Jump to content

ଉର୍ମିମାଳା ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
ଉର୍ମିମାଳା ଆଚାର୍ଯ୍ୟ
ଜନ୍ମ (1959-02-27) ୨୭ ଫେବୃଆରୀ ୧୯୫୯ (ବୟସ ୬୭)
ସମସରପୁର, ଛତିଆ, କଟକ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (କଳା, ଶିକ୍ଷା), ଏଲ୍ ଏଲ୍ ବି, ପିଏଚ୍ ଡି (ହିନ୍ଦୀ)
ଉଲ୍ଲେଖନୀୟ କୃତିବିଦୀର୍ଣ୍ଣ ବସୁଧା
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪[]

ଉର୍ମିମାଳା ଆଚାର୍ଯ୍ୟ ଜଣେ ଓଡ଼ିଆ-ଭାଷୀ ଗାଳ୍ପିକା । ସେ ବିଦୀର୍ଣ୍ଣ ବସୁଧା ପାଇଁ ୨୦୨୪ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଉର୍ମିମାଳା ଆଚାର୍ଯ୍ୟ ଜଣେ ଦ୍ବି-ଭାଷୀ ଲେଖିକା । ସେ ଉଭୟ ଓଡିଆ ଓ ହିନ୍ଦୀ ଭାଷାରେ ଲେଖାଲେଖି କରିବା ସହିତ ଅନୁବାଦ ମଧ୍ୟ କରିଛନ୍ତି । କର୍ମମୟ ଜୀବନରେ ସେ ଉତ୍କଳ ବିଶ୍ବବିଦ୍ୟାଳୟ ସ୍କୁଲ ଅଫ୍ ୱିମେନ ଷ୍ଟଡିଜର ପରିଚାଳନ ସମିତି ସଦସ୍ୟ (୧୯୯୫-୨୦୦୭) ଭାବେ ଆବୈତନିକ କାର୍ଯ୍ୟ କରିଥିଲେ । ଇଣ୍ଡିଆନ ଆସୋସିଏସନ ଅଫ୍ ୱିମେନ ଷ୍ଟଡିଜର ଆଜୀବନ ସଦସ୍ୟ ରହିବା ସହିତ ଅନେକ ସାରସ୍ବତ ସଂଗଠନ ସହ ଜଡିତ ଆଛନ୍ତି ।

ରଚନାବଳୀ

[ସମ୍ପାଦନା]
  • ପ୍ରଥମ ପ୍ରତିଶ୍ରୁତି (କବିତା)
  • ବିଦୀର୍ଣ୍ଣ ବସୁଧା (ଗଳ୍ପ) ରାଜଧାନୀ ପୁସ୍ତକମେଳା ପୁରସ୍କାର ୨୦୨୪
  • କାୟାକଳ୍ପ (ଗଳ୍ପ)
  • ସ୍ବୟଂସିଦ୍ଧା (ହିନ୍ଦୀ କବିତା)
  • କାଲି ବିଲ୍ଲୀ ଚଲି ଗୋରୀ ହୋନେ (ହିନ୍ଦୀ ଶିଶୁ କବିତା)
  • କ୍ରାନ୍ତିଦର୍ଶୀ କାହାନୀକାର ୟଶପାଲ ଔର ସଚ୍ଚିଦାନନ୍ଦ

ଅନୁବାଦ

[ସମ୍ପାଦନା]
  • ରାମଧାରୀ ସିଂହ ଦିନକରଙ୍କ ରଶ୍ମିରଥି
  • ମହାନାୟକ ଔର ଅନ୍ଯ କବିତାଏଁ
  • ଶ୍ରୀକ୍ଷେତ୍ର ପରିଚୟ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪ ବିଦୀର୍ଣ୍ଣ ବସୁଧା ପାଇଁ[]
  • ରାଜୀବ ଗାନ୍ଧୀ ସଦଭାବନା ପୁରସ୍କାର ୨୦୧୨
  • ଆଦର୍ଶ ରାଷ୍ଟ୍ରଭାଷା ଶିକ୍ଷକ ସମ୍ମାନ ୨୦୧୧
  • ଶ୍ବେତ ସଂକେତ ସାବିତ୍ରୀ ଦେବୀ ସମ୍ମାନ ୨୦୧୧
  • ଗୋଦାବରୀଶ ସାରସ୍ବତ ସମ୍ମାନ ୨୦୧୦
  • ଦୟାମଞ୍ଜରୀ ସମ୍ମାନ ୨୦୦୮
  • କେନ୍ଦ୍ରୀୟ ବିଦ୍ୟାଳୟ କ୍ଷେତ୍ରୀୟ ପ୍ରୋତ୍ସାହନ ପୁରସ୍କାର ୨୦୧୦
  • କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ପ୍ରୋତ୍ସାହନ ପୁରସ୍କାର ୨୦୧୧
  1. 1 2 3 "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 15 December 2024. Archived from the original on 27 December 2024. Retrieved 12 April 2025.{{cite news}}: CS1 maint: unrecognized language (link)