ଉମାକାନ୍ତ ମହାପାତ୍ର
ଉମାକାନ୍ତ ମହାପାତ୍ର ଓଡ଼ିଆ ବ୍ୟତୀତ ହିନ୍ଦୀ, ବଙ୍ଗଳା ତଥା ଇଂରାଜୀ ଭାଷାର ଜଣେ ଲେଖକ । ଏହାବ୍ୟତୀତ ସେ ଜଣେ ଓଡ଼ିଆ ଭାଷାର ଅନୁବାଦକ ମଧ୍ୟ ।
ଉମାକାନ୍ତ ସାକ୍ଷୀଗୋପଳ ନିକଟବର୍ତ୍ତୀ ବିଶ୍ଵନାଥପୁର ଗ୍ରାମରେ ୨୩ ଏପ୍ରିଲ ୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତା ଲୋକନାଥ ମହାପାତ୍ର ଏବଂମାତା ପାର୍ବତୀ ଦେବୀଙ୍କର ସେ ଥିଲେ ଜ୍ୟେଷ୍ଠ ସନ୍ତାନ । ପ୍ରଥମେ ଭବାନୀପାଟଣା ଓ ପରେ ଆଲାହାବାଦରେ ସେ ସ୍କୁଲ ଶିକ୍ଷା ସମାପ୍ତ କଲେ । ଏହାପରେ ସେ ରେଭେନସା କଲେଜରୁ ଆଇ ଏସ୍ ସି ଏବଂ ଖଲ୍ଲିକୋଟ କଲେଜରୁ ବି ଏସ୍ ସି ପାସ କରିବା ପରେ କେନ୍ଦ୍ର ସରକାରଙ୍କର ଗୁଇନ୍ଦା ବିଭାଗରେ ୧୯୫୩ ମସିହାରେ ଯୋଗ ଦେଲେ ।
ମହାପାତ୍ର 'ଗ୍ରାମୀଣ ବିକାଶରେ ସ୍ୱେଚ୍ଛାସେବୀ ସଂଗଠନର ଭୂମିକା: ଏକ ଅନୁଭବମୂଳକ ମୂଲ୍ୟାଙ୍କନ' ଶୀର୍ଷକ ତଥ୍ୟ ଉପରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ନବନୀତା ରଥ ଏବଂ KIIT ବିଶ୍ୱବିଦ୍ୟାଳୟର ଡକ୍ଟର ସୁଚେତା ପ୍ରିୟବାଦିନୀଙ୍କ ମାର୍ଗଦର୍ଶନରେ ତାଙ୍କର ଗବେଷଣା କରି ପିଏଚଡି ଡିଗ୍ରୀ ଲାଭ କରିଥିଲେ । ଗ୍ରାମୀଣ ବିକାଶରେ ନାଗରିକ ସମାଜ, ବିଶେଷକରି ସ୍ୱେଚ୍ଛାସେବୀ ସଂଗଠନର ଭୂମିକା ଉପରେ ଗବେଷଣା କାର୍ଯ୍ୟ ପାଇଁ ଉମାକାନ୍ତ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା ।[୧]
ଉମାକାନ୍ତ ମହାପାତ୍ର ବହୁ ବିଳମ୍ବରେ ଅର୍ଥାତ ୧୯୮୬ ମସିହାରେ ସାହିତ୍ୟ ସାଧନାରେ ବ୍ରତୀ ହେଲେ । ଅନେକ ନିବନ୍ଧ, କ୍ଷୁଦ୍ରଗଳ୍ପ, ରମ୍ୟରଚନା ଲେଖି ସେ ପାଠକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଉର୍ଦ୍ଦୁର ମହାନ କବି ମିର୍ଜା ଗାଲିବଙ୍କ କବିତାର ସେ ଓଡ଼ିଆ ରୂପାନ୍ତର କରିଛନ୍ତି ।
ସାହିତ୍ୟକୃତି
[ସମ୍ପାଦନା]- ଆପଦୁଦ୍ଧାର ସ୍ତୋତ୍ର[୨] (ଅନୁବାଦ)
- ଜୀବନ ବହୁରୂପୀ
- ଯାଯାବରର ଜବାନବନ୍ଦୀ
- ସନ୍ଧାନ-ସୈତାନଠାରୁ ଶ୍ରୀରାଧା ପର୍ଯ୍ୟନ୍ତ[୩]
- ଇନ୍ଦ୍ରାଣୀ ନଗରୀ[୪]
- କୁନ୍ତୀଙ୍କ ଉଇଲ୍
ଆଧାର
[ସମ୍ପାଦନା]- ↑ archive, From our online (2019-10-01). "Umakanta felicitated by Chief Secy". The New Indian Express (in ଇଂରାଜୀ). Retrieved 2025-04-13.
- ↑ "Books authored by Umakanta Mahapatra". www.exoticindiaart.com (in ଇଂରାଜୀ). Retrieved 2025-04-13.
- ↑ "Books by Umakanta Mahapatra (Author of Jībana bahurūpī)". www.goodreads.com. Retrieved 2025-04-13.
- ↑ "Indrani Nagari (Oriya Edition)". www.amazon.com. Retrieved 13 April 2025.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |