Jump to content

ଉମାକାନ୍ତ ନାୟକ

ଉଇକିପିଡ଼ିଆ‌ରୁ
ଉମାକାନ୍ତ ନାୟକ
ଜନ୍ମ (1958-04-12) ୧୨ ଅପ୍ରେଲ ୧୯୫୮ (ବୟସ ୬୭)
ରାଧାନଗର, କିଶୋର ନଗର, କଟକ, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତିଶିକ୍ଷକ
ଉଲ୍ଲେଖନୀୟ କୃତିନିଖୋଜ ନଈର ସୁଅ
ପିତାମାତାଜଗନ୍ନାଥ ନାୟକ, ସୁଷମା ନାୟକ

ଉମାକାନ୍ତ ନାୟକ (୧୨ ଅପ୍ରେଲ ୧୯୫୮) ଗୋକର୍ଣ୍ଣିକା ଗୀତିକବି ସମ୍ମାନରେ ସମ୍ମାନିତ ଜଣେ ଓଡ଼ିଆ ଗୀତିକବି । ସେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଜଣେ ସଙ୍ଗଠକ ଭାବେ ସେ ଜଗତସିଂହପୁର ସାହିତ୍ୟ ପରିଷଦର ସମ୍ପାଦକ ରହିଆସିଛନ୍ତି । କବିତା, ଗୀତିକବିତା, ଶିଶୁକବିତା ରଚନାରେ ସିଦ୍ଧହସ୍ତ ଉମାକାନ୍ତଙ୍କର ଅନେକ ରଚନା ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ଗୀତ ଓଡ଼ିଆ ଚଳଚ୍ଚିତ୍ର ମିଛେଇ ଝିଅରେ ସ୍ଥାନ ପାଇଛି ।[]

ରଚନାବଳୀ

[ସମ୍ପାଦନା]

ଗୀତି କବିତା

[ସମ୍ପାଦନା]
  • କେହି ଜଣେ ଅଛି ବୋଲି,
  • ନିଜ ସହ ନିଜର ଆଳାପ,
  • ଦଗ୍‌ଧ ପଳାଶ
  • ନିଖୋଜ ନଈର ସୁଅ
  • ଝର୍କା ସେପାଖେ ବର୍ଷା
  • ସଞ୍ଜ ନଇଁଗଲା ପରେ
  • ରାତିପାଇଁ ଜହ୍ନଟିଏ
  • ଭଲ ପାଇବାର ଗାଧୁଆ ତୁଠରେ
  • ଅପାଣି ପାଦ
  • ଜହ୍ନର ଗଜଲ
  • ସ୍ମୃତିର ଜହ୍ନରାତି
  • ଜହ୍ନ ଜୀବନ ଯନ୍ତ୍ରଣା

ଶିଶୁ ସାହିତ୍ୟ

[ସମ୍ପାଦନା]
  • ଡୁଡ଼ୁଲ୍ ସୁନା
  • ମୋ କଣ୍ଢେଇ ରଜା
  • ଗୁଗୁ ପାଇଁ ଗୀତ
  • ଫୁଲେଇ ରାଧା

ସମ୍ମାନ

[ସମ୍ପାଦନା]
  • ୨୦୨୫ ମସିହାରେ ଗୋକର୍ଣ୍ଣିକା ଗୀତିକବି ସମ୍ମାନରେ ସମ୍ମାନିତ କରାଯାଇଛି ।[]
  • ୨୦୨୫ ପ୍ରଫେସର ସୁଦର୍ଶନ ପଟ୍ଟନାୟକ ଗୀତିକବି ସମ୍ମାନ
  • ୨୦୧୬ ଗୌରହରି ଗୀତିକବି ସ୍ୱର୍ଣ୍ଣପଦକ
  • ନିହାରକନ୍ୟା ଗୀତିକବି ସମ୍ମାନ
  • ନନ୍ଦକିଶୋର ସ୍ମୃତି ସମ୍ମାନ
  • ବୈଷ୍ଣବ ପାଣି ସମ୍ମାନ
  • ତୁଳସୀ କ୍ଷେତ୍ର ସମ୍ମାନ
  • ବିଷୁବ ସମ୍ମାନ
  • କଳିଙ୍ଗ ବାଲିଯାତ୍ରା ସମ୍ମାନ
  • ନବରତ୍ନ ସମ୍ମାନ
  • କାଠଯୋଡ଼ି ଗୀତିକବି ସମ୍ମାନ
  • ସୂର୍ଯ୍ୟମୂଖୀ ସମ୍ମାନ
  1. "ମିଛେଇ ଝିଅ". samajaepaper.in. Archived from the original on 8 October 2023. Retrieved 7 April 2025.
  2. "Page No 15 - KENDRAPADA - 07 Apr, 2025 - Prameya Epaper". www.prameyaepaper.com. Retrieved 2025-04-07.[permanent dead link]