ଉମା ନେହେରୁ
ଉମା ନେହେରୁ | |
|---|---|
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୮ ମାର୍ଚ୍ଚ ୧୮୮୪ Agra, North-Western Provinces, British India |
| ମୃତ୍ୟୁ | ୨୮ ଅଗଷ୍ଟ ୧୯୬୩ (ବୟସ ୭୯) ଲକ୍ଷ୍ନୌ, Uttar Pradesh, India |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | Shamlal Nehru |
| ସନ୍ତାନ | Shyam Kumari Khan Anand Kumar Nehru |
| ସମ୍ପର୍କୀୟ | See Nehru-Gandhi family |
| ବୃତ୍ତି | ଭାରତୀୟ ସ୍ୱାଧୀନତା ଆନ୍ଦୋଳନ, ଲୋକ ସଭା ସଦସ୍ୟ |
ଉମା ନେହେରୁ (୮ ମାର୍ଚ୍ଚ ୧୮୮୪ – ୨୮ ଅଗଷ୍ଟ ୧୯୬୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନେତା ଥିଲେ ।
ସଂକ୍ଷିପ୍ତ ଜୀବନ ଓ ପେଶା
[ସମ୍ପାଦନା]ସେ ବିଂଶ ଶତାବ୍ଦୀର ଆରମ୍ଭରେ 'ସ୍ତ୍ରୀ ଦର୍ପଣ' ନାମକ ହିନ୍ଦୀ ଭାଷାର ମାସିକ ପତ୍ରିକାରେ ଲେଖାଲେଖି ଲେଖୁଥିଲେ । ଏହି ପତ୍ରିକା ୧୯୦୯ ମସିହାରେ ରାମେଶ୍ୱରୀ ନେହରୁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା, ଯେଉଁଥିରେ ସେ ନିଜର ମହିଳାବାଦୀ ଭାବଧାରାକୁ ପ୍ରକାଶ କରୁଥିଲେ ।[୧]
ସେ ଦାଣ୍ଡି ଯାତ୍ରା ଓ ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ, ଯାହା ପରେ ସେ ଗିରଫ ହୋଇଥିଲେ ।[୨] ସ୍ୱାଧୀନତା ପରେ ସେ ଦୁଇଥର ଉତ୍ତର ପ୍ରଦେଶର ସିତାପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୨ ମସିହାରୁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ, ସେ ରାଜ୍ୟ ସଭା ସଦସ୍ୟ ଥିଲେ ।[୩]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଉମା ନେହେରୁଙ୍କ ଜନ୍ମ ଆଗ୍ରାରେ ହୋଇଥିଲା, ଏବଂ ସେ ହୁବଳୀର ସେଣ୍ଟ ମେରୀ'ସ କନଭେଣ୍ଟରେ ଶିକ୍ଷା ଗ୍ରହଣ କରିଥିଲେ । ୧୯୦୧ ମସିହାରେ, ସେ ଜବାହରଲାଲ ନେହେରୁଙ୍କ ଭାଇ ଶ୍ୟାମଲାଲ ନେହେରୁଙ୍କ ସହ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିଲେ—ଶ୍ୟାମ କୁମାରୀ ଓ ଆନନ୍ଦ କୁମାର । ଆନନ୍ଦ କୁମାରଙ୍କ ପୁଅ ଅରୁଣ ନେହେରୁ ୧୯୮୦ ଦଶକରେ ରାଜୀବ ଗାନ୍ଧୀଙ୍କ ସରକାରରେ ଏକ କେନ୍ଦ୍ରୀୟ ମନ୍ତ୍ରୀ ଥିଲେ।
ଉମା ନେହେରୁ ୨୮ ଅଗଷ୍ଟ ୧୯୬୩ ରେ ଲକ୍ଷ୍ଣୌରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ Anup Taneja (2005). Gandhi, Women, and the National Movement, 1920–47. Har-Anand Publications. pp. 46–47.
- ↑ R. S. Tripathi, R. P. Tiwari (1999). Perspectives on Indian Women. APH Publishing. p. 143. ISBN 81-7648-025-8.
- ↑ "Rajya Sabha" (PDF). Retrieved 2024-01-30.
- ↑ "Homage to Uma Nehru". 30 August 1963. p. 5.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |