ଉର୍ଦ୍ଦୁ ଉଇକିପିଡ଼ିଆ
| Wikipedia-logo-v2-ur.svg | |
Screenshot Urdu Wikipedia.PNG Main Page of Wikipedia Urdu in April 2015 | |
| ୟୁ.ଆର.ଏଲ | ur.wikipedia.org |
|---|---|
| ବ୍ୟବସାୟିକ | No |
| ସାଇଟର ପ୍ରକାର | Internet encyclopedia |
| ରେଜେଷ୍ଟ୍ରିକରଣ | Optional |
| ମିଳୁଥିବା ଭାଷା | Urdu |
| କଣ୍ଟେଣ୍ଟ ଲାଇସେନ୍ସ | Creative Commons Attribution/ Share-Alike 4.0 (most text also dual-licensed under GFDL) Media licensing varies |
| ମାଲିକ | Wikimedia Foundation |
| ତିଆରି କରିଥିଲେ | Wikimedia Foundation and the Urdu Wiki community |
| ଏବେକାର ସ୍ଥିତି | Active |
ଉର୍ଦ୍ଦୁ ଉଇକିପିଡ଼ିଆ (ଉର୍ଦ୍ଦୁ: اردو ویکیپیڈیا) ଜାନୁଆରୀ ୨୦୦୪ ରେ ଆରମ୍ଭ ହୋଇଥିଲା ଏବଂ ଏହା ଉର୍ଦ୍ଦୁ ଭାଷାର ମାନକ ଉଇକିପିଡ଼ିଆ ସଂସ୍କରଣ, ଯାହା ଏକ ମୁକ୍ତ ଓ ଖୋଲା-ବିଷୟବସ୍ତୁ ଅନଲାଇନ ବିଶ୍ୱକୋଷ ।[୧][୨][୩] ୧୬ ଜାନୁଆରୀ ୨୦୨୬ ଅବଧି ସୁଦ୍ଧା , ଏଥିରେ ୨,୩୭,୯୬୩ଟି ପ୍ରବନ୍ଧ, ୨,୦୫,୧୮୮ ଜଣ ନିବନ୍ଧିତ ବ୍ୟବହାରକାରୀ ଏବଂ ୮,୪୪୪ଟି ଫାଇଲ୍ ଥିଲା। ପ୍ରବନ୍ଧ ସଂଖ୍ୟା ଆଧାରରେ ଏହା ଉଇକିପିଡ଼ିଆର ୫୦ତମ ସବୁଠାରୁ ବଡ଼ ସଂସ୍କରଣ ଏବଂ ୧,୫୦,୦୦୦ରୁ ଅଧିକ ପ୍ରବନ୍ଧ ଥିବା ଉଇକିପିଡ଼ିଆମାନଙ୍କ ମଧ୍ୟରେ “ଗଭୀରତା” ମାପକରେ ୨୦ତମ ସ୍ଥାନରେ ଅଛି।[୪] ଜାନୁଆରୀ ୨୦୨୪ରେ ଏହାର ୬୦ ଲକ୍ଷ ପୃଷ୍ଠା ଦର୍ଶନ ହୋଇଥିଲା।[୫] ୭ ଜାନୁଆରୀ ୨୦୨୪ରେ, ଉର୍ଦ୍ଦୁ ଉଇକିପିଡ଼ିଆ ୨,୦୦,୦୦୦ ଲେଖା ଅତିକ୍ରମ କରିଥିବା ପ୍ରଥମ ଦକ୍ଷିଣ ଏସିଆଇ ଭାଷାର ଉଇକିପିଡ଼ିଆ ହୋଇପାରିଥିଲା।
ଇତିହାସ
[ସମ୍ପାଦନା]ମେ ୨୦୦୧ରେ ଉଇକିପିଡ଼ିଆ ବହୁଭାଷୀ ହେବା ଆରମ୍ଭ କରିଥିଲା। ପ୍ରାରମ୍ଭରେ, ଉର୍ଦ୍ଦୁ ଉଇକିପିଡ଼ିଆ ଉର୍ଦ୍ଦୁ ଲିପିର ଫଣ୍ଟ ସମ୍ବନ୍ଧୀୟ କିଛି ପ୍ରାୟୋଗିକ ସମସ୍ୟାର ସମ୍ମୁଖୀନ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହି ବିଷୟ ଅଧିକାଂଶରେ ସମାଧାନ ହୋଇଯାଇଛି; ତଥାପି କିଛି ଅସମାହିତ ଅଞ୍ଚଳ ରହିଯାଇଛି। ଉର୍ଦ୍ଦୁ ଭାଷା ପର୍ସୋ-ଆରବିକ ଲିପିରେ ଲେଖାଯାଏ, ଯାହା ଡାହାଣରୁ ବାମକୁ ଲେଖାଯାଉଥିବା ଏକ ଲେଖନ ପ୍ରଣାଳୀ। ଏହି କାରଣରୁ, ବ୍ୟବହାରକାରୀମାନଙ୍କୁ କେବେ କେବେ ନିଜ ଓପରେଟିଂ ସିଷ୍ଟମ ଓ ୱେବ୍ ବ୍ରାଉଜରକୁ ସେହିଭଳି ଭାବେ ସଂରଚିତ କରିବାକୁ ପଡ଼େ।
ବର୍ତ୍ତମାନ, ଉର୍ଦ୍ଦୁ ଉଇକିପିଡ଼ିଆ “ଉର୍ଦ୍ଦୁ ନସ୍ଖ ଏସିଆଟାଇପ୍” ଫଣ୍ଟ ବ୍ୟବହାର କରୁଛି, ଯାହା BBC ଦ୍ୱାରା ପରିଚୟ କରାଯାଇଥିଲା ଏବଂ BBC ଉର୍ଦ୍ଦୁ ସେବା ୱେବସାଇଟ୍ରେ ଏହା ବିନାମୂଲ୍ୟରେ ବିତରଣ କରାଯାଏ ।[୬] ଏହି ଫଣ୍ଟ ପ୍ରଧାନତଃ ପ୍ରବନ୍ଧର ମୂଳ ପାଠ୍ୟ ଓ ଶୀର୍ଷକ ପାଇଁ ବ୍ୟବହୃତ ହୁଏ। ନେଭିଗେସନ୍ ଲିଙ୍କ ପାଇଁ Times New Roman ର ଉର୍ଦ୍ଦୁ ରୂପାନ୍ତର ବ୍ୟବହାର କରାଯାଏ । ଏହି ଦୁଇଟି ଫଣ୍ଟ ନସ୍ଖ ଶୈଳୀର ରୂପାନ୍ତର। କିଛି ପାକିସ୍ତାନୀ ରୂପାନ୍ତରର ଜଟିଳ ନସ୍ତାଲିକ୍ ଲିପିକୁ ମଧ୍ୟ CSS ର କ୍ଲାସ୍ ସଂଜ୍ଞାମାନଙ୍କରେ କେବଳ ଦ୍ୱିତୀୟକ ଭିକଳ୍ପ ଭାବେ ସମର୍ଥନ କରାଯାଏ; ଅର୍ଥାତ୍, ଯଦି ଗ୍ରାହକ ପ୍ରଣାଳୀରେ ଡିଫଲ୍ଟ ଫଣ୍ଟ ଉପଲବ୍ଧ ନଥାଏ, ତେବେ ନସ୍ତାଲିକ୍ ଲିପି ବ୍ୟବହୃତ ହୁଏ । ଉଇକିପିଡ଼ିଆର ଇଣ୍ଟରଫେସ୍ ଏବଂ ପ୍ରକଳ୍ପ ସୂଚନା ପୃଷ୍ଠାଗୁଡ଼ିକୁ ଉର୍ଦ୍ଦୁରେ ଅନୁବାଦ କରିବା କାମ ଏଯାବତ୍ ଚାଲିଛି । ସମ୍ପାଦନା କିପରି କରିବେ ସେସମ୍ବନ୍ଧୀୟ କିଛି ପୃଷ୍ଠା ଅନୁବାଦ ହୋଇଛି ।
ଜାନୁଆରୀ ୨୦୧୬ରେ, ଉର୍ଦ୍ଦୁ ଉଇକିପିଡ଼ିଆ ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କ ସହିତ ତୁଳନା କଲେ ପ୍ରବନ୍ଧ ସଂଖ୍ୟାରେ ପ୍ରଥମ ସ୍ଥାନରେ ଥିଲା ।[୭] ଭାରତରେ, ଉର୍ଦ୍ଦୁ ଉଇକିପିଡ଼ିଆ ସମ୍ବନ୍ଧୀୟ କାର୍ଯ୍ୟକଳାପଗୁଡ଼ିକୁ ଦେହଲଭୀ ଉଇକିମିଡ଼ିଆ ୟୁଜର୍ ଗ୍ରୁପ୍ ଆୟୋଜନ ଓ ପ୍ରଚାର କରେ। ଏହି ଗୋଷ୍ଠୀ ଫେବୃଆରୀ ୨୦୨୦ରେ ଦେଓବନ୍ଦରେ ନିଜର ପ୍ରଥମ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।[୮] ପାକିସ୍ତାନରେ, ଉର୍ଦ୍ଦୁ ଇଂରାଜୀ ପରେ ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଉଇକିପିଡ଼ିଆ। ନଭେମ୍ବର ୨୦୨୨ ଅବଧିରେ, ପାକିସ୍ତାନରେ ଏହା ପ୍ରାୟ ୨୦ ଲକ୍ଷ ପୃଷ୍ଠା ଦର୍ଶନ ଏବଂ ଭାରତରେ ପ୍ରାୟ 6.10 ଲକ୍ଷ ପୃଷ୍ଠା ଦର୍ଶନ ପାଇଥିଲା।[୯]
ଭାରତରେ, ସଂବିଧାନିକ ଭାବେ ସ୍ୱୀକୃତ ଭାଷାମାନଙ୍କ ମଧ୍ୟରେ ଉଇକିପିଡ଼ିଆରେ ଉପଲବ୍ଧ ପ୍ରବନ୍ଧ ସଂଖ୍ୟା ଆଧାରରେ ଉର୍ଦ୍ଦୁ ଶୀର୍ଷ ସ୍ଥାନରେ ଅଛି [୧୦]।
ସମୟରେଖାରେ ପ୍ରଗତି
[ସମ୍ପାଦନା]| ତାରିଖ | ପହଞ୍ଚି ପାରିଥିବା ଲେଖାସଂଖ୍ୟା[୧୧] |
|---|---|
| ୧୯ ଜୁନ ୨୦୦୬ | ୧,୦୦୦ |
| ୧୩ ଅଗଷ୍ଟ ୨୦୦୬ | ୨,୦୦୦ |
| ୧୫ ମାର୍ଚ ୨୦୦୭ | ୫,୦୦୦ |
| ୨୯ ମାର୍ଚ ୨୦୦୯ | ୧୦,୦୦୦ |
| ୨୮ ଅକ୍ଟୋବର ୨୦୧୨ | ୨୦,୦୦୦ |
| ୨୦୧୪ | ୪୦,୦୦୦ |
| ୨୪ ଅପ୍ରିଲ ୨୦୧୪ | ୫୦,୦୦୦ |
| ୧୨ ଅଗଷ୍ଟ ୨୦୧୫ | ୭୫,୦୦୦ |
| ୨୯ ଡିସେମ୍ବର ୨୦୧୫ | ୧୦୦,୦୦୦[୧୨] |
| ଡିସେମ୍ବର ୨୦୧୭ | ୧୨୫,୦୦୦ |
| ୨୩ ନଭେମ୍ବର ୨୦୧୯ | ୧୫୦,୦୦୦ |
| ୭ ଜାନୁୟାରୀ ୨୦୨୪ | ୨୦୦,୦୦୦ |
ବ୍ୟବହାରକାରୀ ଏବଂ ସମ୍ପାଦକ
[ସମ୍ପାଦନା]ଉର୍ଦ୍ଦୁ ଉଇକିପିଡ଼ିଆରେ ପ୍ରତି ମାସ ପ୍ରାୟ 320ଜଣ ଅବଦାନକାରୀ ରହନ୍ତି । ଅଧିକାଂଶ ଉପଯୋଗକର୍ତ୍ତା ପାକିସ୍ତାନରୁ ଥିବାବେଳେ, ଭାରତରୁ ମଧ୍ୟ ବହୁ ସଂଖ୍ୟକ ଉପଯୋଗକର୍ତ୍ତା ଅଛନ୍ତି । ସାଉଦି ଆରବରୁ ମଧ୍ୟ କିଛି ଲକ୍ଷଣୀୟ ବ୍ୟବହାରକାରୀ ଅଛନ୍ତି ।[୧୩] ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କ ପରି, ବିଭିନ୍ନ କାରଣରୁ ଉର୍ଦ୍ଦୁ ଭାଷା ମଧ୍ୟ ଅବଦାନକାରୀଙ୍କ ଗଭୀର ଅଭାବରେ ପୀଡ଼ିତ। ଭାରତରୁ ଉର୍ଦ୍ଦୁ ଉଇକିପିଡ଼ିଆର ଜଣେ ଅବଦାନକାରୀ ଆହମଦ୍ ନିସାରଙ୍କ ମତାନୁସାରେ, ଏହାର କିଛି ପ୍ରମୁଖ କାରଣ ହେଲା ଲୋକମାନଙ୍କର ଇଂରାଜୀ ଭାଷାର ମାଧ୍ୟମ ପ୍ରତି ଅଧିକ ରୁଚି ଏବଂ ଚଳିତ ଘଟଣାବଳୀର ବିଭିନ୍ନ ପ୍ରସଙ୍ଗରେ ପ୍ରାଗତିଶୀଳ ଜ୍ଞାନ ଥିବା ଉର୍ଦ୍ଦୁଭାଷୀ ବିଶେଷଜ୍ଞଙ୍କର ଅଭାବ ।[୧୪]
ହିନ୍ଦୀ ଉଇକିପିଡ଼ିଆ ସହିତ ପାର୍ଥକ୍ୟ
[ସମ୍ପାଦନା]ଉର୍ଦ୍ଦୁ ଏବଂ ଆଧୁନିକ ମାନକ ହିନ୍ଦୀକୁ ହିନ୍ଦୁସ୍ତାନୀ ଭାଷାର ମାନକୀକୃତ ରୂପ (ରେଜିଷ୍ଟର) ଭାବେ ଧରାଯାଏ। ବିଷୟବସ୍ତୁର ଭାଷା ଦୃଷ୍ଟିରୁ ଉର୍ଦ୍ଦୁ ଓ ହିନ୍ଦୀ ଉଇକିପିଡ଼ିଆର ମୁଖ୍ୟ ପାର୍ଥକ୍ୟ ହେଲା ତାଙ୍କର ଲେଖନ ପ୍ରଣାଳୀ ଏବଂ ସେହି ସାହିତ୍ୟିକ ଭାଷା, ଯାହାରୁ ପ୍ରତ୍ୟେକ ରୂପ ନିଜ ଅସାଧାରଣ (ଅକଲୋକିଆଲ୍) ଶବ୍ଦାବଳୀ ଗଢ଼ି ନେଇଥାଏ। ଉର୍ଦ୍ଦୁ ପର୍ସୋ-ଆରବିକ ବର୍ଣ୍ଣମାଳାର ନସ୍ତାଲିକ୍ ଶୈଳୀରେ ଲେଖାଯାଏ ଏବଂ ତାହାର ଔପଚାରିକ ଶବ୍ଦାବଳୀର ଏକ ବଡ଼ ଅଂଶ ଆରବୀ, ଫାରସୀ ଏବଂ କିଛି କମ୍ ପରିମାଣରେ ତୁର୍କୀ (ଚାଘତାଇ ଇତ୍ୟାଦି) ଭାଷାରୁ ଗ୍ରହଣ କରାଯାଇଛି। ହିନ୍ଦୀ ନାଗରୀ ଲିପିର ମାନକୀକୃତ ଦେବନାଗରୀ ବର୍ଣ୍ଣମାଳାରେ ଲେଖାଯାଏ ଏବଂ ତାହାର ଔପଚାରିକ ଶବ୍ଦାବଳୀର ଏକ ବଡ଼ ଅଂଶ ପ୍ରଧାନତଃ ସଂସ୍କୃତରୁ, ବିଶେଷକରି ତତ୍ସମ ରୂପରେ, ଗ୍ରହଣ କରାଯାଇଛି ।
ଆଧାର
[ସମ୍ପାଦନା]- ↑ "کراچی میں وکی پیڈیا صارفین کا تاریخی اجلاس - Karachi Updates خبر یں , KARACHI UPDATES,". www.karachiupdates.com (in ଉର୍ଦ୍ଦୁ). Archived from the original on 2014-04-30. Retrieved 2026-01-16.
- ↑ "urdu , urdunews, urdunewspaper, newsurdu, online urdunews, معروف آن لائن انسائیکلوپیڈیا 'وکی پیڈیا' کے پاکستانی صارفین کا اجلاس ' اردو و مقامی زبانوں میں معلومات کی زیادہ سے زیادہ فراہمی کے عمل کا جائزہ". newsurdu.net. Archived from the original on 2009-10-23. Retrieved 2026-01-16.
- ↑ "صفحۂ اول", Wikipedia, the free encyclopedia (in ଉର୍ଦ୍ଦୁ), 2024-09-08, retrieved 2026-01-16
- ↑ "List of Wikipedias - Meta-Wiki". meta.wikimedia.org (in ଇଂରାଜୀ). Retrieved 2026-01-16.
- ↑ "Wikistats - Statistics For Wikimedia Projects". stats.wikimedia.org. Retrieved 2026-01-16.
- ↑ "خبریں، تازہ خبریں، بریکنگ نیو | News, latest news, breaking news". BBC News اردو (in ଉର୍ଦ୍ଦୁ). 2026-01-16. Retrieved 2026-01-16.
- ↑ "Kannada Wikipedia not on top of the charts". The Hindu (in Indian English). 2016-01-19. ISSN 0971-751X. Retrieved 2026-01-16.
- ↑ TheAafi (2020-10-26), English: 2019 Annual Report of the Dehalvi Wikimedia User Group (PDF), retrieved 2026-01-16
- ↑ "Wikistats - Statistics For Wikimedia Projects". stats.wikimedia.org. Retrieved 2026-01-16.
- ↑ "اردو ہندوستانی تہذیب کی بہترین مثال ہے: انڈین سپریم کورٹ کا تاریخی فیصلہ". Independent Urdu (in ଉର୍ଦ୍ଦୁ). 2025-04-17. Retrieved 2026-01-16.
- ↑ m:Wikimedia News
- ↑ Wikipedia:Milestone statistics
- ↑ Muzammiluddin, Syed (2015-06-28). ""My community's goals drive me": Tahir Mahmood". Diff (in ଆମେରିକୀୟ ଇଂରାଜୀ). Retrieved 2026-01-16.
- ↑ Muzammiluddin, Syed (2015-10-13). "Indian-language projects depend on each other: Ahmed Nisar". Diff (in ଆମେରିକୀୟ ଇଂରାଜୀ). Retrieved 2026-01-16.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |