟମାନ, ସେଗୁଡ଼ିକରେ ଲୌହ ଏବଂ ଫୋଲିକ୍ ଏସିଡ୍ ଥାଏ ।[] ଲୌହର ଅବଶୋଷଣରେ ଜୀବସାର ଗ ଏବଂ ଜୀବସାର କ ଉନ୍ନତି ଆଣେ ।[]

୧୯୯୯ ମସିହାରେ ୟୁନିସେଫ୍, ମିଳିତ ଜାତିସଂଘ ବିଶ୍ୱବିଦ୍ୟାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମିଳିତ ଭାବରେ ଏକ ସୂତ୍ରରେ ସହମତ ହୋଇଥିଲେ । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[] ସେଗୁଡ଼ିକ କେବଳ ଲୁହା ଏବଂ ଫୋଲିକ୍ ଏସିଡ୍ ପରିପୂରକ ଅପେକ୍ଷା ସାମାନ୍ୟ ମହଙ୍ଗା, ପ୍ରତି ମାତ୍ରାରେ ପ୍ରାୟ ୦.୦୧ରୁ ୦.୦୨ ଡଲାର ଅଧିକ ଖର୍ଚ୍ଚ ହୁଏ ।[] [] ସେମାନଙ୍କର ବ୍ୟବହାର ତଥାପି ପ୍ରଭାବଶାଳୀ ଅଟେ ।[] ୨୦୨୩ ସୁଦ୍ଧା କାର୍ଯ୍ୟକାରିତାକୁ ଅଧିକ ବିଚାର କରି ୧୮ଟି ଦେଶରେ ବ୍ୟବହାର ଆରମ୍ଭ କରଛନ୍ତି ।[]

  1. 1 2 "Multiple-micronutrient supplementation for women during pregnancy". www.cochrane.org (in ଇଂରାଜୀ). Archived from the original on 10 August 2022. Retrieved 5 December 2023.
  2. 1 2 3 4 Keats, EC; Haider, BA; Tam, E; Bhutta, ZA (14 March 2019). "Multiple-micronutrient supplementation for women during pregnancy". The Cochrane database of systematic reviews. 3 (3): CD004905. doi:10.1002/14651858.CD004905.pub6. PMID 30873598.
  3. 1 2 3 4 5 "Multiple Micronutrient Supplementation". Healthy Mothers Healthy Babies. Archived from the original on 13 September 2023. Retrieved 5 December 2023.
  4. Huffman, Sandra L.; Baker, Jean; Shumann, Jill; Zehner, Elizabeth R. (January 1999). "The Case for Promoting Multiple Vitamin And Mineral Supplements for Women of Reproductive Age in Developing Countries". Food and Nutrition Bulletin. 20 (4): 379–394. doi:10.1177/156482659902000401.
  5. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  6. "MULTIPLE MICRONUTRIENT SUPPLEMENTATION An approach to improving the quality of nutrition care for mothers and preventing low birthweight". UNICEF. Archived from the original on 31 May 2023. Retrieved 2 December 2023.
  7. "Countries Archive". Healthy Mothers Healthy Babies. Archived from the original on 27 May 2023. Retrieved 5 December 2023.