ଋଷି ସୁନକ

ଋଷି ସୁନକ (ଜନ୍ମ: ୧୨ ମଇ ୧୯୮୦) ଭାରତୀୟ ମୂଳର ବ୍ରିଟିଶ୍ ରାଜନେତା । ସେ ଅକ୍ଟୋବର ୨୦୨୨ ରୁ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ୟୁନାଇଟେଡ୍ କିଂଗଡମର ପ୍ରଧାନମନ୍ତ୍ରୀ ଥିଲେ ଏବଂ ଅକ୍ଟୋବର ୨୦୨୨ ରୁ କଞ୍ଜରଭେଟିଭ୍ ପାର୍ଟିର ନେତା ଭାବେ କାର୍ଯ୍ୟରତ ଅଛନ୍ତି । ସେ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ଚାନ୍ସେଲର୍ ଅଫ୍ ଦ ଏକ୍ସଚେକାର୍ ଥିଲେ ଏବଂ ୨୦୧୯ ରୁ ୨୦୨୦ ପର୍ଯ୍ୟନ୍ତ ଟ୍ରେଜେରୀର ମୁଖ୍ୟ ସଚିବ ଥିଲେ । ସେ ୨୦୧୫ ରୁ ରିଚମଣ୍ଡ (ୟୋର୍କ) ର ସାଂସଦ ଭାବରେ କାର୍ଯ୍ୟରତ ଅଛନ୍ତି ।
ଋଷି ସୁନକଙ୍କ ଜନ୍ମ ୧୨ ମଇ ୧୯୮୦ ରେ ଇଂଲାଣ୍ଡର ସାଉଥ୍ୟାମ୍ପ୍ଟନ ନାମକ ସହରରେ ଏକ ପଂଜାବୀ ପରିବାରରେ ହୋଇଥିଲା ।[୧] ତାଙ୍କର ମାତାପିତା ଭାରତୀୟ ମୂଳର ଥିଲେ, ଯେଉଁମାନେ ପୂର୍ବ ଆଫ୍ରିକାରେ ବସବାସ କରୁଥିଲେ । ୧୯୯୦ ଦଶକରେ ସେମାନେ ପୂର୍ବ ଆଫ୍ରିକାରୁ ଇଂଲାଣ୍ଡକୁ ଆସିଥିଲେ । ସୁନକ ୱିନଚେଷ୍ଟର୍ କଲେଜ୍ରେ ତାଙ୍କର ଶିକ୍ଷା ଲାଭ କରିଥିଲେ । ସେ ଲିଙ୍କନ୍ କଲେଜ୍, ଅକ୍ସଫୋର୍ଡରୁ ଦର୍ଶନ, ରାଜନୀତି ଓ ଅର୍ଥନୀତିରେ ଅଧ୍ୟୟନ କରିଥିଲେ । ପରେ ଫୁଲ୍ବ୍ରାଇଟ୍ ପ୍ରୋଗ୍ରାମ୍ ଅନ୍ତର୍ଗତ ଛାତ୍ରବୃତ୍ତି ଅଧିନରେ ସେ ଷ୍ଟ୍ୟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ MBA ଡିଗ୍ରୀ ଲାଭ କରିଥିଲେ । ସ୍ଟ୍ୟାନଫୋର୍ଡରେ ପଢ଼ିବା ସମୟରେ ତାଙ୍କର ପରିଚୟ ଇନ୍ଫୋସିସ୍ ସଂସ୍ଥାପକ ଓ ବ୍ୟବସାୟୀ ଏନ୍. ଆର୍. ନାରାୟଣମୂର୍ତିଙ୍କ ଝିଅ ଅକ୍ଷତା ନାରାୟଣ ମୁର୍ତ୍ତିଙ୍କ ସହିତ ହୋଇଥିଲା ।[୨]
ଶିକ୍ଷା
[ସମ୍ପାଦନା]ସୁନକ ୱିନଚେଷ୍ଟର୍ କଲେଜ୍ରେ ଶିକ୍ଷା ଗ୍ରହଣ କରିବା ପରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଲିଙ୍କନ୍ କଲେଜରୁ ଦର୍ଶନ, ରାଜନୀତି ଓ ଅର୍ଥନୀତିରେ ପ୍ରଥମ ଶ୍ରେଣୀ ସହିତ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ୨୦୦୬ ରେ ସେ ଷ୍ଟ୍ୟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ MBA କରିଥିଲେ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ୟୋର୍କସାୟର୍ ର ରିଚମଣ୍ଡରୁ ସାଂସଦ ଭାବେ ସୁନକ ୨୦୧୫ ରେ ପ୍ରଥମେ ସଂସଦକୁ ପହଁଚିଥିଲେ । ବ୍ରେଗ୍ଜିଟ୍କୁ ସମର୍ଥନ କରିବା ସହ ନିଜ ଦଳରେ ତାଙ୍କର ପ୍ରଭାବ ବଢ଼ିବାକୁ ଲାଗିଲା । ସେ ପୂର୍ବତନ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ସରକାରରେ ସଂସଦୀୟ ସଚିବ ଭାବେ କାର୍ଯ୍ୟ କରିଥିଲେ । ଥେରେସା ମେଙ୍କ ପଦତ୍ୟାଗ ପରେ, ସୁନକ ବୋରିସ୍ ଜନସନ୍ଙ୍କ ନେତୃତ୍ୱର ସମର୍ଥକ ହୋଇଥିଲେ। ପରେ ବୋରିସ୍ ପ୍ରଧାନମନ୍ତ୍ରୀ ହେବା ପରେ ସୁନକଙ୍କୁ ଟ୍ରେଜେରୀର ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଥିଲା । ଚାନ୍ସେଲର୍ ଭାବେ ସେ COVID-19 ମହାମାରୀ ସମୟରେ ଆର୍ଥିକ ନୀତି ଉପରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ୫ ଜୁଲାଇ ୨୦୨୨ ରେ ତାଙ୍କର ପଦତ୍ୟାଗ ପତ୍ରରେ ସେ ଜନସନ୍ ସହିତ ତାଙ୍କ ଆର୍ଥିକ ନୀତି ଉପରେ ମତଭେଦ ଥିବା କଥା କହି ବରଖାସ୍ତ ହୋଇଥିଲେ । ସେହି ଦିନ ସ୍ଵାସ୍ଥ୍ୟ ମନ୍ତ୍ରୀ ଜାଭିଦ ମଧ୍ୟ ପଦ ଛାଡି ଦେଇଥିଲେ, ଯାହା ଏକ ରାଜନୈତିକ ସଂକଟର ଆରମ୍ଭ ହୋଇ ଜନସନ୍ଙ୍କ ପଦତ୍ୟାଗକୁ ବାଧ୍ୟ କରିଥିଲା ।
ପ୍ରଧାନମନ୍ତ୍ରୀ ଭାବେ
[ସମ୍ପାଦନା]ହାଉସ ଅଫ କମନ୍ସରେ ସଂଖ୍ୟା ଗରିଷ୍ଠ ଦଳର ନେତା ଭାବରେ, ସୁନକ୍ଙ୍କୁ ୨୫ ଅକ୍ଟୋବର ୨୦୨୨ ରେ ଚାର୍ଲ୍ସ ତୃତୀୟଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଗଲା । ଏହା ସହ ସେ ପ୍ରଥମ ବ୍ରିଟିଶ୍ ଏସିଆନ୍ ଭାବେ ପ୍ରଧାନମନ୍ତ୍ରୀ ହେଲେ । ୧୮୧୨ ରେ ରବର୍ଟ ଜେନକିନସନ୍ଙ୍କ ପରେ ମାତ୍ର ୪୨ ବର୍ଷ ବୟସରେ ଋଷି ସୁନାକ୍, ସବୁଠୁ କମ୍ ବୟସ୍କ ପ୍ରଧାନମନ୍ତ୍ରୀ ହେଲେ ।[୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସୁନକଙ୍କ ଜନ୍ମ ୧୨ ମଇ ୧୯୮୦ ରେ ସାଉଥ୍ୟାମ୍ପ୍ଟନ, ହ୍ୟାମ୍ପଶାୟର୍, ଇଂଲାଣ୍ଡରେ ଯଶବୀର ଓ ଉଷା ସୁନକଙ୍କ ଘରେ ହୋଇଥିଲା । ସେ ତିନି ଭାଇ-ଭଉଣୀ ମଧ୍ୟରେ ସବୁଠୁ ବଡ଼ । ତାଙ୍କ ପୂର୍ବ ପୁରୁଷ ଭାରତର ପଂଜାବ ପ୍ରାନ୍ତରେ ପଂଜାବୀ କ୍ଷତ୍ରୀ ପରିବାରରେ ଜନ୍ମ ନେଇଥିଲେ । ୧୯୬୦ ଦଶକରେ ସେମାନେ ପୂର୍ବ ଆଫ୍ରିକା ଦେଇ ବ୍ରିଟେନକୁ ଚାଲିଆସିଥିଲେ । ସୁନକ ଅଗଷ୍ଟ ୨୦୦୯ ରେ ଅକ୍ଷତା ମୂର୍ତି ସହ ବିବାହ କରିଥିଲେ ।[୫] ସେମାନେ ଷ୍ଟ୍ୟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ଭେଟିଥିଲେ ଏବଂ ବର୍ତ୍ତମାନ ତାଙ୍କର ଦୁଇ ଝିଅ ଅଛନ୍ତି ।
ସୁନକଙ୍କ ପତ୍ନୀ ଅକ୍ଷତା ନାରାୟଣ ମୂର୍ତି ଭାରତୀୟ ବ୍ୟବସାୟୀ ଏନ. ଆର. ନାରାୟଣମୂର୍ତିଙ୍କ ଝିଅ । ସେ ଇନ୍ଫୋସିସ୍ରେ ଶେୟର୍ ଧାରକ ଅଟନ୍ତି । ୨୦୨୨ ରେ ତାଙ୍କୁ ଇନ୍ଫୋସିସ୍ ଶେୟର୍ରୁ ୧୨୬.୬୧ କୋଟି ଟଙ୍କା ଲାଭ ହୋଇଥିଲା । ତାଙ୍କ ପାଖରେ ଏହି କମ୍ପାନୀର 0.93% ଶେୟର୍ ଅଛି । ଶେୟର୍ ବଜାର ଅନୁଯାୟୀ ତାଙ୍କର ଶେୟର୍ର ମୂଲ୍ୟ ୫,୯୫୬ କୋଟି ଟଙ୍କା ଅଟେ ।
ଆଧାର
[ସମ୍ପାଦନା]- ↑ "Southampton-raised Prime Minister 'a boy with a ready smile and lovely manners', biography says". Daily Echo (in ଇଂରାଜୀ). 2020-11-12. Retrieved 2025-05-24.
- ↑ Team, ThePrint (2022-07-19). "Punjab ancestry, Oxford graduate, 'proud Hindu' — all eyes on Rishi Sunak in UK PM race". ThePrint (in ଆମେରିକୀୟ ଇଂରାଜୀ). Retrieved 2025-05-24.
- ↑ Beckett, Lois (2022-08-05). "Rishi who? Sunak says Stanford business school changed his life, but few remember him". The Guardian (in ବ୍ରିଟିଶ୍ ଇଂରାଜୀ). ISSN 0261-3077. Retrieved 2025-05-24.
- ↑ "Rishi Sunak calls for stability and unity as he wins contest to be PM" (in ବ୍ରିଟିଶ୍ ଇଂରାଜୀ). 2022-10-24. Retrieved 2025-05-24.
- ↑ Team, ThePrint (2022-07-19). "Punjab ancestry, Oxford graduate, 'proud Hindu' — all eyes on Rishi Sunak in UK PM race". ThePrint (in ଆମେରିକୀୟ ଇଂରାଜୀ). Retrieved 2025-05-24.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |