ଉମାପଦ ବାଉରି
ଉମାପଦ ବାଉରି | |
|---|---|
| ଜନ୍ମ | ୧୨ ମାର୍ଚ୍ଚ ୧୯୮୩ ପାରା, ପୁରୁଲିଆ ଜିଲ୍ଲା, ପଶ୍ଚିମ ବଙ୍ଗ |
| ବୃତ୍ତି | ରାଜନୀତିଜ୍ଞ |
ଉମାପଦ ବାଉରି (ଜନ୍ମ: ୧୨ ମାର୍ଚ୍ଚ ୧୯୮୩)[୧] ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୬ ମସିହାରେ ହୋଇଥିବା ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନରେ, ସେ ପଶ୍ଚିମ ବଙ୍ଗର ପାରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଭାବରେ ପଶ୍ଚିମ ବଙ୍ଗ ବିଧାନ ସଭାକୁ ନିର୍ବାଚି ହୋଇଥିଲେ ।[୨]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ସେ ୧୯୮୩ ମସିହାର ମାର୍ଚ୍ଚ ୨ ତାରିଖରେ ପଶ୍ଚିମ ବଙ୍ଗର ପୁରୁଲିଆ ଜିଲ୍ଲାର ପାରାଠାରେ ଜନ୍ମଗ୍ରହଣ କରିଥିଲେ । ୨୦୦୬ ମସିହାରେ, ସେ ରଘୁନାଥପୁର ମହାବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ । ସେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷକ ରୂପରେ କାମ କରୁଥିଲେ ।[୩]
Career
[ସମ୍ପାଦନା]ସେ ପ୍ରଥମେ ୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ପାରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସେ ୬୨,୨୦୮ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପ୍ରାର୍ଥୀ ଦୀପକ ବାଉରିଙ୍କୁ ୫୮୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।[୪] ପରେ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ, ସେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଭାବରେ ପାରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ୮୪,୩୩୭ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପ୍ରାର୍ଥୀ ଦିନାନାଥ ବାଉରିଙ୍କୁ ୧୩,୮୭୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।[୫][୬][୭] ୨୦୨୧ ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବଚନରେ, ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ଠାରୁ ୪୦୦୭ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୮]
ଆଧାର
[ସମ୍ପାଦନା]- ↑ "Umapada Bauri, AITC MLA from Para - Our Neta" (in ଇଂରାଜୀ). Retrieved 2025-05-20.
- ↑ "Complete List of West Bengal Assembly Elections 2016 Winners". News18 (in ଇଂରାଜୀ). Retrieved 2025-05-20.
- ↑ "Umapada Bauri (All India Trinamool Congress (AITC)):Constituency- Para (SC) (Purulia) - Affidavit Information of Candidate". www.myneta.info. 2016. Retrieved 2025-05-20.
- ↑ "Para Assembly Constituency Election Result - Legislative Assembly Constituency". resultuniversity.com. Retrieved 2025-05-20.
- ↑ "West Bengal Assembly election 2021, Para (SC) profile: TMC's Umapada Bauri won seat in 2016". Firstpost (in ଆମେରିକୀୟ ଇଂରାଜୀ). 2021-03-25. Retrieved 2025-05-20.
- ↑ "Para Election Result 2021 LIVE: How to check Para assembly (Vidhan Sabha) election winners, losers, vote margin, news updates - CNBC TV18". CNBCTV18 (in ଇଂରାଜୀ). 2021-05-02. Retrieved 2025-05-20.
- ↑ "Purulia Election Results 2021 LIVE, Vote Counting, Leading, Trailing Winners West bengal Purulia District Election News LIVE". news.abplive.com (in ଇଂରାଜୀ). May 2021. Retrieved 2025-05-20.
- ↑ "Para Election Result 2021 Live Updates: Nadiar Chand Bouri of BJP wins". News18 (in ଇଂରାଜୀ). 2 May 2021. Retrieved 2025-05-20.